ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସିଆନ୍ ପାରା ଗେମ୍ସରେ ଭାରତର ପଦକ ସଂଖ୍ୟା ଐତିହାସିକ ୧୦୦ରେ ପହଞ୍ଚିଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦିତ

Posted On: 28 OCT 2023 11:41AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ଭାରତୀୟ ଆଥଲେଟ୍ ମାନେ ସେମାନଙ୍କର ୧୦୦ତମ ପଦକ ଜିତିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।

ଏହି ଐତିହାସିକ ସଫଳତା ପାଇଁ ସେ ଆଥଲେଟ୍, ପ୍ରଶିକ୍ଷକ ଏବଂ ସେମାନଙ୍କ ସମର୍ଥନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ଏସୀୟ ପାରା ଗେମ୍ସରେ ୧୦୦ ପଦକ ! ଅତୁଳନୀୟ ଆନନ୍ଦର ମୁହୂର୍ତ୍ତ । ଏହି ସଫଳତା ଆମ ଆଥଲେଟମାନଙ୍କ ର ଦକ୍ଷତା, କଠିନ ପରିଶ୍ରମ ଏବଂ ସଂକଳ୍ପର ଫଳ ।

ଏହି ଉଲ୍ଲେଖନୀୟ ମାଇଲଖୁଣ୍ଟ ଆମ ହୃଦୟକୁ ଅତ୍ୟନ୍ତ ଗର୍ବରେ ଭରି ଦେଇଛି । ମୁଁ ଆମର ଅବିଶ୍ୱସନୀୟ ଆଥଲେଟ୍, ପ୍ରଶିକ୍ଷକ ଏବଂ ସେମାନଙ୍କ ସହିତ କାର୍ଯ୍ୟ କରୁଥିବା ସମଗ୍ର ସମର୍ଥନ ବ୍ୟବସ୍ଥାକୁ ଗଭୀର ପ୍ରଶଂସା ଏବଂ କୃତଜ୍ଞତା ଜଣାଉଛି ।

ଏହି ବିଜୟ ଆମ ସମସ୍ତଙ୍କୁ ପ୍ରେରଣା ଦେଇଥାଏ। ଆମ ଯୁବପିଢ଼ିଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ ବୋଲି ସେମାନେ ସ୍ମରଣ କରାଇ ଦେଉଛନ୍ତି।

 

BS



(Release ID: 1972739) Visitor Counter : 34