ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ଚୀନରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ପଦକ ସଂଖ୍ୟା ୧୦୦ ଅତିକ୍ରମ କରିଥିବାରୁ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ଅନୁରାଗ ଠାକୁର


ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି, ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୁବିଧା ଏବଂ ଆମ ଖେଳାଳିଙ୍କ କଠିନ ପରିଶ୍ରମ ଓ ସଂକଳ୍ପ ଭାରତର ୧୦୦ ପଦକ ଜିତିବା ସୁନିଶ୍ଚିତ କରିଛି: ଶ୍ରୀ ଅନୁରାଗ ସିଂହ ଠାକୁର

Posted On: 07 OCT 2023 12:36PM by PIB Bhubaneshwar

ଚୀନରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ପଦକ ସଂଖ୍ୟା ୧୦୦ ପାର ହୋଇଥିବାରୁ କେନ୍ଦ୍ର ଯୁବ ଓ କ୍ରୀଡ଼ା ମନ୍ତ୍ରୀ ଆଥଲେଟ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ୧୪୦ କୋଟି ଭାରତୀୟଙ୍କ ତରଫରୁ ସମସ୍ତ ଆଥଲେଟଙ୍କୁ ମୋର ଶୁଭେଚ୍ଛା। ସେମାନେ ଭବିଷ୍ୟତର କ୍ରୀଡ଼ାବିତମାନଙ୍କ ପାଇଁ ପ୍ରେରଣା। ସେ କହିଛନ୍ତି ଯେ ଏସୀୟ କ୍ରୀଡ଼ାର ୭୨ ବର୍ଷର ଇତିହାସରେ ଆମ ଆଥଲେଟମାନେ ଏଥର ଅନେକ ରେକର୍ଡ ଭାଙ୍ଗିବା ସହ ଅନେକ ନୂଆ ଏସୀୟ ରେକର୍ଡ ମଧ୍ୟ କରିଛନ୍ତି। ଆଥଲେଟିକ୍ସରେ ୨୯ ପଦକ, ସୁଟିଂରେ ୨୨ ପଦକ ନୂଆ ରେକର୍ଡ। ଶ୍ରୀ ଅନୁରାଗ ସିଂହ ଠାକୁର ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ଏବଂ ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୁବିଧା ଏବଂ ଆମ ଖେଳାଳିଙ୍କ କଠିନ ପରିଶ୍ରମ ଏବଂ ସଂକଳ୍ପ ଭାରତ କୁ ୧୦୦ ପଦକ ଜିତିବା ସୁନିଶ୍ଚିତ କରିଛି। ଏହି ଏସୀୟ କ୍ରୀଡ଼ାରେ ଇତିହାସ ରଚିଥିବାରୁ ମୁଁ ସମସ୍ତ କ୍ରୀଡ଼ାବିତମାନଙ୍କୁ ଅଭିନନ୍ଦନ ଜଣାଉଛି।

ଏସୀୟ କ୍ରୀଡ଼ାରେ ହକି ଦଳ ବହୁତ ଭଲ ପ୍ରଦର୍ଶନ କରିଛି ଏବଂ ଏହା ଭବିଷ୍ୟତ ପ୍ରତିଯୋଗିତାରେ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ "ଖେଲଗେ ତୋ ଖିଲୋଗେ"ର ସ୍ଲୋଗାନ୍ ଦେଇଥିଲେ ଏବଂ କହିଥିଲେ ଯେ ଚିନ୍ତାଧାରାରେ ପରିବର୍ତ୍ତନ ଏବଂ ସୁବିଧା ପ୍ରଦାନ ଦ୍ୱାରା ଫଳାଫଳ ଆସିବ ଏବଂ ଏହା ଆଜି ପରିଲକ୍ଷିତ ହେଉଛି।

HS



(Release ID: 1965447) Visitor Counter : 86