ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ୟୁଏଇ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ


ପଶ୍ଚିମ ଏସିଆର ସ୍ଥିତି ଉପରେ ଦୁଇ ନେତାଙ୍କ ମତ ବିନିମୟ

ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନହାନି ଉପରେ ଚିନ୍ତା ବ୍ୟକ୍ତ କଲେ

ସୁରକ୍ଷା ଓ ମାନବୀୟ ପରିସ୍ଥିତିର ତୁରନ୍ତ ସମାଧାନ ପାଇଁ ଦୁଇ ନେତାଙ୍କ ଆହ୍ୱାନ

ରଣନୀତିକ ସହଭାଗିତାକୁ ଆହୁରି ମଜଭୁତ କରିବାର ଉପାୟ ଦିଗରେ ଉଭୟ ନେତା ଆଲୋଚନା କରିଛନ୍ତି

प्रविष्टि तिथि: 03 NOV 2023 6:48PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନହୟାନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି

 

ପଶ୍ଚିମ ଏସିଆର ସ୍ଥିତି ଉପରେ ଉଭୟ ନେତା ମତ ବିନିମୟ କରିଛନ୍ତି

 

ଆତଙ୍କବାଦ, ସୁରକ୍ଷା ବ୍ୟବସ୍ଥା ବିଗିଡ଼ିବା, ସାଧାରଣ ନାଗରିକଙ୍କ ଜୀବନ ହାନି ହେବା ନେଇ ଉଭୟେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି

 

ସୁରକ୍ଷା ଏବଂ ମାନବୀୟ ସମସ୍ୟାର ତୁରନ୍ତ ସମାଧାନ ଲାଗି ଦୁଇ ନେତା ଆହ୍ୱାନ ଦେଇଛନ୍ତି ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି, ନିରାପତ୍ତା ଏବଂ ସ୍ଥିରତା ଉପରେ ଉଭୟେ ଗୁରୁତ୍ୱାରୋପ କରିଥିଲେ

 

ଭାରତ-ୟୁଏଇ ମଧ୍ୟରେ ବ୍ୟାପକ ରଣନୀତିକ ଭାଗିଦାରୀ ଭିତରେ ଆସୁଥିବା ବିଭନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ମଜଭୁତ କରିବା ଉଦ୍ୟମ ଜାରି ରଖିବା ଲାଗି ଦୁଇ ନେତା ନିଜ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି

 

SR


(रिलीज़ आईडी: 1974822) आगंतुक पटल : 140
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam