କୋଇଲା ମନ୍ତ୍ରଣାଳୟ
azadi ka amrit mahotsav

ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ କୋଇଲା ମନ୍ତ୍ରଣାଳୟ 500 ମିଲିୟନ୍ ଟନ୍ କୋଇଲାର ରେକର୍ଡ଼ ପରିବହନ କରିଛି


400 ମେଟ୍ରିକ ଟନରୁ ଅଧିକ କୋଇଲା ବିଦ୍ୟୁତ କ୍ଷେତ୍ରକୁ ପଠାଯାଇଛି

ଚଳିତ ବର୍ଷ କୋଇଲା ପ୍ରେରଣ ସର୍ବମୋଟ୍ ଏକ ଶହ କୋଟି ଟନ୍ ହେବାର ଆଶା କରାଯାଉଛି

ପୋଷ୍ଟ କରାଯିବା ଦିନାଙ୍କ: 19 OCT 2023 12:29PM by PIB Bhubaneswar

2023-24 ଆର୍ଥିକ ବର୍ଷରେ, କୋଇଲା ମନ୍ତ୍ରଣାଳୟ ଗ୍ରାହକଙ୍କୁ1012 ନିୟୁତ ଟନ୍ (ଏମଟି) କୋଇଲା ଉତ୍ପାଦନ ଏବଂ ପଠାଇବା ପାଇଁ ଏକ ଲକ୍ଷ୍ୟସ୍ଥିର କରିଛି। ରେକର୍ଡ ଉଚ୍ଚ କାର୍ଯ୍ୟଦକ୍ଷତା ହାସଲ କରି ମନ୍ତ୍ରଣାଳୟ 17 ଅକ୍ଟୋବର2023 ସୁଦ୍ଧା 500 ଏମଟି କୋଇଲା ପଠାଇବାରେ ସକ୍ଷମ ହୋଇଛି। ବର୍ଷରପ୍ରଥମାର୍ଦ୍ଧରେ ମୌସୁମୀ ଋତୁ ସତ୍ତ୍ବେ 200 ଦିନରେ 500 ଏମଟି କୋଇଲା ପଠାଇବାଏକ ଉଲ୍ଲେଖନୀୟ ସଫଳତା ଅଟେ।

ବର୍ଷର ଦ୍ବିତୀୟାର୍ଦ୍ଧରେ, ଉତ୍ପାଦନ ଏବଂ ପଠାଇବା ହାର ସାଧାରଣତଃ ବର୍ଷରପ୍ରଥମାର୍ଦ୍ଧ ଅପେକ୍ଷା ଅଧିକ। ତେଣୁ ଆଶା କରାଯାଉଛି ଯେ ଚଳିତ ବର୍ଷ କୋଇଲାପ୍ରେରଣ ଏକ ବିଲିୟନ ଟନ୍ ରୁ ଅଧିକ ହେବ। ଗତ ଆର୍ଥିକ ବର୍ଷରେ, 9 ନଭେମ୍ବର2022 ସୁଦ୍ଧା 500 ଏମଟି କୋଇଲା ପଠାଇବା ମାଇଲଖୁଣ୍ଟ ହାସଲ କରାଯାଇଛି। ଏହା ସହିତ , ଚଳିତ ବର୍ଷ, 500 ଏମଟି ପଠାଇବା ଲକ୍ଷ୍ୟ 23 ଦିନ ପୂର୍ବରୁ ହାସଲକରାଯାଇଛି।

ଏହା ଧ୍ୟାନ ଦେବା ଆବଶ୍ୟକ ଯେ 500 ମେଟ୍ରିକ ଟନ କୋଇଲାରେ 416.57 ମେଟ୍ରିକ ଟନ୍ କୋଇଲା ବିଦ୍ୟୁତ କ୍ଷେତ୍ର ପାଇଁ ଏବଂ 84.77 ମେଟ୍ରିକ ଟନ୍ ଅଣ-ନିୟାମକ କ୍ଷେତ୍ର ପାଇଁ ପଠା ଯାଇଛି। ବିଦ୍ୟୁତ କ୍ଷେତ୍ରରେ କୋଇଲା ପରିବହନରେ ବୃଦ୍ଧି ହାର ବର୍ଷ ପରେ ବର୍ଷ 7.27 ପ୍ରତିଶତ ରହିଛି ଏବଂ ଅଣ-ନିୟାମକ କ୍ଷେତ୍ରରେ ବର୍ଷ ପରେ ବର୍ଷ 38.02 ପ୍ରତିଶତ ରହିଛି। 31 ମାର୍ଚ୍ଚ, 2023 ସୁଦ୍ଧା 893.19 ମିଲିୟନ ଟନ୍ କୋଇଲା ପ୍ରେରଣ କରାଯାଇଥିଲା। 

ଏହା ଧ୍ୟାନ ଦେବାର ବିଷୟ ଯେ କୋଇଲା ମନ୍ତ୍ରଣାଳୟ ଏହି ଐତିହାସିକ ଉପଲବ୍ଧିରେ କୋଲ୍ ଇଣ୍ଡିଆ ଲିମିଟେଡ୍‌ (ସିଆଇଏଲ୍), ସିଙ୍ଗାରେନି କୋଲିଏରିଜ୍ କମ୍ପାନୀ ଲିମିଟେଡ୍‌ (ଏସସିସିଏଲ୍‌) ଏବଂ କ୍ୟାପଟିଭ୍/ ବାଣିଜ୍ୟିକ ଖଣିର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଛି। 

BS


(ରିଲିଜ ଆଡି: 1969184) ପରିଦର୍ଶକ କାଉଣ୍ଟର : 136
ଏହି ରିଲିଜ ପଢନ୍ତୁ : Kannada , English , Urdu , Marathi , हिन्दी , Bengali , Punjabi , Tamil