ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍ୱଚ୍ଛ ଭାରତ ଅଭିଯାନରେ ଜନସାଧାରଣ ଭାଗ ନେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ପୋଷ୍ଟ କରାଯିବା ଦିନାଙ୍କ: 30 SEP 2023 11:10PM by PIB Bhubaneswar

ସ୍ୱଚ୍ଛ ଭାରତ ଦେଶର ସମସ୍ତ ନାଗରିକଙ୍କ ସାମୂହିକ ଦାୟିତ୍ୱ ଏବଂ ଏହି ଦିଗରେ ଜନସାଧାରଣଙ୍କ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସ୍ୱଚ୍ଛତା ବଜାୟ ରଖିବା ଏବଂ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣରେ ସହାୟକ ହେବା ଲାଗି ଆସନ୍ତାକାଲି ସକାଳ ୧୦ଟାରେ ଏକ ଘଣ୍ଟା ପାଇଁ ବାହାରକୁ ବାହାରିବା ଲାଗି ଶ୍ରୀ ମୋଦୀ ନିବେଦନ କରିଛନ୍ତି ।

 

ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ସ୍ୱଚ୍ଛ ଭାରତ ଦେଶର ସମସ୍ତ ପରିବାରଜନଙ୍କ ସାମୂହିକ ଦାୟିତ୍ୱ । ଏହି ଦିଗରେ ସର୍ବସାଧାରଣଙ୍କ ପ୍ରତ୍ୟେକ ଭାଗିଦାରୀ ବହୁତ ଗୁରୁତ୍ୱପୂର୍ଣ୍ଣ । ଆସନ୍ତୁ ଆସନ୍ତାକାଲି ସକାଳ ୧୦ଟାରେ ସଭିଏଁ ଏକଜୁଟ ହୋଇ ଏକ ଘଣ୍ଟା ସ୍ୱଚ୍ଛତାକୁ ସମର୍ପିତ କରିବା ଏବଂ ଦେଶର ଉଜ୍ଜ୍ୱଳ ଭବିଷ୍ୟତର ନିର୍ମାଣରେ ନିଜ ନିଜର ଅବଦାନ ଦେବା’ ।

 

SR


(ରିଲିଜ ଆଡି: 1963990) ପରିଦର୍ଶକ କାଉଣ୍ଟର : 120