ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ପାଇଁ ‘ସଙ୍କଳ୍ପ ଶପଥ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
Posted On:
30 SEP 2023 6:29PM by PIB Bhubaneshwar
କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର କ୍ୟାବିନେଟର ମୋର ସମସ୍ତ ସାଥୀ, ସରକାରଙ୍କ ଅଧିକାରୀ ଗଣ, ନୀତି ଆୟୋଗର ସମସ୍ତ ସାଥୀ ଆଉ ଏହି କାର୍ଯ୍ୟକ୍ରମରେ ଦେଶର ଭିନ୍ନ- ଭିନ୍ନ ଅଂଚଳରୁ, ଭିନ୍ନ-ସଂଖ୍ୟାରେ ଜନପ୍ରତିନିଧି ମଧ୍ୟ ଆଜି ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଛନ୍ତି ଆଉ ଏହି ବିଷୟରେ ରୁଚି ରଖୁଥିବା ଲୋକମାନେ ମଧ୍ୟ ଆଜି ଆମ ସହିତ ଭିନ୍ନ- ଭିନ୍ନ ମାଧ୍ୟମରେ ଯୋଡ଼ି ହୋଇଛନ୍ତି, ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି । ଆଉ ଏହି କାର୍ଯ୍ୟକ୍ରମ ପାଇଁ ଆପଣ ସମସ୍ତଙ୍କୁ, ବିଶେଷ କରି ନୀତି ଆୟୋଗଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି ଆଉ ଆପଣ ସମସ୍ତଙ୍କୁ ଶୁଭକାମନା ମଧ୍ୟ ଜଣାଉଛି ।
ଆପଣମାନେ ଭାରତ ମଣ୍ଡପମ୍ ରେ ଏକାଠି ହୋଇଛନ୍ତି ଆଉ ଏହି ଦେଶର ଚିନ୍ତାଧାରା କଥା ଜଣା ପଡ଼ିଯାଉଛି, ଭାରତ ସରକାରଙ୍କର ଚିନ୍ତାଧାରା କଥା ଜଣା ପଡ଼ିଯାଉଛି ଆଉ ତାହା ହେଉଛି ଏହା ଯେ ଗୋଟିଏ ମାସ ମଧ୍ୟରେ – ଭିତରେ ହିଁ ଏବେ ଏଠାରେ ସେହି ଲୋକମାନେ ଏକାଠି ହୋଇଛନ୍ତି, ଯେଉଁମାନେ ହେଉଛନ୍ତି ଦେଶର ଦୂର- ଦୂରାନ୍ତର ଗାଁ କଥା ଚିନ୍ତା କରିବା ଭଳି ଲୋକ, ଶେଷ ପାହାଚରେ ଥିବା ପରିବାର କଥା ଚିନ୍ତା କରିବା ଭଳି ଲୋକ, ସେମାନଙ୍କର ମଙ୍ଗଳ ପାଇଁ ଯୋଜନାଗୁଡ଼ିକୁ ଆଗକୁ ବଢ଼ାଇବା ଭଳି ଲୋକ । ଆଉ ଏଇ ଏକ ମାସରେ ଏଠାରେ ସେହି ଲୋକମାନେ ବସି ରହିଥିଲେ, ଯେଉଁମାନେ ବିଶ୍ୱକୁ ଦିଗଦର୍ଶନ ଦେବାର କାର୍ଯ୍ୟ କରୁଥିଲେ । ଅର୍ଥାତ ଆପଣ କାନଭାସର ରେଂଜ୍ ଦେଖି ନିଅନ୍ତୁ । ଯେଉଁ ଭାରତ ମଣ୍ଡପମ୍ ରେ ଏହି ଏକ ମାସ ମଧ୍ୟରେ ବିଶ୍ୱର ଗଣମାନ୍ୟ ନେତାମାନେ ମିଳିମିଶି ବିଶ୍ୱର ଚିନ୍ତା କରୁଥିଲେ ସେହି ଭାରତ ମଣ୍ଡପମ୍ ରେ ମୋ ଦେଶର ତୃଣମୂଳ ସ୍ତରରେ ପରିବର୍ତନ ଆଣିବା ଲୋକ, ଦୃଢ଼ତା ଆଣିବା ଲୋକ ଆଉ ମନୋବଳକୁ ସୁଦୃଢ଼ କରି କାର୍ଯ୍ୟ କରିବା ଭଳି ଲକ୍ଷ- ଲକ୍ଷ ସାଥୀମାନଙ୍କ ସହିତ ଆଜି ମୁଁ ସାକ୍ଷାତ କରୁଛି, ଏହା ହେଉଛି ମୋ ପାଇଁ ଗର୍ବର ବିଷୟ । ମୋ ପାଇଁ ଏହି ସମ୍ମିଳନି ମଧ୍ୟ G-20 ଠାରୁ କୌଣସି ଭାବେ କମ୍ ନୁହେଁ ।
ଆମ ସହିତ ଅନ ଲାଇନରେ ମଧ୍ୟ ବହୁତ ଲୋକ ଯୋଡ଼ି ହୋଇଛନ୍ତି । ଏହି କାର୍ଯ୍ୟକ୍ରମ ହେଉଛି ‘ଟିମ୍ ଭାରତ’ର ସଫଳତାର ପ୍ରତୀକ । ଏହି କାର୍ଯ୍ୟକ୍ରମ ଭବିଷ୍ୟତର ଭାରତ ପାଇଁ ମଧ୍ୟ ହେଉଛି ଗୁରୁତ୍ୱପୂର୍ଣ୍ଣ ଆଉ ଏଥିରେ ସଂକଳ୍ପରୁ ସିଦ୍ଧି ଏହା ହେଉଛି ଅନ୍ତର୍ନିହିତ, ହେଉଛି ତାହାର ପ୍ରତିବିମ୍ବ ।
ସାଥୀଗଣ,
ଯେତେବେଳେ ମଧ୍ୟ ସ୍ୱାଧୀନତା ପରେ ହୋଇଥିବା ଶ୍ରେଷ୍ଠ 10 ଯୋଜନା ଗୁଡିକର ଅଧ୍ୟୟନ ହେବ, ସେତେବେଳେ ସେଥିରେ ଆକାଂକ୍ଷିତ ଜିଲ୍ଲା କାର୍ଯ୍ୟକ୍ରମକୁ ସ୍ୱର୍ଣ୍ଣାକ୍ଷରରେ ଲେଖାଯିବ । ଆକାଂକ୍ଷିତ ଜିଲ୍ଲା କାର୍ଯ୍ୟକ୍ରମରେ, ଆକାଂକ୍ଷିତ ଜିଲ୍ଲା ଅଭିଯାନ, ଦେଶର 112 ଜିଲ୍ଲାଗୁଡିକ ମଧ୍ୟରୁ 25 କୋଟିରୁ ଅଧିକଙ୍କ ଜୀବନ ବଦଳାଇ ଦେଇଛି, ଗୁଣାତ୍ମକ ଜୀବନରେ ପରିବର୍ତନ ଆଣିଛି, ପ୍ରଶାସନ ସୁଗମତାରେ ପରିବର୍ତନ ଆଣିଛି, ଏବଂ ଯାହା ଗତକାଲି ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଆଜ୍ଞା ଜୀବନ ପୂରଣ କରି ନିଅ, ଏପରି ହିଁ ଚଳିଯିବା । ସେହି ଚିନ୍ତାଧାରାରୁ ବାହାରି ଆସି ସେଠାକାର ସାମଜ ଏବେ ସେହିଭଳି ରହିବେ ନାହିଁ, କିଛି କରି ଦେଖାଇବାର ଅଛି ଏହି ମାନସିକତାରେ ଅଛନ୍ତି । ମୁଁ ବୁଝି ପାରୁଛି ଏହା ହେଉଛି ବହୁତ ବଡ଼ ଶକ୍ତି । ଏହି ଅଭିଯାନ ଏବେ ଆକାଂକ୍ଷିତ ବ୍ଲକ କାର୍ଯ୍ୟକ୍ରମର ଆଧାର ପାଲଟି ଯାଇଛି । ଜିଲ୍ଲାସ୍ତରର ଅଭିଜ୍ଞତା ଏତେ ସଫଳ ରହିଛି ଯେ, ବିଶ୍ୱର ବିକାଶର ମଡେଲର ଚର୍ଚ୍ଚା କରୁଥିବା ପ୍ରତ୍ୟେକ ଲୋକ, ଏଥିରୁ ବହୁତ କିଛି ଶିକ୍ଷା ବିଶେଷ କରି ବିକାଶଶୀଳ ଦେଶ ପାଇଁ ପରାମର୍ଶ ଦେଉଛନ୍ତି । ଆମେ ମଧ୍ୟ ସେଥିରୁ ବହୁତ କିଛି ଶିକ୍ଷା ଲାଭ କରିଛୁ ଆଉ ସେଥିରୁ ଚିନ୍ତା ଆସିଲା ଯେ ଦେଶର 500 ବ୍ଲକ, ପ୍ରତ୍ୟେକ ରାଜ୍ୟରେ ଯେଉଁଠାରେ ମଧ୍ୟ, ଆଉ ଏକ ମାନଦଣ୍ଡ ଅଧୀନରେ ଏହାର ମୂଲ୍ୟାଙ୍କନ କରାଯାଇଛି । ଆଉ ସେଥିମଧ୍ୟରୁ ଏହି 500 ବ୍ଲକ, ଯଦି ଆମେ, ଏହାକୁ ରାଜ୍ୟର ହାରାହାରି ହିସାବରେ ଯଦି ଆମେ ଆଣିବା, ଜାତୀୟ ହାର ଅନୁସାରେ ନେବା, ଆପଣମାନେ କଳ୍ପନା କରି ପାରିବେ ଯେ କେତେ ବଡ଼ ପରିବର୍ତନ ଆସିବ, କେତେ ବଡ଼ ପରିମାଣ ଆସିବ, ଆଉ ମୋର ବିଶ୍ୱାସ ଯେ ଯେଭଳି ଭାବରେ ଆକାଂକ୍ଷିତ ଜିଲ୍ଲା କାର୍ଯ୍ୟକ୍ରମ ସଫଳତାର ଧ୍ୱଜା ଉଡାଇଲା, ସେହିଭଳି ହିଁ ଆକାଂକ୍ଷିତ ବ୍ଲକ କାର୍ଯ୍ୟକ୍ରମ ମଧ୍ୟ ଶତ ପ୍ରତିଶତ ସଫଳ ହୋଇ ପାରିବ ନିଶ୍ଚିତ । ଆଉ ଏଥିପାଇଁ ନୁହେଁ ଯେ, ଯୋଜନା ହେଉଛି ବଡ଼ ଅଦ୍ଭୁତ, ଏଥିପାଇଁ ଯେ କାର୍ଯ୍ୟ କରୁଥିବା ଲୋକମାନେ ମଧ୍ୟ ହେଉଛନ୍ତି ଅଦ୍ଭୁତ । ଏବେ କିଛି ସମୟ ପୂର୍ବରୁ ମୁଁ 3 ଜଣ ସାଥୀଙ୍କ ସହିତ କଥା ହେଉଥିଲି, ଆପଣମାନେ ଏହି ଆଲୋଚନା ଶୁଣିଛନ୍ତି । ଦେଖନ୍ତୁ ସେମାନଙ୍କର ଆତ୍ମବିଶ୍ୱାସ ଆଉ ଯେତେବେଳେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଆପଣଙ୍କ ଭଳି ସାଥୀମାନଙ୍କର ଆତ୍ମବିଶ୍ୱାସ ଦେଖୁଛି, ତେବେ ମୋର ଆତ୍ମବିଶ୍ୱାସ ଅନେକ ଗୁଣ ବୃଦ୍ଧି ପାଉଛି, ବରଂ ବହୁଗୁଣିତ ହୋଇ ଯାଉଛି । କେବଳ ଯେ ମୋର ଶୁଭକାମନା ଆପଣଙ୍କ ସାଙ୍ଗରେ ରହିଛି ଏପରି ନୁହେଁ, ମୁଁ ସମ୍ପୂର୍ଣ୍ଣ ଭାବେ ଆପଣମାନଙ୍କ ସହିତ ଠିଆ ହୋଇଛି । ଯଦି ଆପଣମାନେ 2 ପାଦ ଚାଲିବେ, ତେବେ ମୁଁ 2 ପାଦ ଚାଲିବା ପାଇଁ ପ୍ରସ୍ତୁତ ଅଛି, ଯଦି ଆପଣ 12 ଘଂଟା କାମ କରୁଛନ୍ତି, ତେବେ ମୁଁ 13 ଘଂଟା କାମ କରିବାକୁ ପ୍ରସ୍ତୁତ ଅଛି । ଆଉ ମୁଁ ଆପଣମାନଙ୍କର ଜଣେ ସାଥୀ ହୋଇ କାର୍ଯ୍ୟ କରିବାକୁ ଚାହୁଁଛି, ଆପଣଙ୍କ ଦଳର ଏକ ସଦସ୍ୟ ହୋଇ କାର୍ଯ୍ୟ କରିବାକୁ ଚାହୁଁଛି ଏବଂ ମୋର ବିଶ୍ୱାସ ଯେ ଆମେମାନେ ଏକ ଦଳ ହୋଇ ଏହି ଆକାଂକ୍ଷୀ ବ୍ଲକର ଯାହା ସଫଳତା ଚାହୁଁଛେ, ଯଦି ଆମେ ଏହାକୁ 2 ବର୍ଷ ସମୟ ପାଇଁ ସ୍ଥିର କରିଛେ, ତେବେ ମୋର ଦୃଢ଼ ବିଶ୍ୱାସ ଯେ ଆମେ ଦେଢ଼ ବର୍ଷ ମଧ୍ୟରେ କାର୍ଯ୍ୟ କରିଦେବା, ଯଦି ଆମେ ଦେଢ଼ ବର୍ଷ ସ୍ଥିର କରିଛେ, ତେବେ ଆମେ 1 ବର୍ଷରେ କରିଦେବା ଏହା ହେଉଛି ମୋର ଦୃଢ଼ ବିଶ୍ୱାସ । ଆଉ କିଛି ବ୍ଲକ ତ ଏପରି ବାହାରିବେ ଯେଉଁମାନେ ଗୋଟିଏ ଅଧେ ବିଷୟକୁ ଗୋଟିଏ କିମ୍ବା ଦୁଇଟି ସପ୍ତାହରେ ହିଁ ତାହାକୁ ହାରାହାରି ସାଧାରଣ ରାଜ୍ୟ ତୁଳନାରେ ଉପରକୁ ଆଣି ପାରିବାର ସାମର୍ଥ୍ୟ ରଖନ୍ତି, ସେମାନେ କରିଦେବେ ସେଭଳି ଦୃଢ଼ ବିଶ୍ୱାସ ମୋର ରହିଛି । କାରଣ ଆପଣ ସମସ୍ତଙ୍କୁ ମଧ୍ୟ ଜଣାଅଛି ଯେ ମୁଁ ଏହାକୁ ପ୍ରତ୍ୟେକ ଦିନ ନିଶ୍ଚିତ ଭାବେ ଦେଖିବି, ପ୍ରତ୍ୟେକ ଦିନ ସୂକ୍ଷ୍ମ ଭାବେ ଅବଲୋକନ କରିବି, ଏଥିପାଇଁ ନୁହେଁ ଯେ ମୁଁ ଆପଣମାନଙ୍କର ପରୀକ୍ଷା ନେବାକୁ ଯାଉଛି, ଏଥିପାଇଁ ଯେ ଯେତେବେଳେ ମୁଁ ଆପଣମାନଙ୍କର ସଫଳତାକୁ ଦେଖୁଛି ନା’ ସେତେବେଳେ ମୋର କାର୍ଯ୍ୟ କରିବାର ଶକ୍ତି ବଢ଼ି ଯାଇଥାଏ, ମୋର ଉତ୍ସାହ ବଢ଼ି ଯାଇଥାଏ । ମୋତେ ଲାଗୁଛି ଯେ ବନ୍ଧୁଗଣ, ଆପଣ ଏତେ କାର୍ଯ୍ୟ କରୁଛନ୍ତି, ଚାଲନ୍ତୁ ମୁଁ ଟିକିଏ ଅଧିକ କରି ନେଉଛି । ମୁଁ ଏଥିପାଇଁ ଚାର୍ଟକୁ ଦେଖି ରହୁଛି ଫଳରେ ଚାର୍ଟ ହିଁ ମୋର ଉତ୍ସାହର କାରଣ ହୋଇ ଯାଇଥାଏ, ମୋର ଶକ୍ତି ହୋଇ ଯାଇଥାଏ ।
ଆଉ ଏଥିପାଇଁ ସାଥୀଗଣ,
ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମକୁ, ଆକାଂକ୍ଷୀ ଜିଲ୍ଲାକୁ ଏବେ 5 ବର୍ଷ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ଫଳରେ କାହାକୁ କ’ଣ ମିଳିଲା, ଜଣା ନାହିଁ, କେଉଁଠାରେ ଏବଂ କିପରି ଉନ୍ନତି ହେଲା, ଏହି ସମସ୍ତ ବିଷୟଗୁଡ଼ିକ ଉପରେ ଯେତେବେଳେ କୌଣସି ତୃତୀୟ ଏଜେନ୍ସି ଆକଳନ କରିଥାଆନ୍ତି, ସେତେବେଳେ ସେ ମଧ୍ୟ ନିଜର ସନ୍ତୋଷ ବ୍ୟକ୍ତ କରି ଥାଆନ୍ତି, ତେବେ ଆମ୍ଭେମାନେ ଯେତେବେଳେ ସାଙ୍ଗରେ ଏକାଠି ଯୋଡ଼ି ହୋଇଛୁ, ଆମକୁ ସନ୍ତୋଷ ଅନୁଭବ ହେବା ହେଉଛି ବହୁତ ସ୍ୱାଭାବିକ କଥା । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଦ୍ୱାରା ଆଉ ଗୋଟିଏ କଥା ସ୍ଥିର ହୋଇଥାଏ। ଯଦି ଆମେ ସୁଶାସନର ବହୁତ ଗୁଡ଼ିଏ ମୌଳିକ ଜିନିଷ ଉପରେ ଧ୍ୟାନ ଦେବା, ତେବେ ଆହ୍ୱାନପୂର୍ଣ୍ଣ ଲାଗୁଥିବା ଲକ୍ଷ୍ୟ ମଧ୍ୟ ହାସଲ ହୋଇ ପାରିବ । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ପାଇଁ ଆମେ ଖୁବ ସହଜ ଓ ସରଳ ରାଣନୀତି ମାଧ୍ୟମରେ କାର୍ଯ୍ୟ କରିଛୁ । ଆପଣମାନେ ମଧ୍ୟ ଦେଖିଛନ୍ତି, ଯେତେବେଳେ କିଏ ରୋଗଗ୍ରସ୍ତ ହୋଇଥାଏ, ସେତେବେଳେ ସେ ଡାକ୍ତରଙ୍କ ପାଖକୁ ଯାଇଥାଏ । ଭାବି ନିଅନ୍ତୁ ସେହି ଡାକ୍ତରଙ୍କୁ ପ୍ରଥମେ ଲାଗେ ଯେ ରୋଗଟା ହେଉଛି ଗୁରୁତର, ଅସ୍ତ୍ରୋପଚାର କରିବାର ଆବଶ୍ୟକତା ଅଛି, ଜରୁରୀ ଥିଲେ ମଧ୍ୟ ଡାକ୍ତର କହିବେ ନାହିଁ, ଏବେ 15 ଦିନ ପୂର୍ବରୁ ନୁହେଁ, ଏବେ ପ୍ରଥମେ ଆପଣଙ୍କର ପ୍ରତିରୋଧ ଶକ୍ତି ଠିକ୍ ହେବା ଦରକାର । ଫଳରେ ଅସ୍ତ୍ରୋପଚାର ହେଲେ ଆପଣଙ୍କ ଶରୀର ଠିକ୍ ଭାବରେ ପ୍ରତିକ୍ରିୟା ଦେଖାଇବ, ଏଭଳି ସ୍ଥିତି ହେବା ଦରକାର, ତାହାର କ୍ଷମତା ବୃଦ୍ଧି ହେବା ନିତାନ୍ତ ଜରୁରୀ । ଆଉ ସେ ରୋଗୀକୁ ମଧ୍ୟ ସେହିଭଳି ଭାବେ ଉପଚାର କରିଥାଆନ୍ତି, ସେହିଭଳି ଭାବେ ସାହାଯ୍ୟ କରିଥାଆନ୍ତି, ସେହିଭଳି ଭାବେ ପ୍ରସ୍ତୁତ କରାଇ ଥାଆନ୍ତି ପୁଣି ଯେମିତି ହିଁ ଶରୀର ପ୍ରତିକ୍ରିୟା ଦେଖାଇବା ଯୋଗ୍ୟ ହୋଇ ଯାଇଥାଏ ପୁଣି ସେ ଗମ୍ଭୀର ରୋଗକୁ ହ୍ୟାଣ୍ଡେଲ କରିବା ଦିଗରେ ଅଗ୍ରସର ହୋଇ ଥାଆନ୍ତି, ଅସ୍ତ୍ରୋପଚାର କରନ୍ତି ଆଉ ଅନ୍ୟ କୌଣସି କଥାର ଆବଶ୍ୟକତା ହୁଏ ନାହିଁ । ସେପର୍ଯ୍ୟନ୍ତ ସେ ଗୁରୁତର ରୋଗକୁ ହାତ ଲଗାନ୍ତି ନାହିଁ । ଏହା ସୁନିଶ୍ଚିତ କରି ନିଅନ୍ତି ଯେ ରୋଗୀର ଶରୀର ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ଅଛି । କୌଣସି ମଧ୍ୟ ଶରୀର ସେପର୍ଯ୍ୟନ୍ତ ସୁସ୍ଥ ବୋଲି ବୁଝା ଯାଏ ନାହିଁ, ଯେପର୍ଯ୍ୟନ୍ତ ସମସ୍ତ ଅଙ୍ଗ ଠିକ୍ ଭାବେ କାର୍ଯ୍ୟ କରୁ ନ ଥିବ । ଏବେ ମାନଦଣ୍ଡ ଦେଖିଲେ ଓଜନ ଠିକ୍ ଅଛି, ଉଚ୍ଚତା ଠିକ୍ ଅଛି, ଅମୁକ ଠିକ୍ ଅଛି, ସମୂକ ଠିକ୍ ଅଛି କିନ୍ତୁ ଶରୀରର କୌଣସି ଗୋଟିଏ ଅଙ୍ଗ କାର୍ଯ୍ୟ କରୁ ନାହିଁ ତାହାକୁ କ’ଣ ସୁସ୍ଥ ବୋଲି ମାନିନେବେ? ନା’ ମାନିବେ ନାହିଁ । ସେହିଭଳି ଭାବେ ଆମ ଦେଶରେ ମଧ୍ୟ ପ୍ରତ୍ୟେକ ମାନଦଣ୍ଡ ଉପରେ ଭାବି ନିଅନ୍ତୁ ଦେଶ ସମ୍ପୂର୍ଣ୍ଣ ରୂପେ ବିକାଶଶୀଳ ଦେଶ ଭଳି ଲାଗୁଥାଉ କିନ୍ତୁ ଯଦି ତାହାର 2, 4, 10 ଜିଲ୍ଲା, 2, 4 ବ୍ଲକ ପଛରେ ରହିଗଲେ ତେବେ କିପରି ଲାଗିବ ? ଆଉ ଏଥିପାଇଁ ଯେଭଳି ଜଣେ ରୋଗୀକୁ ଡାକ୍ତର ଯେଉଁଭଳି ଭାବେ ସମଗ୍ର ଶରୀରକୁ ସମାଧାନ କରି କାର୍ଯ୍ୟ କରନ୍ତି, ଯେଉଁଭଳି ଭାବେ ଆମେ ମଧ୍ୟ ଆମ ଶରୀରର ସୁସ୍ଥତାର ଅର୍ଥ ପ୍ରତ୍ୟେକ ଅଙ୍ଗର ସୁସ୍ଥ ରହିବାକୁ ମାନିଥାଉ, ପରିବାରରେ ମଧ୍ୟ ଯଦି ଜଣେ ବ୍ୟକ୍ତି ରୋଗଗ୍ରସ୍ତ ହୋଇ ଥାଆନ୍ତି ତେବେ ପରିବାରର ସମସ୍ତ ଶକ୍ତି, ପରିବାରର ସମ୍ପୂର୍ଣ୍ଣ ଧ୍ୟାନ, ପରିବାରର ସମସ୍ତ କାର୍ଯ୍ୟକ୍ରମ ତାହାଙ୍କର ଆଖ- ପାଖରେ କେନ୍ଦ୍ରୀତ ହୋଇ ରହି ଯାଇଥାଏ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ସହିତ ବୁଝାମଣା କରିବାକୁ ପଡ଼ିଥାଏ । ପରିବାରର କେହି ଜଣେ ରୋଗଗ୍ରସ୍ତ ଅଛି ବାହାରକୁ ଯିବାକୁ ଅଛି ତେବେ ରହିଯିବାକୁ ପଡ଼ିଥାଏ, ପରିବାରର ସମସ୍ତେ ସମ୍ପୂର୍ଣ୍ଣ ସୁସ୍ଥ ଥିବେ, ସେତେବେଳେ ଯାଇ ପରିବାର ନିଜ ଜୀବନର ବିକାଶ କରି ପାରିବ । ସେମିତି ହିଁ ଆମର ଜିଲ୍ଲା, ଆମର ଗାଁ, ଆମର ତହସିଲର ସର୍ବାଙ୍ଗୀନ ବିକାଶ, ସର୍ବସ୍ପର୍ଶୀ ବିକାଶ, ସର୍ବହିତକାରୀ ବିକାଶ ଏହା ଯଦି ଆମେ ନ କରୁଛୁ ତେବେ ପରିସଂଖ୍ୟାନ ହୁଏତ ବଢ଼ି ଯାଇପାରେ, ପରିସଂଖ୍ୟାନ ହୁଏତ ସନ୍ତୋଷ ମଧ୍ୟ ପ୍ରଦାନ କରିବ କିନ୍ତୁ ମୂଳତଃ ପରିବର୍ତନ ସମ୍ଭବ ହୋଇ ନ ଥାଏ । ଆଉ ଏଥିପାଇଁ ଏହା ଆବଶ୍ୟକ ଯେ ତୃଣମୂଳ ସ୍ତରର ପ୍ରତ୍ୟେକ ମାନଦଣ୍ଡକୁ ଅତିକ୍ରମ କରି ଆମେ ଆଗକୁ ବଢ଼ିବା ଦରକାର । ଆଉ ଆମେ ଆଜି ଏହି ସମ୍ମିଳନୀ ମଧ୍ୟରେ ଯେଉଁ ଲୋକମାନେ ମୋ ସହିତ ବସିଛନ୍ତି, ଆପଣମାନେ ଦେଖି ପାରିବେ ଯେ ଏହା ପଛରେ ଉଦେ୍ଦଶ୍ୟ କ’ଣ ରହିଛି । ଏଠାରେ ଭାରତ ସରକାରଙ୍କର ଶୀର୍ଷ ଟିମ୍ ମଧ୍ୟ ବସିଛନ୍ତି, ଏଠାରେ ସମସ୍ତ ସଚିବ ବସିଛନ୍ତି ଯେଉଁମାନେ ନୀତି ନିର୍ଦ୍ଧାରଣ କରିବାର କାର୍ଯ୍ୟ କରନ୍ତି ସେମାନେ ସମସ୍ତେ । ଏବେ ମୋ ସମ୍ମୁଖରେ 2ଟି ବିଷୟ ରହିଛି କ’ଣ ମୁଁ ଏମାନଙ୍କ ପଛରେ ଶକ୍ତି ପ୍ରୟୋଗ କରି ଯେଉଁମାନେ ଶୀର୍ଷରେ ଅଛନ୍ତି ସେଗୁଡ଼ିକୁ ଠିକ୍ ଠାକ୍ କରିବି ? କିମ୍ବା ମୁଁ ରସାତଳରେ ରହି ଯାଇଥିବାଙ୍କ ଦୃଢ଼ତା ପାଇଁ କାର୍ଯ୍ୟ କରିବି, ମୁଁ ପଥ ବାଛି ନେଇଛି । ରସାତଳରେ ପଡ଼ି ରହିଯାଇଥିବାଙ୍କ ଦୃଢ଼ତା ପାଇଁ, ରସାତଳରେ ପଡ଼ି ରହି ଯାଇଥିବାଙ୍କ ଦୃଢ଼ତା ଫଳରେ ଆମର ପିରାମିଡ଼ ଉପରକୁ ଉଠିବା । ବିକାଶର ସର୍ବନିମ୍ନ ସ୍ଥାନରେ ଯେଉଁ ଗାଁ ଗଣ୍ଡା, ବସ୍ତି, ତାଲୁକ ରହିଛି ତାହା ଯେତେ ଅଧିକ ବିକଶିତ ହେବ ମୁଁ ଭାବୁଛି ସେତେ ଅଧିକ ମାତ୍ରାରେ ପରିଣାମ ମିଳି ପାରିବ । ଆଉ ଏଥିପାଇଁ ଆମର ଏହା ଚେଷ୍ଟା ରହିଛି ଯେ ଆମେ ଏହିଭଳି ଭାବେ ବିକାଶକୁ ଆଗକୁ ବଢ଼ାଇବୁ, ଏହା ଆମର ଚେଷ୍ଟା ରହିବା ଦରକାର । ସେହିଭଳି ଭାବେ ଆମେ ଯେପରି କି ଆମେ ବ୍ଲକର ବିକାଶ ପାଇଁ ଚିନ୍ତା କଲେ, ସରକାରଙ୍କର ସଚିବମାନେ ଏଠାରେ ବସିଛନ୍ତି ମୁଁ ସେମାନଙ୍କୁ ମଧ୍ୟ ଅନୁରୋଧ କରୁଛି । ଆହୁରି ଅନ୍ୟ ଦୁଇଟି ଦିଗରେ ଆମେ କାର୍ଯ୍ୟ କରି ପାରିବା ଏହି କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ପ୍ରତ୍ୟେକ ବିଭାଗ ନିଜ କାର୍ଯ୍ୟ ପାଇଁ ଭାବି ନିଅନ୍ତୁ ସମଗ୍ର ଦେଶରେ 100ଟି ବ୍ଲକକୁ ଆମେ ଚିହ୍ନଟ କରିବା । ଆଉ ସେମାନଙ୍କୁ ସମଗ୍ର ବିଶ୍ୱ ଦେଖିବାର ଆବଶ୍ୟକତା ନାହିଁ, ତାଙ୍କ ବିଭାଗରେ କେଉଁ 100ଟି ବ୍ଲକ ରହିଛି ଯେଉଁଗୁଡ଼ିକ ପଛରେ ରହିଛି । ଆଉ ଯଦିବା ଧରି ନିଅନ୍ତୁ ସ୍ୱାସ୍ଥ୍ୟ ବିଭାଗକୁ ଲାଗୁଛି ଯେ ଏଇ ସମଗ୍ର ଦେଶରେ ଏଇ ୧୦୦ଟି ବ୍ଲକ ରହିଛି ଯେଉଁଗୁଡ଼ିକ ସବୁଠାରୁ ପଛରେ ରହିଛି ତେବେ ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ସେହି 100ଟିର ସ୍ଥିତି ସୁଧାରିବା ପାଇଁ କେଉଁ କାର୍ଯ୍ୟ କରିବାକୁ ହେବ ତାହାର ରଣନୀତି ପ୍ରସ୍ତୁତ କରିବେ । ଶିକ୍ଷା ବିଭାଗ ନିଜ ବିଭାଗ ପାଇଁ 100ଟି ବ୍ଲକ ବାଛିବ, ଶିକ୍ଷା ବିଭାଗର ସେହି 100ଟି ବ୍ଲକ ରହିଛି ତାହା ଭାରତ ସରକାରଙ୍କର ଶିକ୍ଷା ବିଭାଗ ଦେଖନ୍ତୁ ଯେ ଧରି ନିଅନ୍ତୁ ସେହି 100ଟି ବ୍ଲକ ରହିଛି ଯେଉଁଗୁଡ଼ିକ ପଛରେ ରହିଛି ବୋଲି ଚିହ୍ନଟ କଲେ, ମୁଁ ଏଗୁଡ଼ିକୁ, ଆମେ ଏହି ଆକାଂକ୍ଷୀ ଜିଲ୍ଲା, ଆକାଂକ୍ଷୀ ବ୍ଲକ ଏହା ନୀତି ଆୟୋଗଙ୍କର କାର୍ଯ୍ୟକ୍ରମ ହେବାକୁ ଦେବା ନାହିଁ ମୋତେ ଏହା ସରକାରଙ୍କର ସ୍ୱଭାବ କରିବାକୁ ହେବ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ସ୍ୱଭାବ କରିବାକୁ ହେବ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭାଗ ଗୁଡ଼ିକର ସ୍ୱଭାବ କରିବାକୁ ହେବ । ଯେତେବେଳେ ସମସ୍ତ ବିଭାଗ ସ୍ଥିର କରିବେ ଯେ ମୋର ଯେଉଁ ଶେଷ 100 ରହିଛନ୍ତି ସେଗୁଡ଼ିକ ଏବେ ହାରାହାରି ଠାରୁ ଉପରକୁ ଚାଲି ଯାଇଛନ୍ତି ଆପଣମାନେ ଦେଖିବେ ସବୁ ମାନଦଣ୍ଡ ବଦଳି ଯିବ । ତେବେ ଏ ଯେଉଁ ଆକାଂକ୍ଷୀ ବ୍ଲକ ରହିଛନ୍ତି ସେଗୁଡ଼ିକ ଉପରେ କାର୍ଯ୍ୟ କରିବାର ଉପାୟ ରାଜ୍ୟ, ଜିଲ୍ଲା ତାଙ୍କର ଶାଖାମାନଙ୍କ ଦ୍ୱାରା ହେବ । କିନ୍ତୁ କ’ଣ ଦେଶରେ ଏହି ପ୍ରକାରର ବିଚାର କରି- ସ୍ଥିର କରି ଆମେ ଏହାକୁ ଆଗକୁ ବଢ଼ାଇ ପାରିବା ? ଆଉ ମୁଁ ମାନୁଛି ଯେ ଆମକୁ ସେହି ଦିଗରେ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ପଡ଼ିବ । ଆଉ ଏହିଭଳି ଭାବେ ସମଗ୍ର ବିଭାଗ ଗୁଡ଼ିକରେ, ଯଦି କୌଶଳ ବିକାଶ ଅଛି, ତେବେ ସେ ମଧ୍ୟ ଦେଖନ୍ତୁ ଯେ ହିନ୍ଦୁସ୍ତାନର କୋଣ- ଅନୁକୋଣରେ ଏଭଳି 100 ବ୍ଲକ ରହିଛି ଯେଉଁଠାରେ ମୋତେ ଶକ୍ତି ପ୍ରଦାନ କରିବାର ଆବଶ୍ୟକତା ରହିଛି । ସେହିଭଳି ଭାବେ ରାଜ୍ୟ ସରକାରମାନେ, ରାଜ୍ୟ ସରକାରମାନେ ଅଧିକ ନୁହେଁ, କେବଳ ପଛରେ ରହିଯାଇଥିବା 100ଟି ଗାଁ ଚିହ୍ନଟ କରନ୍ତୁ, ସମଗ୍ର ରାଜ୍ୟରୁ 100, ଏକଦମ ଯେଉଁଗୁଡ଼ିକ ପଛରେ ରହି ଯାଇଛି, 100ଟି ଗାଁ ଚିହ୍ନଟ କରନ୍ତୁ, ସେଗୁଡ଼ିକୁ ଥରେ, 3 ମାସ, 3 ମାସ କାମ ଭିତରେ ବାହାରକୁ ନେଇ ଆସନ୍ତୁ, ସେଥିରୁ ଆପଣଙ୍କୁ ଜଣା ପଡ଼ିଯିବ ଯେ କଥାବାର୍ତା କିଭଳି ହୋଇଥାଏ, ସେଠାକାର ସମସ୍ୟା ଗୁଡ଼ିକର ସମାଧାନ କିଭଳି ହୋଇଥାଏ, ସେଠାରେ ଯଦି କର୍ମଚାରୀ ନାହାଁନ୍ତି, ସେଠାରେ ନିଯୁକ୍ତିର ଆବଶ୍ୟକତା ରହିଛି, ନିଯୁକ୍ତି କରିବାକୁ ହେବ । ସେଠାରେ ଯୁବ ଅଫିସରଙ୍କୁ ଲଗାଇବାର ଆବଶ୍ୟକତା ରହିଛି ତେବେ ଯୁବକ ଅଫିସରଙ୍କୁ ଲଗାନ୍ତୁ । ଯଦି ଗୋଟିଏ ଥର ସେମାନଙ୍କ ସମ୍ମୁଖରେ ମଡେଲ ହୋଇଗଲା ଯେ ତାଙ୍କର 100 ଗାଁକୁ ସେମାନେ ଗୋଟିଏ ମାସରେ ସଜାଡ଼ି ଦେଲେ ତେବେ ସେହି ମଡେଲ ତାଙ୍କୁ 1000 ଗାଁକୁ ସଜାଡ଼ି ଦେବାରେ ଆଉ ଡେରି ହେବ ନାହିଁ, ତାହା ପ୍ରତିଛବି ହୋଇଯିବ, ପରିଣାମ ମିଳିବ । ଆଉ ଏଥିପାଇଁ ଏବେ ଦେଶ ସ୍ୱାଧୀନତାର 75 ବର୍ଷ ପୂରଣ କରି ସାରିଛି ଆମେ 2047ରେ ଦେଶକୁ ବିକଶିତ ଭାରତ ରୂପରେ ଦେଖିବାକୁ ଚାହୁଁଛନ୍ତି, ବିକଶିତ ଦେଶ ଭାବେ ଦେଖିବାକୁ ଚାହୁଁଛନ୍ତି । ଆଉ ବିକଶିତ ଦେଶର ଅର୍ଥ ଏହା ନୁହେଁ ଯେ ଦିଲ୍ଲୀ, ମୁମ୍ବଇ, ଚେନ୍ନାଇରେ ଯେଉଁଠାରେ ଭବ୍ୟତା ଦେଖିବା ଆଉ ଆମ ଗାଁ ପଛରେ ରହିଯାଏ ଆମେ ସେହି ମଡେଲକୁ ନେଇ ଚାଲୁ ନାହିଁ, ଆମେ ତ’ 140 କୋଟି ଲୋକଙ୍କ ଭାଗ୍ୟକୁ ନେଇ ଚାଲିବାକୁ ଚାହୁଁଛେ । ସେମାନଙ୍କ ଜୀବନରେ ପରିବର୍ତନ ଆଣିବାକୁ ଚାହୁଁଛୁ ଆଉ ସେଥିପାଇଁ ଯାହା ମାନଦଣ୍ଡ ସ୍ଥିର କଲେ, ଆଉ ମୁଁ ଚାହୁଁଛି ଯେ ଏହା ମଧ୍ୟରେ ପ୍ରତିଯୋଗିତାର ଭାବ ଆସୁ । ଆଉ ମୁଁ ଯେତେବେଳେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକୁ ନିୟମିତ ଭାବେ ଦେଖୁଥିଲି