ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ ପାରା ଗେମ୍ସ କ୍ଲବ ଥ୍ରୋ-ଏଫ୫୧ ପ୍ରତିଯୋଗିତାରେ ଅମିତ ସାରୋହାଙ୍କ ଦ୍ୱାରା ସ୍ୱର୍ଣ୍ଣ ପଦକ ହାସଲ ପାଇଁ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
23 OCT 2023 5:22PM by PIB Bhubaneswar
ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ କ୍ଲବ ଥ୍ରୋ-ଏଫ୫୧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଅମିତ ସାରୋହାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଏସୀୟ ପାରା ଗେମ୍ସ ୨୦୨୨ରେ କ୍ଲବ ଥ୍ରୋ-ଏଫ୫୧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଅମିତ ସାରୋହାଙ୍କୁ ଅଭିନନ୍ଦନ । ତାଙ୍କ ନିଷ୍ଠା ଏବଂ ନିରନ୍ତର ପରିଶ୍ରମ ଦେଶକୁ ଗର୍ବିତ କରିଛି । ସେ ତାଙ୍କ ଅତୁଳନୀୟ କୌଶଳ ଏବଂ ଭାବନାରେ ଲୋକଙ୍କୁ ପ୍ରେରିତ କରିଚାଲନ୍ତୁ ।’
SR
(रिलीज़ आईडी: 1970384)
आगंतुक पटल : 86
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam