ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୧୦୦ ପଦକ - ଏସୀୟ କ୍ରୀଡାରେ ଭାରତ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା : ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ୧୦ ତାରିଖ ଦିନ ଏସୀୟ କ୍ରୀଡାରେ ଭାଗନେଇଥିବା ଦଳକୁ ଆତିଥେୟତା ପ୍ରଦାନ କରିବେ ଏବଂ ସେମାନଙ୍କ ସହିତ ଆଲୋଚନା କରିବେ

Posted On: 07 OCT 2023 8:27AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମ କ୍ରାଡାବିତ୍ ମାନେ ଏସୀୟ କ୍ରୀଡାରେ ୧୦୦ ପଦକର ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ଦେଶ ଆନନ୍ଦିତ ହୋଇଛି ।

୧୦ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆତିଥେୟତା ପ୍ରଦାନ କରିବେ ଏବଂ ସେମାନଙ୍କ ସହିତ ଆଲୋଚନା କରିବେ ।

ଶ୍ରୀ ନରେନ୍ଦ୍ର ମୋଦୀ X ରେ ପୋଷ୍ଟ କରିଛନ୍ତି:

ଏସୀୟ କ୍ରୀଡାରେ ଭାରତ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା!

ଭାରତର ଲୋକମାନେ ଏହି କଥାକୁ ନେଇ ଆନନ୍ଦିତ ଯେ ଆମେ ୧୦୦ ପଦକ ବିଶିଷ୍ଟ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟରେ ପହଞ୍ଚିଛୁ ।

ଆମର ଅଦ୍ଭୁତ କ୍ରୀଡାବିତ୍ ମାନଙ୍କୁ ମୁଁ ମୋର ହୃଦୟରୁ ଅଭିନନ୍ଦନ ଜଣାଉଛି ଯେଉଁ ମାନଙ୍କର ଉଦ୍ୟମ ପାଇଁ ଭାରତ ଏହି ଐତିହାସିକ ମାଇଲଖୁଣ୍ଟକୁ ଛୁଇଁଛି ।

ପ୍ରତ୍ୟେକ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ଇତିହାସ ସୃଷ୍ଟି କରିଛି ଏବଂ ଆମ ହୃଦୟକୁ ଗର୍ବରେ ପରିପୂର୍ଣ୍ଣ କରିଛି ।

ମୁଁ ୧୦ ତାରିଖରେ ଆମର ଏସୀୟ କ୍ରୀଡାରେ ଭାଗନେଇଥିବା ଦଳକୁ ଆତିଥେୟତା ପ୍ରଦାନ କରିବା ଏବଂ ସେମାନଙ୍କ ସହିତ ଆଲୋଚନା କରିବାକୁ ଉତ୍ସାହିତ ଅଛି ।

***

SSP


(Release ID: 1965446) Visitor Counter : 76