ମୋତେ ବହୁତ ଖୁସି ଅନୁଭବ ହେଉଥିଲା । ଗୋଟିଏ ପକ୍ଷରେ ଏଥିରେ ଏଭଳି ହିଁ ଜିନିଷ ଭରିବା ପାଇଁ କୌଣସି ସୁବିଧା ହିଁ ନାହିଁ । ଯେପର୍ଯ୍ୟନ୍ତ ମାଟିର ଯାଂଚକୃତ ସୂଚନା ନ ଥିବ, ଏହିଭଳି ହିଁ ସଂଖ୍ୟା ଭରିବାରେ କୌଣସି କାର୍ଯ୍ୟ ହୋଇ ନ ଥାଏ । ଏହା ତ କରିବାକୁ ପଡ଼ିଥାଏ ତାହା ହେଉଛି ଏଭଳି କାର୍ଯ୍ୟ । କିନ୍ତୁ ମୁଁ ଦେଖୁଥିଲି ଯେ କିଛି ଜିଲ୍ଲାରେ ଅଧିକାରୀମାନେ ଏତେ ଉତ୍ସାହିତ ଥିଲେ ଯେ ପ୍ରତ୍ୟେକ ଦିନ, 2 ଦିନରେ, 3 ଦିନରେ ସେମାନେ ନିଜର ପ୍ରଦର୍ଶନକୁ ଅପଲୋଡ କରୁଥିଲେ, ଉନ୍ନତ କରୁଥିଲେ ଏବଂ ପୁଣି ମୁଁ ଦେଖୁଥିଲି ପ୍ରଥମ 6 ମାସରେ ଲାଗୁଥିଲା ଆଜି ଏହି ଜିଲ୍ଲା ଆଗକୁ ଚାଲିଗଲା, ତେବେ ପୁଣି 24- 48 ଘଂଟାରେ ଜଣା ପଡ଼ୁଥିଲା ଯେ ସେ ପଛରେ ରହିଗଲା ଆଉ ଜଣେ ତା’ଠାରୁ ଆଗକୁ ଚାଲିଗଲା । ତେବେ ପୁଣି 72 ଘଂଟାରେ ଜଣା ପଡ଼ୁଥିଲା ଯେ ସେ ତା’ଠାରୁ ମଧ୍ୟ ଆଗରେ ରହିଛି । ଅର୍ଥାତ ଏତେ ସକରାତ୍ମକ, ପ୍ରତିଦ୍ୱନ୍ଦିତାମୂଳକ ପ୍ରକୃତି ସୃଷ୍ଟି ହୋଇ ଯାଇଥିଲା, ତାହାଦ୍ୱାରା ପରିଣାମ ଆଣିବାରେ ବହୁତ ବଡ଼ ପରିବର୍ତନ କରିଛୁ ଏବଂ ଏହାଦ୍ୱାରା ସବୁଠାରୁ ବଡ଼ ଲାଭ ଏହା ହେଲା ଯେ ପୂର୍ବରୁ ମୋର ତ’ ଅନୁଭବ ଥିଲା ମୁଁ ଗୁଜରାଟରେ କାମ କରୁଥିଲି ଆମର ସେଠାରେ କଚ୍ଛ ଜିଲ୍ଲାରେ ଯଦି କୌଣସି ଅଧିକାରୀଙ୍କର ସ୍ଥାନାନ୍ତର ହେଉଥିଲା, ତେବେ ତାହାଙ୍କୁ ଅନ୍ୟ ସହକର୍ମୀମାନେ କହୁଥିଲେ ଯେ ତୋର ସରକାରଙ୍କ ସହିତ ଝଗଡ଼ା ହୋଇଛି କି ? କ’ଣ ମୁଖ୍ୟମନ୍ତ୍ରୀ ମହୋଦୟ ତୁମ ଉପରେ ଅସନ୍ତୁଷ୍ଟ ଅଛନ୍ତି କି ? କ’ଣ ତୁମର କୌଣସି ରାଜନୈତିକ ଅସୁବିଧା ହୋଇଛି କି ? ତୁମକୁ ଦଣ୍ଡମୂଳକ ନିଯୁକ୍ତି ଦିଆ ଯାଇଛି କି ? ତାଙ୍କ ସହଯୋଗୀମାନେ ତାଙ୍କୁ କାର୍ଯ୍ୟବ୍ୟସ୍ତ କରି ରଖୁଥିଲେ ଆଉ ସେ ମଧ୍ୟ ସ୍ୱୀକାର କରିବାରେ ଲାଗିଥିଲା ଯେ, ମୁଁ ମରିଗଲି । କିନ୍ତୁ ଯେତେବେଳେ ସେହି କଚ୍ଛ ଜିଲ୍ଲାରେ ଭୂକମ୍ପ ପରେ ଭଲ ଅଧିକାରୀମାନଙ୍କୁ କାମରେ ଲଗାଇବାର ଆବଶ୍ୟକତା ପଡ଼ିଲା, ସମସ୍ତଙ୍କୁ ପ୍ରୋତ୍ସାହନ ଦିଆଗଲା, ଅଣାଗଲା (ସେପ୍ଟେମ୍ବର 2023) ଆଜି ସ୍ଥିତି ଏହିଭଳି ହୋଇଛି ଗୁଜରାଟର କଚ୍ଛ ଜିଲ୍ଲାରେ ଯଦି କାହାକୁ ନିଯୁକ୍ତି ମିଳୁଛି, ତେବେ ତାଙ୍କୁ ସରକାରଙ୍କର ସବୁଠାରୁ ପ୍ରିୟ ଅଧିକାରୀ ଭାବେ ଗଣାଯାଉଛି । ଅର୍ଥାତ ଯାହାକୁ କାଲି ପର୍ଯ୍ୟନ୍ତ ଦଣ୍ଡମୂଳକ ନିଯୁକ୍ତି ସ୍ଥାନ ଭାବେ ବିବେଚନା କରାଯାଉଥିଲା ତାହା ଏକପ୍ରକାରରେ ସବୁଠାରୁ ସମ୍ମାନନୀୟ ସ୍ଥାନ ପାଲଟିଗଲା, ଏହା ସମ୍ଭବ ହୋଇଥାଏ । ଯେଉଁ ଆକାଂକ୍ଷୀ ଜିଲ୍ଲା, ସାଧାରଣ ଭାବେ ବହୁତ ପୁରୁଣା ହୋଇ ଯାଇଛି, ଥକି ଯାଇଛି, ଆରେ ଚାଲନ୍ତୁ ବନ୍ଧୁ, ଏହା ତ ହେଉଛି ବେକାର ଜିଲ୍ଲା, କିଛି ପ୍ରଦର୍ଶନ କରୁ ନାହିଁ । ତାହାକୁ ରଖିଦିଅ । ଆମେ ଯେବେଠାରୁ ଆକାଂକ୍ଷୀ ଜିଲ୍ଲାରେ ଯୁବ ଅଧିକାରୀମାନଙ୍କୁ କାର୍ଯ୍ୟରେ ଲଗାଇବାକୁ କହିଲୁ, ସେତେବେଳେ ତୁରନ୍ତ ଭଲ ପରିଣାମ ଆସିବାରେ ଲାଗିଲା କାରଣ ସେମାନଙ୍କର ଉତ୍ସାହ ଥିଲା, କିଛି କରିବାର ଥିଲା ଆଉ ସେମାନଙ୍କୁ ମଧ୍ୟ ଲାଗୁଥିଲା, 3 ବର୍ଷ ଏଠାରେ କରିବୁ ତେବେ ସରକାର ମୋତେ କୌଣସି ବହୁତ ଭଲ କାର୍ଯ୍ୟ ଦେଇଦେବେ, ଆଉ ତାହା ମଧ୍ୟ ହେଲା, ଆକାଂକ୍ଷୀ ଜିଲ୍ଲାରେ ଯେଉଁ ଲୋକମାନେ ଭଲ କାମ କଲେ, ସେମାନଙ୍କୁ ପରେ ବହୁତ ଭଲ ଜାଗାକୁ ପଠାଗଲା ।
ଆକାଂକ୍ଷୀ ବ୍ଲକ ପାଇଁ ମଧ୍ୟ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବି ଆଉ ଭାରତ ସରକାରଙ୍କ ଅଧିକାରମାନେ ମଧ୍ୟ ଧ୍ୟାନ ଦେବେ ଏମାନଙ୍କ ମଧ୍ୟରେ ଯେଉଁ ବ୍ଲକ ସଫଳ ହେଉଛି ଆଗକୁ ଯାଇ ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେବା ଆବଶ୍ୟକ, ସେହି ଅଧିକାରୀମାନଙ୍କୁ ବିଶେଷ ଭାବେ ପ୍ରୋତ୍ସାହନ ଦେବା ଆବଶ୍ୟକ କାରଣ ସେମାନଙ୍କ ପାଖରେ କିଛି କରିବାର ଉତ୍ସାହ ଥିଲା । ସେମାନେ ତୃଣମୂଳ ସ୍ତରରେ ପରିଣାମ ଆଣିବାରେ ଲାଗିଥିଲେ ସେହି ଟିମକୁ ଆଗକୁ ବଢ଼ାଇବା ଉଚିତ, ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଉତ୍ସାହିତ କରିବା ଆବଶ୍ୟକ ।
