ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦିଲ୍ଲୀ କ୍ୟାଣ୍ଟର ଆର୍ମି ହସ୍ପିଟାଲ (ଆର୍ ଆଣ୍ଡ୍ ଆର୍‌)ରେ ଇଏନଟି ବିଭାଗ ଦ୍ୱାରା ଗତ ୧୮ ମାସ ମଧ୍ୟରେ ଏକକାଳୀନ ୫୦ ବାଇଲାଟେରାଲ କୋକ୍ଲିୟର ପ୍ରତିରୋପଣକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 05 OCT 2023 11:04AM by PIB Bhubaneswar

ଦିଲ୍ଲୀ କ୍ୟାଣ୍ଟର ଆର୍ମି ହସ୍ପିଟାଲ (ଆର୍ ଆଣ୍ଡ୍ ଆର୍‌)ରେ କାନ, ନାକ ଓ ଗଳା (ଇଏନଟି) ବିଭାଗ ଦ୍ୱାରା ଗତ ୧୮ ମାସ ମଧ୍ୟରେ ଏକକାଳୀନ ୫୦ ବାଇଲାଟେରାଲ କୋକ୍ଲିୟର ପ୍ରତିରୋପଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ପ୍ରେସ ବ୍ୟୁରୋର ଏକ ଏକ୍ସ ପୋଷ୍ଟକୁ କୋଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି:

‘କୋକ୍ଲିୟର ପ୍ରତିରୋପଣରେ ଏକ ବଡ଼ ମାନଦଣ୍ଡ ସ୍ଥିର କରିବା ପାଇଁ ପ୍ରଶଂସା । ଏପରି ଉତ୍ସର୍ଗୀକୃତତା ଏବଂ ପାରଦର୍ଶିତା ଅନେକଙ୍କ ପାଇଁ ଏକ ଉଜ୍ଜ୍ୱଳ ଓ ସୁସ୍ଥ ଭବିଷ୍ୟତ ସୁନିଶ୍ଚିତ କରେ । ଏହି ସଫଳତା ଆମ ବୃତ୍ତିଗତ ଡାକ୍ତରଙ୍କ ପ୍ରତିବଦ୍ଧତା ବିଷୟରେ ମଧ୍ୟ ଅନେକ କିଛି କହିଥାଏ ।’

 

SR


(ରିଲିଜ ଆଡି: 1964624) ପରିଦର୍ଶକ କାଉଣ୍ଟର : 159