ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ତାଙ୍କ ଜୟନ୍ତୀରେ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 02 OCT 2023 8:53AM by PIB Bhubaneswar

ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ତାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ତାଙ୍କ ଜୟନ୍ତୀରେ ମନେ ପକାଉଛି । ତାଙ୍କର ସରଳତା, ଦେଶ ପ୍ରତି ଉତ୍ସର୍ଗୀକୃତତା ଏବଂ ‘ଜୟ ଯବାନ, ଜୟ କିଷାନ’ ଭଳି ନିଆରା ନାରା ଆଜି ମଧ୍ୟ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଉଛି । ଭାରତର ବିକାଶ ପ୍ରତି ତାଙ୍କ ଅଦମ୍ୟ ପ୍ରତିବଦ୍ଧତା ଏବଂ ଆହ୍ୱାନପୂର୍ଣ୍ଣ ସମୟରେ ତାଙ୍କ ନେତୃତ୍ୱ ଆଦର୍ଶ ହୋଇ ରହିଛି । ଏକ ଶକ୍ତିଶାଳୀ ଭାରତ ପାଇଁ ଥିବା ତାଙ୍କ ଲକ୍ଷ୍ୟକୁ ସାକାର କରିବା ଲାଗି ଆମେ ସର୍ବଦା କାମ କରିବା ।’

 

SR


(ରିଲିଜ ଆଡି: 1963264) ପରିଦର୍ଶକ କାଉଣ୍ଟର : 139