ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ତୃତୀୟ ଅଡିଟ ଦିବସ ସମାରୋହରେ ଭାରତର ରାଷ୍ଟ୍ରପତି

Posted On: 16 NOV 2023 1:49PM by PIB Bhubaneshwar

ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୧୬-୧୧-୨୦୨୩) ନୂଆଦିଲ୍ଲୀ ଠାରେ ଅଡିଟ ଦିବସ ସମାରୋହରେ ଯୋଗଦେଇ ଉଦବୋଧନ ଦେଇଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ଭାରତର ନିୟନ୍ତ୍ରକ ଓ ହିସାବ ସମୀକ୍ଷା ମହାନିର୍ଦେଶକଙ୍କ ଅଧୀନରେ ଭାରତ ସରକାରଙ୍କ ସମୀକ୍ଷା ଗୋଷ୍ଠୀ ଦେଶର ସଂହତି, ପ୍ରଶାସନ ଓ ପଦ୍ଧତିଗତ ନିର୍ମାଣରେ ଅଭୂତପୂର୍ବ ଅବଦାନ ଦେଇଛନ୍ତି ।

ରାଷ୍ଟ୍ରପତି କହିଥିଲେ ଯେ ୨୦୪୭ ସୁଦ୍ଧା ଭାରତବାସୀ ଦେଶକୁ ବିକଶିତ କରି ଗଢ଼ିତୋଳିବା ନିମନ୍ତେ ଦ୍ରୁତ ଗତିରେ ଆଗେଇଛନ୍ତି । ଦେଶର ଲେଖା ମହାନିୟନ୍ତ୍ରକଙ୍କ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକଙ୍କୁ ମଧ୍ୟ ଏଥିପାଇଁ ଅବଦାନ ଦେବାକୁ ପଡ଼ିବ । ଲେଖା ଓ ହିସାବ ମହାନିୟନ୍ତ୍ରକ ଅନେକ ଆଗୁଆ ପଦକ୍ଷେପ ଯଥା କେନ୍ଦ୍ର ତଥା ପରିଚାଳନା ଓ ବିଶ୍ଳେଷଣ ଇତ୍ୟାଦି ନେଇଥିବା ତଥା ଭବିଷ୍ୟତକୁ ଆଖି ଆଗରେ ରଖି ପଦକ୍ଷେପ ନେଉଥିବାରୁ ସେ ଖୁସୀ ବ୍ୟକ୍ତ କରିଥିଲେ ।

ଦେଶର ଲେଖା ଓ ହିସାବ ମହାନିୟନ୍ତ୍ରକଙ୍କ ପୂରା ଗୋଷ୍ଠୀ ନିୟନ୍ତ୍ରକ ଓ ପରୀକ୍ଷକ ଭାବେ ଦେଶର ବିକାଶ ଯାତ୍ରାରେ ନିଜର ଅବଦାନ ରଖିବା ଆଶା କରାଯାଏ । ବିଶ୍ୱରେ ଭାରତକୁ ତୃତୀୟ ବୃହତ୍ତମ ଆର୍ଥିକ ବ୍ୟବସ୍ଥା କରିବା ପାଇଁ ହିସାବ ଓ ଲେଖା ମହାନିୟନ୍ତ୍ରକଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀମତୀ ମୁର୍ମୁ କହିଥିଲେ ।

ରାଷ୍ଟ୍ରପତି କହିଥିଲେ ଯେ ଆଜିର ବୈଶ୍ୱିକ ପ୍ରତିଯୋଗିତା ଯୁଗରେ ବଜାର ପଦ୍ଧତି ଯେଉଁ ପ୍ରକାର ହୋଇଛି ତା’ର ପ୍ରଭାବ ସମସ୍ତ ପ୍ରତିଷ୍ଠାନ ଓ ଉଦ୍ୟୋଗ ଉପରେ ପଡୁଛି । ଦେଶର କାର୍ଯ୍ୟକଳାପ ଓ ସମସ୍ତ ପ୍ରତିଷ୍ଠାନ କ୍ଷେତ୍ରରେ ନୈତିକତା ଆଧାରରେ ପ୍ରତିପାଦନ ସାମର୍ଥ୍ୟ ରହିବା ଆବଶ୍ୟକ । ଦ୍ରୁତ ଅଭିବୃଦ୍ଧି ଓ ବିକାଶର ଜାତୀୟ ଲକ୍ଷ୍ୟ ହାସଲ ନିମନ୍ତେ ଥିବା ବାଧାବିଘ୍ନଗୁଡ଼ିକୁ ହଟାଇବାକୁ ହେଲେ ମଧ୍ୟ ତାହା ଆର୍ଥିକ ଶୃଙ୍ଖଳା ଓ ଆଇନ ଅନୁମୋଦିତ ପଦ୍ଧତି ଜରିଆରେ ଲେଖା ଓ ସମୀକ୍ଷା ମହାନିୟନ୍ତ୍ରକଙ୍କ ସମେତ ପ୍ରତ୍ୟେକ ପ୍ରତିଷ୍ଠାନ କରିବା ଉଚିତ । ହିସାବ ସମୀକ୍ଷକମାନେ ଉତ୍ତମ ପ୍ରଶାସନର ମଙ୍ଗୁଆଳ ସାଜିବା ଉପରେ ସେ ଗୁରୁତ୍ୱଆରୋପ କରିବା ସହ ସେମାନେ କେବଳ ସମାଲୋଚକ ହେବା ମଧ୍ୟ ଅନୁଚିତ ବୋଲି କହିଥିଲେ । ସେମାନଙ୍କ ଯାଞ୍ଚ ଆମକୁ ସଠିକ ପଥ ଅନୁସରଣ କରିବାକୁ ପ୍ରେରିତ କରୁଥିବାରୁ ସେମାନଙ୍କୁ ପଥପ୍ରଦର୍ଶକ ହିସାବରେ ବିବେଚନା କରିବା ଦରକାର ବୋଲି ସେ କହିଥିଲେ ।

ଭାରତ ବିଶ୍ୱ ଦରବାରରେ ଅଗ୍ରଣୀ ସ୍ଥାନରେ ରହିଥିବା ହିସାବ ସମୀକ୍ଷା କ୍ଷେତ୍ରରେ ମଧ୍ୟ ବେଶ ଦୃଶ୍ୟମାନ । ସର୍ବୋଚ୍ଚ ହିସାବ ସମୀକ୍ଷା ପ୍ରତିଷ୍ଠାନ-୨୦ (ଏସଏଆଇ ୨୦) ଅଧ୍ୟକ୍ଷତା କାଳରେ ନୀଳ ଅର୍ଥନୀତି ଓ ଦାୟିତ୍ୱସମ୍ପନ୍ନ କୃତ୍ରମି ମେଧା ଉପରେ ଗୁରୁତ୍ୱ ଭବିଷ୍ୟତର ରୋଡ୍ ମ୍ୟାପ୍ ପାଇଁ ବେଶ୍ ଉପଯୋଗୀ । ଅନ୍ୟାନ୍ୟ ଆନ୍ତର୍ଜାତିକ ମଞ୍ଚରେ ଲେଖା ଓ ହିସାବ ସମୀକ୍ଷା ମହାନିୟନ୍ତ୍ରକ ଅଗ୍ରଣୀ ଭୂମିକା ନେଉଥିବାରୁ ସେ ଖୁସୀ ପ୍ରକଟ କରିଥିଲେ ।

********

SM/MB


(Release ID: 1977494)