ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ସିକ୍କିମ୍ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି


ସିକ୍କିମ୍‌ର କିଛି ଅଂଶରେ ଦୁର୍ଭାଗ୍ୟଜନକ ପ୍ରାକୃତିକ ବିପର୍ଯ୍ୟୟ ପରର ପରିସ୍ଥିତି ସମ୍ପର୍କରେ ବୁଝିଛନ୍ତି

Posted On: 04 OCT 2023 3:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିକ୍କିମ୍‌ର ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରେମ ସିଂହ ତମାଙ୍ଗଙ୍କ ସହ କଥା ହୋଇଥିଲେ ଏବଂ ସିକ୍କିମର କିଛି ଅଂଶରେ ଦୁର୍ଭାଗ୍ୟଜନକ ପ୍ରାକୃତିକ ବିପର୍ଯ୍ୟୟ ପରବର୍ତ୍ତୀ ପରିସ୍ଥିତି ବିଷୟରେ ପଚାରି ବୁଝିଥିଲେ । ଏହି ପରିସ୍ଥିତିରେ ସେ ସମସ୍ତ ସମ୍ଭାବ୍ୟ ସମର୍ଥନକୁ ମଧ୍ୟ ନିଶ୍ଚିତ କରିଛନ୍ତି ।

ପ୍ରଭାବିତ ଲୋକଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ଶ୍ରୀ ମୋଦୀ ମଧ୍ୟ ପ୍ରାର୍ଥନା କରିଛନ୍ତି ।

ପ୍ରଧାନମନ୍ତ୍ରୀ X  ରେ ପୋଷ୍ଟ କରିଛନ୍ତି

“ସିକ୍କିମ୍‌ର ମୁଖ୍ୟମନ୍ତ୍ରୀ ଶ୍ରୀ @PSTamangGolay ଙ୍କ ସହ କଥା ହେବା ସହିତ ରାଜ୍ୟର କିଛି ଭାଗରେ ଦୁର୍ଭାଗ୍ୟଜନକ ପ୍ରାକୃତିକ ବିପର୍ଯ୍ୟୟ ପରବର୍ତ୍ତୀ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲି । ଆହ୍ୱାନର ମୁକାବିଲା କରିବା ପାଇଁ ସମସ୍ତ ସମ୍ଭାବ୍ୟ ସମର୍ଥନ ନିଶ୍ଚିତ କରିଛି । ମୁଁ ପ୍ରଭାବିତ ସମସ୍ତଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ପ୍ରାର୍ଥନା କରୁଛି । ”

  ***

SSP



(Release ID: 1964572) Visitor Counter : 63