ଦ୍ୱିତୀୟରେ ଆପଣମାନେ ଦେଖିଥିବେ ଅଧିକାରୀମାନଙ୍କର ଏକ ପରମ୍ପରା ସୃଷ୍ଟି ହୋଇ ଯାଇଛି । ପ୍ରଥମେ ତାଙ୍କର ସେଠାରେ ଆଉଟପୁଟ୍ ବା ପରିଣାମକୁ ହିଁ ଏକ ପ୍ରକାରରେ କାର୍ଯ୍ୟ ବୋଲି ଧରି ନିଆଯାଉଥିଲା, ଏତେ ବଜେଟ ଆସିଲା, ସେ ବଜେଟ ସେଠାକୁ ଗଲା, ସେଥିରୁ ଏତେ ଅନ୍ୟ ଜାଗାକୁ ଗଲା, ସେଥିରୁ ଏତେ ଏଠାକୁ ଗଲା, ଅର୍ଥାତ ବଜେଟ ଖର୍ଚ୍ଚ ହୋଇଗଲା । ପରିଣାମକୁ ହିଁ ଆମର ଏଠାରେ ଏକ ପ୍ରକାରରେ ଉପଲବ୍ଧି ଭାବେ ଧରି ନିଆଯାଉଥିଲା । ଆପଣମାନେ ଦେଖିଥିବେ ଯେ 2014 ପରେ ଆମେ ସରକାରଙ୍କ ପରିଣାମ ଆଧାରିତ ବଜେଟ ଦେବା ଆରମ୍ଭ କଲୁ, ବଜେଟ ସହିତ ଫଳାଫଳର ରିପୋର୍ଟ ଦେବା ଆରମ୍ଭ କଲୁ ଆଉ ପରିଣାମ ସ୍ୱରୂପ ବହୁତ ବଡ଼ ଗୁଣାତ୍ମକ ପରିବର୍ତନ ଆସିଲା । ଆମେ ମଧ୍ୟ ନିଜ ବ୍ଲକରେ ଦେଖବା ଯେ ଯେଉଁ ଯୋଜନା ପାଇଁ ଅର୍ଥ ଲାଗୁଛି, ଯେଉଁ ଯୋଜନା ପାଇଁ ସମୟ ଲାଗୁଛି, ଯେଉଁ ଯୋଜନା ପାଇଁ ମୋର ଏତେ ଅଧିକାରୀ କାର୍ଯ୍ୟରେ ଲାଗିଛନ୍ତି, କୌଣସି ପରିଣାମ ମିଳୁଛି ନା ମିଳୁ ନାହିଁ ଆଉ ଆମକୁ ସେହି ପରିଣାମକୁ ପାଇବା ପାଇଁ କ’ଣ କରିବା ଉଚିତ, ସାଥୀଗଣ, ଯେତେ ଗୁରୁତ୍ୱ କିଛି ଲୋକଙ୍କୁ ଲାଗୁଥାଏ ଅର୍ଥ ହେବା ଦ୍ୱାରା କାମ ହେବ, ଆପଣ ବିଶ୍ୱାସ କରନ୍ତୁ ସାଥୀଗଣ, ମୋର ବହୁତ ଦୀର୍ଘ ଅନୁଭବ ରହିଛି । ସରକାର ଚଳାଇବାର ଏତେ ଦୀର୍ଘ ଅନୁଭବ ବହୁତ କମ୍ ଲୋକଙ୍କୁ ମିଳିଥାଏ, ମୋତେ ଯାହା କିଛି ମିଳିଛି ଆଉ ମୁଁ ଯେଉଁ ଅନୁଭବରୁ କହୁଛି କେବଳ ବଜେଟ ଯୋଗୁଁ ହିଁ ପରିବର୍ତନ ଆସିଥାଏ ଏପରି ନୁହେଁ । ଯଦି ଆମେ ସଂସାଧନ ଗୁଡ଼ିକୁ ସର୍ବାଧିକ ବ୍ୟବହାର କରିବା ଆଉ ଅନ୍ୟ ପଟେ ପରିବର୍ତିତ ତାହା ଉପରେ ଆମେ ଧ୍ୟାନ ଦେବା ତେବେ ଆମକୁ ବ୍ଲକରେ ବିକାଶ ପାଇଁ ଏକ ନୂଆ ପଇସା ନ ଆସିଲେ ମଧ୍ୟ ତାହା ମଧ୍ୟ କରି ପାରିବା । ଏବେ ଯେପରି ଦେଖନ୍ତୁ ମନରେଗାର କାର୍ଯ୍ୟ ଚାଲିଛି କିନ୍ତୁ କ’ଣ ମୁଁ ଯୋଜନା କରିଛି ଯେ ସେହି ମନରେଗାର କାର୍ଯ୍ୟ ସେହିଠାରେ ହେବ ଯେଉଁଠାରେ ମୋର ବିକାଶର ଯୋଜନା ସହିତ ଯୋଡ଼ି ହେବ? ମୁଁ ମନରେଗା କାର୍ଯ୍ୟ ସେହିଠାରେ କରିବି ଫଳରେ ମୁଁ ରାସ୍ତାରେ ଯେଉଁ ମାଟି ପକାଇବାକୁ ଚାହିଁବି, ସେହି ମନରେଗା କାର୍ଯ୍ୟର ମାଟି ପକାଇ ଦେବି ଯାହା ଫଳରେ ମୋର ରାସ୍ତା କାର୍ଯ୍ୟ ଅଧା ହୋଇଯିବ ପରିବର୍ତିତ ହୋଇଯିବ । ଅର୍ଥାତ ଯେଉଁମାନେ ପରିବର୍ତିତ କରି ଥାଆନ୍ତି, ଧରି ନିଅନ୍ତୁ ପାଣି ଅଛି । କିଛି ଅଂଚଳରେ ଯେଉଁଠାରେ ପାଣିର ସମସ୍ୟା ଅଛି ଆଉ ଆପଣଙ୍କର ବର୍ଷରେ 3- 4 ମାସ ସେହି ପାଣି ପାଇଁ ହିଁ କଷ୍ଟ କରିବାକୁ ପଡ଼ିଥାଏ । କିନ୍ତୁ ଆପଣ ଯଦି ମନରେଗାରେ ସ୍ଥିର କଲେ ସେହି ଅଂଚଳରେ ସବୁଠାରୁ ଅଧିକ ପୋଖରୀ ଖୋଳିବାର ଅଛି, ସବୁଠାରୁ ଅଧିକ ପାଣି ସଂଚୟ କରିବାର ଅଛି, ମିଶନ ମୋଡ଼ରେ କାର୍ଯ୍ୟ କରିବାର ଅଛି ତେବେ ଆପଣଙ୍କୁ ଆଗାମୀ ବର୍ଷରେ ଯେଉଁ 4 ମାସ କେବଳ ପାଣି ପାଇଁ 25 ଗାଁର ସ୍ଥିତି ବିଗିଡ଼ି ଯାଇଥାଏ, ବ୍ୟବସ୍ଥା ବନ୍ଦ ହୋଇ ଯାଇଥାଏ, ସେହିଠାରେ କାର୍ଯ୍ୟ କରନ୍ତୁ, ଆପଣଙ୍କ ଶକ୍ତି ବଂଚିଯିବ । ପରିବର୍ତନ ବହୁତ ବଡ଼ ଶକ୍ତି ରଖିଥାଏ । ଆଉ ମୁଁ ଜାଣିଛି ଯେ ସୁଶାସନର ପ୍ରଥମ ସର୍ତ ଏହା ହେଉଛି ଯେ ଆମେ ସଂସାଧନ ଗୁଡ଼ିକର ସର୍ବଧିକ ବ୍ୟବହାର କରିବା ।
ଦ୍ୱିତୀୟରେ ଏକ ଅନୁଭବ ଆସିଛି ଏବଂ ମୁଁ ମୋର ନିଜସ୍ୱ ଅନୁଭବରୁ କହୁଛି କ’ଣ ହୋଇଥାଏ ? ବହୁତ ସ୍ୱାଭାବିକ କଥା ଶିକ୍ଷକ ମଧ୍ୟ ଶ୍ରେଣୀ କକ୍ଷରେ, ଯଦି ନିରୀକ୍ଷଣ କରିବା ବାଲା ଆସିଥାଆନ୍ତି ତେବେ ଯେଉଁମାନେ ଭଲ ପ୍ରତିଭାଶାଳୀ ପିଲା ଅଛନ୍ତି ସେମାନଙ୍କୁ ଟିକେ ସୂଚନା ଦେଇ ଥାଆନ୍ତି ଆଉ କହି ଥାଆନ୍ତି ଯେତେବେଳେ ନିରୀକ୍ଷଣକାରୀ କୌଣସି ପ୍ରଶ୍ନ ପଚାରିବେ, ତୁମେ ତୁରନ୍ତ ହାତ ଉଠାଇବ । ମୁଁ ଶିକ୍ଷକମାନଙ୍କର ସମସ୍ତ କଥା ଜାଣିଛି । ବହୁତ ସ୍ୱାଭାବିକ ଯେ ଭାଇ ସେମାନଙ୍କୁ ଟିକେ ନିଜର ପ୍ରାଧାନ୍ୟ ବିସ୍ତାର କରିବାକୁ ହୋଇଥାଏ । ଜଣେ ଭଲ ପିଲା ହାତ ଉପରକୁ ଉଠାଇଦେବ । କହିବାର ତାତ୍ପର୍ଯ୍ୟ ହେଲା ଯେ ଆମେ ସ୍ୱଭାବରେ ଯେଉଁଠାରେ ତତ୍କାଳ ପରିଣାମ ମିଳିଥାଏ, ତାହା ଉପରେ ଅଧିକ ନିବେଶ କରିଥାଉ । ଯଦି ମୋତେ ସରକାରରେ, ଧରି ନିଅନ୍ତୁ ଭାରତ ସରକାରରେ ମୋତେ ଗୋଟିଏ ଲକ୍ଷ୍ୟ ପୂରଣ କରିବାକୁ ଅଛି ଆଉ ମୋତେ ଲାଗୁଛି ଯେ ଏହି 6ଟି ରାଜ୍ୟକୁ କହିଦେଲେ ହୋଇଯିବ ତେବେ ମୁଁ ସେହି 6ଟି ରାଜ୍ୟ ଉପରେ ଧ୍ୟାନ କେନ୍ଦ୍ରୀତ କରିବି ନା’ ଅନ୍ୟ 12 ରାଜ୍ୟ ଯେଉଁମାନଙ୍କୁ ତାହାର ଆବଶ୍ୟକତା ଅଛି, କିନ୍ତୁ ଯେହେତୁ ସେଗୁଡ଼ିକର ପ୍ରଦର୍ଶନ ନଗଣ୍ୟ ରହିଛି ତେଣୁ ମୁଁ ସେହି ସଂସାଧନଗୁଡ଼ିକୁ ସେପଟେ ଯିବାକୁ ଦିଏ ନାହିଁ ଆଉ ମୁଁ ଗୋଟିଏ ମିଠା ଥିବା ଚା’ରେ ଆହୁରି 2 ଚାମଚ ଚିନି ପକାଇ ଦେଉଛି । କ’ଣ ହୋଇଥାଏ ନା ଯିଏ ବିକଶିତ ହୋଇ ସାରିଛି, ଯେଉଁଗୁଡ଼ିକ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ଆହୁରି ଅଧିକ ମିଳି ଯାଇଥାଏ ତେବେ ସେହି ସଂସାଧନ ନଷ୍ଟ ହୋଇ ଯାଇଥାଏ । ଏବେ ଦେଖନ୍ତୁ ଆପଣଙ୍କ ଘରେ ଏକ ସମୟ ଥିଲା ଯେତେବେଳେ ମୁଁ ପଢ଼ୁଥିଲି ମୋର ତ ଭାଗ୍ୟରେ ସେହି ସବୁ ନ ଥିଲା କିନ୍ତୁ ମୋର ସାଥୀମାନଙ୍କୁ ସେମାନଙ୍କର ମମ୍ମି- ପାପା କହୁଥିଲେ ଯେ ତୁ ଯଦି ଦଶମରେ ଏତେ ନମ୍ବର ରଖିଦେବୁ ତେବେ ତୋ’ପାଇଁ ଘଂଟା ଆଣିଦେବୁ, ତୁମେ ଦ୍ୱାଦଶରେ ଏତେ ନମ୍ବର ଆଣିଲେ ତେବେ ଉପହାର ମିଳିବ । ମୋ ସମୟରେ ଏପରି ଥିଲା । ଆଜି କୌଣସି ମଧ୍ୟ ଘରର କୋଣରେ ହାତ ପକାଇ ଦେବେ 3- 4ଟା ଘଂଟା ଏମିତି ହିଁ ମିଳିଯିବ । ଏପରି କିଛି ଘଂଟା ମଧ୍ୟ ମିଳିଯିବ ଯେଉଁଗୁଡ଼ିକୁ 6ମାସ ହେଲା ହାତରେ ପିନ୍ଧା ଯାଇ ନ ଥିବ କିନ୍ତୁ ଜଣେ ଗରିବର ଘରେ ଘଂଟା ଥିବ ତ ସେ ତାକୁ 365 ଦିନ ପିନ୍ଧିବ ଆଉ ଯତ୍ନର ସହିତ ସମ୍ଭାଳି ରଖିବ । ସଂଶାଧନ ଯେଉଁଠାରେ ପଡ଼ି ରହିଛି ସେଠାରେ ଅତିରିକ୍ତ ଦେବା ଦ୍ୱାରା ତାହା ନଷ୍ଟ ହୋଇଥାଏ, ଯେଉଁଠାରେ ଆବଶ୍ୟକତା ରହିଛି ସେଠାରେ ଦେବା ଦ୍ୱାରା ତାହାର ଅତିରିକ୍ତ ଉପଯୋଗ ହୋଇଥାଏ । ଆଉ ଏଥିପାଇଁ ମୁଁ ମାନୁଛି ଯେ ଆମର ସଂସାଧନ ଗୁଡ଼ିକର ସମାନ ବଂଟନ ଆଉ ଯେଉଁଠାରେ ନିହାତି ଆବଶ୍ୟକତା ରହିଛି ସେହିଠାରେ ବିଶେଷ ଭାବେ ବଂଟନ ଏହି ଅଭ୍ୟାସକୁ ଆମେ କାର୍ଯ୍ୟକାରୀ କରିବା ତେବେ ସେଗୁଡ଼ିକୁ ଏକ ଶକ୍ତି ମିଳିବ ଆଉ ସେହି ଦିଗରେ ଆମକୁ କାର୍ଯ୍ୟ କରିବା ଦରକାର । ସେହିଭଳି ଭାବେ ଆପଣମାନେ ଦେଖିଥିବେ କୌଣସି ମଧ୍ୟ କାର୍ଯ୍ୟ କରିବାର ଅଛି, ଆମମାନଙ୍କ ମଧ୍ୟରେ ଏହି ଭ୍ରମ ରହିଛି ଯେ ସରକାର ସବୁକିଛି କରିଦେବେ, ଏହା ହେଉଛି ଗତ ଶତାବ୍ଦୀର ଚିନ୍ତାଧାରା ବନ୍ଧୁଗଣ, ସରକାର ହିଁ ସବୁକିଛି କରିଦେବେ, ଏହି ଚିନ୍ତାଧାରାରୁ ଆମକୁ ବାହାରକୁ ଆସିବାର ଅଛି । ସମାଜର ଶକ୍ତି ବହୁତ ବଡ଼ ହୋଇଥାଏ, ଆପଣମାନେ ସରକାରଙ୍କୁ କୁହନ୍ତୁ ଭାଇ ତୁମେ ରୋଷେଇ ଘର ଚାଲୁ କର ଆମକୁ ମଧ୍ୟାହ୍ନ ଭୋଜନ କରିବାର ଅଛି । ତେଣୁ ଆଖିରୁ ପାଣି ବାହାରି ଯାଇଥାଏ, କିନ୍ତୁ ଆମ ସର୍ଦ୍ଦାର ଭାଇ- ଭଉଣୀ ଲରଙ୍ଗ ଚଲାଇ ଥାଆନ୍ତି, ଲକ୍ଷ- ଲକ୍ଷ ଲୋକ ଖାଦ୍ୟ ଖାଇଥାଆନ୍ତି, କେବେ ହାଲିଆ ଅନୁଭବ ହୁଏ ନାହିଁ, ଏହା ତ ହୋଇଥାଏ ନା’ । ସମାଜର ଏକ ଶକ୍ତି ରହିଥାଏ, ଏହି ସମାଜର ଶକ୍ତିକୁ ଆମେ ଯୋଡ଼ୁଛୁ କି? ଯେଉଁ- ଯେଉଁ ବ୍ଲକରେ ଅବା ଜିଲ୍ଲାରେ ନେତୃତ୍ୱ ସମାଜକୁ ଯୋଡ଼ିବାର ଶକ୍ତି ରଖିଥାଏ, ମୋର ଅନୁଭବ ହେଉଛି ସେଠାରୁ ଶୀଘ୍ର ପରିଣାମ ମିଳିଥାଏ ।
ଏହି ସ୍ୱଚ୍ଛତାର ଅଭିଯାନ ଆଜି ସଫଳତାର ଦିଗରେ ମୁଁ ସେଥିରେ ନିଜର ଏକ ସ୍ଥାନ ସୃଷ୍ଟି କରି ପାରିଛି, ଏହାର କାରଣ କ’ଣ? କ’ଣ ଏହି ମୋଦୀ ଯୋଗୁଁ ହେଉଛି କି? କ’ଣ ଏହି 5- 50 ଲୋକ ଝାଡ଼ୁ ଲଗାଉଛନ୍ତି ସେହି କାରଣରୁ ହେଉଛି କି? ଆଜ୍ଞା ନୁହେଁ, ସମାଜରେ ଏକ ବାତାବରଣ ସୃଷ୍ଟି ହୋଇଛି ଯେ ଏବେ ଅପରିଷ୍କାର କରିବା ନାହିଁ ଆଉ ଏବେ ସମାଜ ସ୍ଥିର କରୁଛି ଯେ ନା ଅପରିଷ୍କାର କରିବା ତେଣୁ ସ୍ୱଚ୍ଛତା କରିବାର ଆବଶ୍ୟକତା ପଡ଼ୁ ନାହିଁ ବନ୍ଧୁଗଣ । ଜନ ଭାଗିଦାରୀ ହେଉଛି ବହୁତ ଅନିର୍ବାଜ୍ୟ ଏବଂ ଆମର ଏଠାରେ ନେତୃତ୍ୱର ଏକ ବଡ଼ ବିକୃତ ବ୍ୟାଖ୍ୟା ହୋଇ ଯାଇଛି ଯେ ଲମ୍ବା କୁର୍ତା ପାଇଜାମା ପିନ୍ଧିକରି, ଖଦିର କପଡ଼ା ପିନ୍ଧି ଆସିଯିବେ, ସେହିମାନେ ହେଉଛନ୍ତି ନେତା । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେବାକୁ ହୋଇଥାଏ । ଶିକ୍ଷା କ୍ଷେତ୍ରରେ ନେତା ଆବଶ୍ୟକ, କୃଷି କ୍ଷେତ୍ରରେ ନେତା ଆବଶ୍ୟକ ଆଉ ସେହି ପ୍ରକାରର ରାଜନୈତିକ ନେତାଙ୍କର ଆବଶ୍ୟକତା ନାହିଁ ଆଜ୍ଞା । ଆମର ଅଧିକାରୀମାନଙ୍କ ମଧ୍ୟରେ ନେତା ଥାଆନ୍ତି, ସେମାନେ ମଧ୍ୟ ପ୍ରୋତ୍ସାହିତ କରି ଥାଆନ୍ତି । ଆମେ ବ୍ଲକ ସ୍ତରରେ କିପରି ନେତୃତ୍ୱ ନେବା, ଆଉ ଏ ଯେଉଁ ସଂକଳ୍ପ ସପ୍ତାହ ହେଉଛି ସେଥିରେ ଏକ ବଡ଼- ବଡ଼ ଗୋଷ୍ଠୀ ବସିବାକୁ ଯାଉଛନ୍ତି ତାହାର ଏକ ବଡ଼ ଲକ୍ଷ୍ୟ ହେଉଛି ଦଳଗତ ପ୍ରେରଣା । ଦଳଗତ ପ୍ରେରଣା ସୃଷ୍ଟି ହେବ ତେବେ ନେତୃତ୍ୱ ଆସିବ, ଦଳଗତ ଉତ୍ସାହ ସୃଷ୍ଟି ହେବ ତେବେ ଜନ ଭାଗିଦାରୀର ନୂଆ- ନୂଆ ଚିନ୍ତାଧାରା ଆସିବ । ଆପଣମାନେ ଦେଖିଥିବେ ଯେ କେବେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିଥାଏ, କ’ଣ ସରକାରୀ ସଂସାଧନ ସେହି ପ୍ରାକୃତିକ ବିପର୍ଯ୍ୟୟକୁ ସମ୍ଭାଳି ପାରିଥାଏ? ଦେଖୁ- ଦେଖୁ ଏତେ ବଡ଼ ମାତ୍ରାରେ ଲୋକ ଏକାଠି ହୋଇ ଯାଇଥାଆନ୍ତି ଆଉ ଚାହୁଁ - ଚାହୁଁ ସମସ୍ୟାର ସମାଧାନ କରିବାରେ ଲାଗି ପଡ଼ି ଥାଆନ୍ତି । ଲୋକମାନେ କରିବାରେ ଲାଗି ଯାଇ ଥାଆନ୍ତି ଆଉ ସେହି ସମୟରେ ଆମକୁ ମଧ୍ୟ ଲାଗିଥାଏ ଆରେ ବାଃହ ସମାଜ ଏତେ ବଡ଼ ସହାୟତା କରି ଦେଲା ମୋର କାର୍ଯ୍ୟ ହୋଇଗଲା । ଅଧିକାରୀମାନଙ୍କୁ ମଧ୍ୟ ଲାଗିଥାଏ ଆରେ ଭଲ ହୋଇଗଲା, ଏହି ଲୋକମାନେ ସହାୟତା କରିଦେଲେ ମୋର କାମ ହୋଇଗଲା ।
