ପୋଷ୍ଟ କରାଯିବା ଦିନାଙ୍କ:
28 OCT 2023 11:42AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ରୋଇଂରେ ରୌପ୍ୟ ପଦକ ଜିତିଥିବା ଅନୀତା ଏବଂ ନାରାୟଣ କୋଙ୍ଗାନାପାଲ୍ଲେଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସେମାନଙ୍କ ଦଳଗତ କାର୍ଯ୍ୟ ଓ ସମର୍ପଣକୁ ପ୍ରଶଂସା କରି ସେ କହିଛନ୍ତି ଯେ ସେମାନଙ୍କ ସଫଳତା ଦେଶକୁ ଗର୍ବରେ ଭରି ଦେଇଛି।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:
"ଅନିତା ଏବଂ ନାରାୟଣ କୋଙ୍ଗାନାପାଲ୍ଲେଙ୍କୁ ରୋଇଂ - ପିଆର୩ ମିକ୍ସଡ ଡବଲ୍ ସ୍କଲ୍ସରେ ଅସାଧାରଣ ରୌପ୍ୟ ପଦକ ପାଇଁ ଅଭିନନ୍ଦନ।
ସେମାନଙ୍କର ଦଳଗତ କାର୍ଯ୍ୟ ଏବଂ ସମର୍ପଣ ଚମତ୍କାର ଭାବରେ ପ୍ରଦର୍ଶିତ ହୋଇଛି! ଏହି ସଫଳତା ଦେଶକୁ ଗର୍ବରେ ଭରି ଦେଇଛି।
BS