ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଝିକୋଡ଼େକୁ ‘ସାହିତ୍ୟର ସହର’ ଏବଂ ଗ୍ୱାଲିୟରକୁ ‘ସଙ୍ଗୀତର ସହର’ ଭାବେ ୟୁନେସ୍କୋ କ୍ରିଏଟିଭ୍ ସିଟିଜ୍ ନେଟୱର୍କରେ ସାମିଲ କରାଯିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 01 NOV 2023 4:56PM by PIB Bhubaneshwar

କୋଝିକୋଡ଼େକୁ ‘ସାହିତ୍ୟର ସହର’ ଏବଂ ଗ୍ୱାଲିୟରକୁ ‘ସଙ୍ଗୀତର ସହର’ ଭାବେ ୟୁନେସ୍କୋ କ୍ରିଏଟିଭ୍ ସିଟିଜ୍ ନେଟୱର୍କରେ ସାମିଲ କରାଯିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଏହି ଉଲ୍ଲେଖନୀୟ ଉପଲବ୍ଧି ପାଇଁ ଶ୍ରୀ ମୋଦୀ କୋଝିକୋଡ଼େ ଏବଂ ଗ୍ୱାଲିୟର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, କୋଝିକୋଡ଼େର ସମୃଦ୍ଧ ସାହ୍ୟିତିକ ଲିଗାସି ସହ ଭାରତର ସାଂସ୍କୃତିକ ସ୍ପନ୍ଦନ ବିଶ୍ୱ ସ୍ତରରେ ଚମକିଛି । ସଙ୍ଗୀତ ଐତିହ୍ୟକୁ ସଂରକ୍ଷଣ ତଥା ସମୃଦ୍ଧ କରିବା ଲାଗି ଗ୍ୱାଲିୟରର ପ୍ରତିବଦ୍ଧତା ଉପରେ ମଧ୍ୟ ସେ ଆଲୋକପାତ କରିଛନ୍ତି । ଏହା ସମଗ୍ର ବିଶ୍ୱରେ ପ୍ରତିଧ୍ୱନିତ ହେଉଛି ବୋଲି ସେ କହିଛନ୍ତି ।

 

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡୀଙ୍କ ଏକ୍ସ ପୋଷ୍ଟକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘କୋଝିକୋଡ଼େର ସମୃଦ୍ଧ ସାହ୍ୟିତିକ ଲିଗାସି ଏବଂ ଗ୍ୱାଲିୟରର  ସୁମଧୁର ଐତିହ୍ୟ ଏବେ ପ୍ରତିଷ୍ଠିତ ୟୁନେସ୍କୋ କ୍ରିଏଟିଭ୍ ସିଟିଜ୍ ନେଟୱର୍କରେ ସାମିଲ ହେବା ସହ ଭାରତର ସାଂସ୍କୃତିକ ସ୍ପନ୍ଦନ ବିଶ୍ୱ ମଞ୍ଚରେ ଚମକିଛି ।

 

ଏହି ଉଲ୍ଲେଖନୀୟ ଉପଲବ୍ଧି ପାଇଁ କୋଝିକୋଡ଼େ ଏବଂ ଗ୍ୱାଲିୟର ଲୋକଙ୍କୁ ଅଭିନନ୍ଦନ!

 

ଏହି ଅନ୍ତର୍ଜାତୀୟ ମାନ୍ୟତାକୁ ଆମେ ପାଳନ କରୁଛୁ । ଆମ ରାଷ୍ଟ୍ର ଆମ ବିବିଧ ସାଂସ୍କୃତିକ ପରମ୍ପରାର ସଂରକ୍ଷଣ ଓ ପ୍ରଚାର ପାଇଁ ନିଜ ପ୍ରତିବଦ୍ଧତା ମଧ୍ୟ ପ୍ରମାଣିତ କରିଛି ।

 

ଏହି ଉପଲବ୍ଧି ଆମ ଅଦ୍ୱିତୀୟ ସାଂସ୍କୃତିକ ଆକାଂକ୍ଷାକୁ ଗତି ଦେବା ସହ ଏ ଦିଗରେ ଉତ୍ସର୍ଗୀକୃତ ପ୍ରତ୍ୟେକ ବ୍ୟକ୍ତିଙ୍କ ସାମୂହିକ ପ୍ରୟାସକୁ ମଧ୍ୟ ପ୍ରତିଫଳିତ କରିଥାଏ ।’

 

 SR



(Release ID: 1974112) Visitor Counter : 59