ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୋକାଲ ଫର୍ ଲୋକାଲ ହେବା ପାଇଁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

Posted On: 08 NOV 2023 1:49PM by PIB Bhubaneshwar

ଡିଜିଟାଲ ମିଡିଆର ବ୍ୟବହାର ଦ୍ୱାରା ସ୍ଥାନୀୟ ପ୍ରତିଭାଙ୍କୁ ସମର୍ଥନ କରି ଭାରତର ଉଦ୍ୟୋଗୀ ତଥା ସୃଜନଶୀଳ ବ୍ୟକ୍ତିତ୍ୱଙ୍କୁ ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜନସାଧାଣଙ୍କୁ ନିବେଦନ କରିଛନ୍ତି ।

 

ସେ ଏକ ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ଲୋକେ ସେମାନଙ୍କ ଉତ୍ପାଦ କିମ୍ବା ସମ୍ପୃକ୍ତ ନିର୍ମାତାଙ୍କ ସହ ସେଲଫି ଉଠାଇ ନମୋ ଆପରେ ପୋଷ୍ଟ କରିପାରିବେ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଏହି ଦୀପାବଳିରେ ଆସନ୍ତୁ ନମୋ ଆପରେ ଲୋକାଲ ଥ୍ରେଡ୍ ପାଇଁ ଆମେ ସ୍ୱର ଉଠାଇବା ସହ ଭାରତର ଉଦ୍ୟୋଗୀ ଏବଂ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ।

 

ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତୁତ ଉତ୍ପାଦ କିଣନ୍ତୁ ଏବଂ ସେହି ଉତ୍ପାଦ କିମ୍ବା ନିର୍ମାତାଙ୍କ ସହ ସେଲଫି ନେଇ ନମୋ ଆପରେ ପୋଷ୍ଟ କରନ୍ତୁ । ନିଜ ବନ୍ଧୁ ଏବଂ ପରିବାର ଲୋକଙ୍କୁ ମଧ୍ୟ ଏହି ସୂତ୍ରରେ ଯୋଡ଼ିହେବାକୁ ଆମନ୍ତ୍ରଣ କରନ୍ତୁ । ସକାରାତ୍ମକ ଚିନ୍ତାଧାରାକୁ ବିସ୍ତାର କରନ୍ତୁ ।

 

ଆସନ୍ତୁ ଡିଜିଟାଲ ମିଡିଆ ଶକ୍ତିର ବ୍ୟବହାର କରି ସ୍ଥାନୀୟ ପ୍ରତିଭାକୁ ସମର୍ଥନ କରିବା, ଭାରତୀୟଙ୍କ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଏବଂ ଆମ ପରମ୍ପରାକୁ ଆଗକୁ ବଢ଼ାଇବା ।’

 

 SR



(Release ID: 1975783) Visitor Counter : 69