ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ ପାରା ଗେମ୍ସ କ୍ଲବ ଥ୍ରୋ-ଏଫ୫୧ ପ୍ରତିଯୋଗିତାରେ ଅମିତ ସାରୋହାଙ୍କ ଦ୍ୱାରା ସ୍ୱର୍ଣ୍ଣ ପଦକ ହାସଲ ପାଇଁ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Posted On: 23 OCT 2023 5:22PM by PIB Bhubaneshwar

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ କ୍ଲବ ଥ୍ରୋ-ଏଫ୫୧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଅମିତ ସାରୋହାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଏସୀୟ ପାରା ଗେମ୍ସ ୨୦୨୨ରେ କ୍ଲବ ଥ୍ରୋ-ଏଫ୫୧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଅମିତ ସାରୋହାଙ୍କୁ ଅଭିନନ୍ଦନ । ତାଙ୍କ ନିଷ୍ଠା ଏବଂ ନିରନ୍ତର ପରିଶ୍ରମ ଦେଶକୁ ଗର୍ବିତ କରିଛି । ସେ ତାଙ୍କ ଅତୁଳନୀୟ କୌଶଳ ଏବଂ  ଭାବନାରେ ଲୋକଙ୍କୁ ପ୍ରେରିତ କରିଚାଲନ୍ତୁ ।’

 

SR


(Release ID: 1970384) Visitor Counter : 74