ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏହି କଠିନ ପରିସ୍ଥିତିରେ ଭାରତର ଲୋକେ ଇସ୍ରାଏଲ ସହ ଦୃଢ଼ତାର ସହ ଛିଡ଼ା ହୋଇଛନ୍ତି: ପ୍ରଧାନମନ୍ତ୍ରୀ

प्रविष्टि तिथि: 10 OCT 2023 4:07PM by PIB Bhubaneshwar

ସମ୍ପ୍ରତି ଇସ୍ରାଏଲରେ ଜାରି ଥିବା ସ୍ଥିତି ବାବଦରେ ଅବଗତ କରାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଇସ୍ରାଏଲ ପ୍ରତିପକ୍ଷ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଧନ୍ୟବାଦ ଦେଇଛନ୍ତି

 

ସବୁ ପ୍ରକାରର ଆତଙ୍କବାଦକୁ ନିନ୍ଦା କରି ପ୍ରଧାନମନ୍ତ୍ରୀ ଏହି କଠିନ ସମୟରେ ଇସ୍ରାଏଲ ସହ ଏକଜୁଟତା ସହ ଛିଡ଼ା ହୋଇଥିବା କହିଛନ୍ତି

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଫୋନ କଲ୍ କରି ଦେଶରେ ଜାରି ରହିଥିବା ପରିସ୍ଥିତି ବାବଦରେ ଅବଗତ କରାଇଥିବାରୁ ତାଙ୍କୁ ଧନ୍ୟବାଦ ଏହି କଠିନ ସମୟରେ ଭାରତର ଲୋକେ ଇସ୍ରାଏଲ ସହ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି ଭାରତ ଦୃଢ଼ତାର ସହ ଆତଙ୍କବାଦର ସବୁ ରୂପ ଏବଂ ଆତଙ୍କୀ କାର୍ଯ୍ୟକଳାପକୁ ନିନ୍ଦା କରେ

 

SR


(रिलीज़ आईडी: 1966927) आगंतुक पटल : 117
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Malayalam