ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ୟୁଏନଡବ୍ଲୁଟିଓ ଦ୍ୱାରା ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବରେ ପୁରସ୍କୃତ ହୋଇଥିବା ଗୁଜୁରାଟର ଧୋର୍ଡୋକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
प्रविष्टि तिथि:
20 OCT 2023 3:34PM by PIB Bhubaneshwar
ଜାତିସଂଘର ବିଶ୍ୱ ପର୍ଯ୍ୟଟନ ସଂଗଠନ (ୟୁଏନଡବ୍ଲୁଟିଓ) ଦ୍ୱାରା ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବରେ ପୁରସ୍କୃତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟ କୁଚ୍ ଜିଲ୍ଲାର ଧୋର୍ଡୋ ଗ୍ରାମକୁ ଶୁଭେଚ୍ଛା ଜଣାଇଛନ୍ତି।
ଧୋର୍ଡୋର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସେ ୨୦୦୯ ଏବଂ ୨୦୧୫ ରେ ଗାଁ ଗସ୍ତର କିଛି ଫଟୋ ସେୟାର କରିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
"ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପ୍ରାକୃତିକ ସୋନ୍ଦର୍ଯ୍ୟ ପାଇଁ କୁଚରେ ଧୋର୍ଡୋକୁ ମାନ୍ୟତା ମିଳିବା ଦେଖି ମୁଁ ଅତ୍ୟନ୍ତ ଖୁସି। ଏହି ସମ୍ମାନ କେବଳ ଭାରତୀୟ ପର୍ଯ୍ୟଟନର ସମ୍ଭାବନାକୁ ଦର୍ଶାଏ ନାହିଁ ବରଂ ବିଶେଷ ଭାବରେ କୁଚ୍ ଲୋକଙ୍କ ଉତ୍ସର୍ଗକୁ ମଧ୍ୟ ଦର୍ଶାଏ।
ଧୋର୍ଡୋ ଚମକିବା ଜାରି ରଖୁ ଏବଂ ବିଶ୍ଵର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁ !
ମୁଁ ୨୦୦୯ ଏବଂ ୨୦୧୫ରେ ମୋର ଧୋର୍ଡୋ ଗସ୍ତର କିଛି ସ୍ମୃତି ସେୟାର କରୁଛି | ଏହା ଅଧିକ ଲୋକଙ୍କୁ ପର୍ଯ୍ୟଟନ ପାଇଁ ପ୍ରେରଣା ଯୋଗାଇବ। ଏବଂ #AmazingDhordo ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ |
SR
(रिलीज़ आईडी: 1970132)
आगंतुक पटल : 135
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam