ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସରେ ମହିଳା ଡବଲ୍ସ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ଜିତିଥିବା ମାନସୀ ନୟନା ଯୋଶୀ ଓ ତୁଳସୀମାଥୀ ମୁରୁଗେସନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 OCT 2023 6:40PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ମହିଳା ଡବଲ୍ସ ଏସଏଲ୩-ଏସ୍ୟୁ୫ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ମାନସୀ ନୟନା ଯୋଶୀ ଏବଂ ତୁଳସୀମାଥୀ ମୁରୁଗେସନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେ ସେମାନଙ୍କ ଦଳଗତ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ମହିଳା ଡବଲ୍ସ ଏସଏଲ୩-ଏସ୍ୟୁ୫ ଇଭେଣ୍ଟରେ ଚମତ୍କାର ରୌପ୍ୟ ବିଜୟ ପାଇଁ @joshimanasi11 ଓ @Thulasimathi11 ଅଭିନନ୍ଦନ। ସେମାନଙ୍କ ଦ୍ୱାରା ଆକର୍ଷଣୀୟ ଦଳଗତ କାର୍ଯ୍ୟ ଏବଂ ନିଷ୍ଠା ଦେଶକୁ ଗର୍ବିତ କରିଛି!"

BS

 


(ରିଲିଜ ଆଡି: 1972343) ପରିଦର୍ଶକ କାଉଣ୍ଟର : 80