କ୍ୟାବିନେଟ
                
                
                
                
                
                    
                    
                        ଜାପାନ-ଭାରତ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରୀ ସହଯୋଗ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ
                    
                    
                        
                    
                
                
                    Posted On:
                25 OCT 2023 3:20PM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଜାପାନ-ଭାରତ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରୀ ସହଯୋଗ ବୁଝାମଣାକୁ ଅନୁମୋଦନ କରାଯାଇଛି । ଏହି ସହଯୋଗ ବୁଝାମଣାପତ୍ର (ଏମ୍ଓସି  ୨୦୨୩ ଜୁଲାଇରେ ସ୍ୱାକ୍ଷର କରାଯାଇଥିଲା । ଏଥିରେ ଭାରତ ପକ୍ଷରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଜାପାନ ପକ୍ଷରୁ ଅର୍ଥନୀତି, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟର ପ୍ରତିନିଧି ସ୍ୱାକ୍ଷର କରିଥିôଲେ । ଏହା ଭାରତ-ଜାପାନ ସେମି କଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରୀ ନାମରେ ପରିଚିତ । 
ଏହି ଏମ୍ଓସି ଦୁଇ ଦେଶ ମଧ୍ୟରେ ସେମି କଣ୍ଡକ୍ଟର କାରବାର ଓ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବାରେ ସହାୟକ ହେବ । ଡିଜିଟାଲ ଟେକ୍ନୋଲୋଜି ଓ ଉଦ୍ୟୋଗର ବିକାଶରେ ସେମିକଣ୍ଡକ୍ଟରର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ । ତେଣୁ ଭାରତ ଓ ଜାପାନ ଉଭୟ ଏହି ବୁଝାବଣା ସହଯୋଗ ଦ୍ୱାରା ଉପକୃତ ହେବେ । ଏହି ଏମ୍ଓସି ସ୍ୱାକ୍ଷରିତ ହେବା  ଦିନ ଠାରୁ କାର୍ୟ୍ୟକାରୀ ହେବା ସହିତ ପାଞ୍ଚ ବର୍ଷ ଯାଏ ବଳବତ୍ତର  ରହିବ । ଏହା ଦ୍ୱାରା ଉଭୟ ଦେଶ ଜି୨ଜି ଓ ବି୨ଜି ଦ୍ୱିପାକ୍ଷିକ ସହଯୋଗ ଭିତ୍ତିରେ ପରସ୍ପରକୁ ସାହାଯ୍ୟ କରି ଉତ୍ତମ ମାନର ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାକୁ ସୁଦୃଢ କରିବାକୁ କାମ କରିବେ । 
ପୃଷ୍ଠଭୂମି:- ଭାରତରେ ଏକ ସୁଦୃଢ ଓ ଉତ୍ତମ ଇଲେକ୍ଟ୍ରୋନିକ୍ସ  ତଥା ସେମିକଣ୍ଡକ୍ଟର ଉତ୍ପାଦନ ଭିତ୍ତିଭୂମି ନିର୍ମାଣ କରିବାକୁ ଇଲେକ୍ଟ୍ରୋନିକ୍ସ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ  ଗୁରୁତ୍ୱର ସହିତ କାମ କରୁଛି । ଭାରତରେ ସେମି କଣ୍ଡକ୍ଟର ଫ୍ୟାବ୍ସ, ଡିସ୍ପ୍ଲେ ଫ୍ୟାବ୍ସ, କମ୍ପାଉଣ୍ଡ ସେମିକଣ୍ଡକ୍ଟର /ସିଲିକନ୍ ଫଟୋନିକ୍ସ/ସେନ୍ସର୍/ଡିସକ୍ରିଟ୍ ସେମିକଣ୍ଡକ୍ଟର, ସେମି କଣ୍ଡକ୍ଟର ପ୍ରସ୍ତୁତି, ଟେଷ୍ଟିଂ, ମାର୍କିଂ ଓ ପ୍ୟାକେଜିଂ (ଏଟିଏମ୍ପି) ଆଉଟସୋର୍ସଡ୍ ସେମି କଣ୍ଡକ୍ଟର ଆସେମ୍ଲି ଓ ଟେଷ୍ଟ (ଓଏସ୍ଏଟି) ବ୍ୟବସ୍ଥା  ନିର୍ମାଣ ଉପରେ ଗୁରୁ୍ତ୍ୱ ଦିଆଯାଉଛି ଏବଂ ଏ କ୍ଷେତ୍ରରେ ଜାପାନର ସାହାଯ୍ୟ ସହଯୋଗ ଓ ଅଂଶଦାରୀ ଲୋଡାଯାଇଛି ।
ସେମିକଣ୍ଡକ୍ଟର ନିର୍ମାଣ ଓ ଯୋଗାଣ କ୍ଷେତ୍ରରେ ଯେ କୌଣସି ରାଷ୍ଟ୍ର ତଥା ଆର୍ନ୍ତଜାତିକ ସହଯୋଗ ପାଇବାକୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟକୁ ସରକାର କ୍ଷମତା ପ୍ରଦାନ କରିଛନ୍ତି । ଦେଶର ଇଲେକ୍ଟ୍ରୋନିକ୍ସ ଓ ଆଇଟି ଉଦ୍ୟୋଗ କ୍ଷେତ୍ରରେ ସେମିକଣ୍ଡକ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଉଦ୍ୟମ କରୁଛି । ସେମିକଣ୍ଡକ୍ଟର ଅଭାବ ଯୋଗୁଁ ଆମ ଆଇଟି, ଡିଜିଟାଲ ଓ ପ୍ରଯୁକ୍ତି କ୍ଷେତ୍ର ଯେପରି ପଛରେ ପଡି ନ ଯାଏ ସେଥି ପାଇଁ ସରକାର ବିଭିନ୍ନ ପଦକ୍ଷେପ ଓ କୌଶଳ କାର୍ୟ୍ୟକାରୀ କରୁଛନ୍ତି ।
*****
TKM/SLP
                
                
                
                
                
                (Release ID: 1971115)
                Visitor Counter : 187
                
                
                
                    
                
                
                    
                
                Read this release in: 
                
                        
                        
                            Assamese 
                    
                        ,
                    
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam