ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନାରୀ ଶକ୍ତି ବନ୍ଦନ ଅଧିନିୟମ ସନ୍ତୁଳିତ ନୀତି ନିର୍ଣ୍ଣୟ ପାଇଁ ଏକ ଆଦର୍ଶ ପରିସ୍ଥିତି ସୃଷ୍ଟି କରିବ : ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 13 OCT 2023 5:07PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହା ସ୍ୱୀକାର କରିଛନ୍ତି ଯେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଧାୟୀ କ୍ଷେତ୍ରରେ ସନ୍ତୁଳିତ ନୀତିନିୟମ ପାଇଁ ଏକ ଆଦର୍ଶ ପରିସ୍ଥିତି ସୃଷ୍ଟି କରିବା ସହିତ ଏହା ମହିଳାଙ୍କ ସମ୍ମାନକୁ ସାମଗ୍ରିକ ଭାବରେ ସୁଦୃଢ଼ କରିବ ।

କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଦ୍ୱାରା X ରେ ପୋଷ୍ଟ କରାଯାଇଥିବା ଏକ ପୋଷ୍ଟକୁ  ଶେୟାର କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ,

ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଧାୟୀ କ୍ଷେତ୍ରରେ ମହିଳା ମାନଙ୍କ ସମ୍ମାନକୁ ସାମଗ୍ରିକ ଭାବେ ବୃଦ୍ଧି କରିବ ଏବଂ ସନ୍ତୁଳିତ ନୀତିନିୟମ ପାଇଁ ଏକ ଆଦର୍ଶ ପରିସ୍ଥିତି ସୃଷ୍ଟି କରିବ ।

***

SSP

 


(ରିଲିଜ ଆଡି: 1967778) ପରିଦର୍ଶକ କାଉଣ୍ଟର : 96