ଯେଉଁମାନେ ମଧ୍ୟ ତୃଣମୂଳ ସ୍ତରରେ କାର୍ଯ୍ୟ କରିଥାଆନ୍ତି ସେମାନଙ୍କୁ ଜଣାଥାଏ ଯେ ଏହି ପ୍ରକାରର ଯେଉଁ ସମାଜର ଶକ୍ତି ଅଛି, ତା’କୁ ଚିହ୍ନିବା, ସମାଜର ଶକ୍ତିକୁ ଯୋଡ଼ିବା । ଆମର ସ୍କୁଲ, କଲେଜ ଭଲ ଭାବେ ଚାଲୁ । ଯଦି ପରିବାରର ଲୋକ ଯୋଡ଼ି ହୋଇ ଥାଆନ୍ତି, ଅଭିଭାବକମାନେ ଯୋଡ଼ି ହୋଇ ଥାଆନ୍ତି, ପିତା-ମାତାମାନେ ଆସି ଥାଆନ୍ତି, ସେତେବେଳେ ଦେଖିବେ ସ୍କୁଲ କେବେ ହେଲେ ମଧ୍ୟ ପଛରେ ରହିବ ନାହିଁ । ଆଉ ଏହାର କୌଶଳ ଖୋଜିବା ଦରକାର । ମୁଁ ସଦାସର୍ବଦା କହୁଛି ଯେ ଭାଇ ଗାଁର ଜନ୍ମଦିବସ ପାଳନ କରନ୍ତୁ, ଆପଣଙ୍କ ସେଠାରେ ରେଳଷ୍ଟେସନ ଅଛି ତେବେ ରେଳଷ୍ଟେସନର ଜନ୍ମଦିନ ଖୋଜନ୍ତୁ, ରେକର୍ଡରେ ମିଳିଯିବ, ତାହାର ଜନ୍ମଦିନ ପାଳନ କରନ୍ତୁ । ଆପଣଙ୍କ ସେଠାରେ 80 ବର୍ଷ ପୁରୁଣା ସ୍କୁଲ ଥିବ, 90 ବର୍ଷ ପୁରୁଣା ସ୍କୁଲ ଥିବ, 100 ବର୍ଷ ପୁରୁଣା ହୋଇଥିବ ସେହି ସ୍କୁଲର ଜନ୍ମ ତାରିଖ ବାହାର କରନ୍ତୁ, ଆଉ ସେହି ସ୍କୁଲରେ ପଢ଼ିଥିବା ଯେତେ ଜୀବନ୍ତ ଲୋକ ଅଛନ୍ତି, ସେମାନଙ୍କୁ ଥରେ ଏକାଠି କରନ୍ତୁ ।
ଜନ ଭାଗିଦାରୀର କୌଶଳ ହୋଇଥାଏ, ଜନ ଭାଗିଦାରୀର ଅର୍ଥ ଏହା ନୁହେଁ ଯେ ତୁମେ ଦାନ କରିଦିଅ । ଏବେ ଯେପରି କୁପୋଷଣ ରହିଛି, ଅଙ୍ଗନୱାଡ଼ିକୁ କୁପୋଷଣର ସମସ୍ୟାରୁ ମୁକ୍ତି କରିବାର ଅଛି, ତେବେ କ’ଣ ବଜେଟ ଦ୍ୱାରା ହେବ, ତାହା ହେଉଛି ଏକ କୌଶଳ କିନ୍ତୁ ଯଦି, ମୁଁ ଯଦି କହିବି ଭାଇ ମୁଁ ଗାଁ ମଝିରେ ଏକ ତିଥି ଆୟୋଜନର କାର୍ଯ୍ୟକ୍ରମ କରିବି । ସେହି ତିଥି ଭୋଜନ କାର୍ଯ୍ୟକ୍ରମ କାହାର ଜନ୍ମଜୟନ୍ତୀ ହେଉ, କାହାର ମାତା-ପିତାଙ୍କ ତିରୋଧାନ ତିଥି ହେଉ, କାହାର ଲଗ୍ନ ତିଥି ହେଉ, ତେଣୁ ମୁଁ ସେମାନଙ୍କୁ କହିବି ଦେଖନ୍ତୁ ନିଜ ଗାଁର ଏ ଯେଉଁ ଅଙ୍ଗନୱାଡ଼ିର 100 ପିଲା ଅଛନ୍ତି, ଆପଣଙ୍କ ଜନ୍ମଦିନରେ ଘରେ ଆପଣ କିଛି ଭଲ ଖାଦ୍ୟ ଖାଇବାକୁ ଯାଉଛନ୍ତି, କରିବାକୁ ଯାଉଛନ୍ତି ଏଭଳି କରନ୍ତୁ 100 ପିଲାମାନଙ୍କ ପାଇଁ ଆପଣଙ୍କ ଜନ୍ମଦିନ ନିମନ୍ତେ ଆପଣ ଏକ ପ୍ରକାରର ଫଳ ନେଇ ଆସନ୍ତୁ ସମସ୍ତ ପିଲାମାନଙ୍କୁ ଗୋଟିଏ ଗୋଟିଏ କରି କଦଳୀ ଦେଇ ଦିଅନ୍ତୁ । ତାହାର ଜନ୍ମଦିନ ପାଳନ ହୋଇଯିବ ଆଉ କହିବାର ଅଛି ନିଜେ ଆସନ୍ତୁ ଆଉ ସ୍ୱୟଂ ସେହି ପିଲାମାନଙ୍କୁ ଦିଅନ୍ତୁ, ତେବେ ସାମାଜିକ ନ୍ୟାୟ ମଧ୍ୟ ହୋଇଥାଏ, ସମାଜରେ ଯେଉଁ ଦୂରତା ରହିଥାଏ, ତାହା ମଧ୍ୟ ଦୂର ହୋଇ ଯାଇଥାଏ । ଆଉ ଆପଣମାନଙ୍କୁ ବର୍ଷରେ, ଗାଁରେ 80- 100 ପରିବାର ନିଶ୍ଚୟ ମିଳିଯିବେ ଯେଉଁମାନେ ସ୍କୁଲକୁ ଆସି, ଅଙ୍ଗନୱାଡ଼ିକୁ ଆସି ସେହି ପିଲାମାନଙ୍କୁ ବଢ଼ିଆ ଜିନିଷ ଖାଇବାକୁ ଦେବେ, ଋତୁକାଳୀନ ଯାହା ମଧ୍ୟ ଜିନିଷ ଥିବ, ଧରି ନିଅନ୍ତୁ ଖଜୁରୀର ଋତୁ ଆସି ଯାଇଥିବ, ତେବେ କହିବେ ଚାଲ ଭାଇ ଆଜି 2- 2 ପିସ୍ ନେଇକରି ଯାଉଛି ଏହି 100 ପିଲାଙ୍କୁ ଯାଇ ଖୁଆଇ ଦେଇ ଆସୁଛି । ଏହା ହେଉଛି ଜନ ଭାଗିଦାରୀ । ସରକାରଙ୍କ ବଜେଟରେ ଏତେ କିଛି ସଂଚୟ କରିବାର କାର୍ଯ୍ୟ ନାହିଁ । ଜନ ଭାଗିଦାରୀର ଶକ୍ତିରେ ଯେତେବେଳେ ଗୁଜରାଟରେ ଥିଲି ସେତେବେଳେ ମୁଁ ତିଥି ଭୋଜନର ଅଭିଯାନ ଚଲାଇଥିଲି ଆଉ ସମସ୍ତ ଧାର୍ମିକ କଥାଗାର ଆଦି ମଧ୍ୟ ନିଜ ଭାଷଣରେ ଲୋକଙ୍କୁ ଆହ୍ୱାନ କରୁଥିଲେ । ପାଖାପାଖି 80 ଦିନ, ସେହି ସମୟର କଥା କହୁଛି, ଏବେ ତ’ ମୋତେ ଜଣାନାହିଁ, ବର୍ଷକରେ 80 ଦିନ ଏଭଳି ବାହାରୁ ଥିଲା, ଯେ କାହାର ନା କାହାର ପରିବାରର ଭଲ ଅବସର ସେମାନେ ସ୍କୁଲର ପିଲାମାନଙ୍କ ସାଙ୍ଗରେ ଆସି ପାଳନ କରୁଥିଲେ ଆଉ ପିଲାମାନଙ୍କୁ ଭଲ ଖାଇବାକୁ ଦେଉଥିଲେ, କୁପୋଷଣ ବିରୁଦ୍ଧରେ ଲଢ଼େଇ ମଧ୍ୟ ହେଉଥିଲା ଆଉ ଏହି ଖାଦ୍ୟ ଖୁଆଇବାର ଚିନ୍ତା ଯାହା ଶିକ୍ଷକ ମାନଙ୍କୁ ଥିଲା, ସେମାନେ ମଧ୍ୟ ସେଥିରୁ ମୁକ୍ତ ହୋଇ ଯାଉଥିଲେ। ମୋର କହିବାର ତାତ୍ପର୍ଯ୍ୟ ଏହା ଯେ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଜନ ଭାଗିଦାରୀର ସାମର୍ଥ୍ୟ ବହୁତ ବଡ଼ ହୋଇଥାଏ । ଯଦି ଆମେ, ଧରିନେବା ଟି.ବି., ଆମ ବ୍ଲକରେ ଯଦି 10 ଜଣ ମଧ୍ୟ ଟି.ବି. ରୋଗୀ ଅଛନ୍ତି ଆଉ ଟି.ବି. ମିତ୍ର ଭଳି ଯେଉଁ ଯୋଜନା ଅଛି, ଆମେ ସେମାନଙ୍କୁ ସାମିଲ କରି ନେବା ଆଉ ଆମେ କହିବା ଯେ ଭାଇ ଆପଣମାନେ ଟିକେ ଏମାନଙ୍କୁ ପ୍ରତ୍ୟେକ ସପ୍ତାହରେ ଫୋନ କରୁ ଥାଆନ୍ତୁ, ଆପଣମାନେ ସେମାନଙ୍କୁ ପଚାରୁ ଥାଆନ୍ତୁ 6 ମାସରେ ତାଙ୍କର ଟି.ବି. ଗାୟବ ହୋଇଯିବ । ଆମେ ଯେତେ ପରିମାଣରେ ଲୋକଙ୍କୁ ଜାଣିବା, ଆରମ୍ଭରେ ପରିଶ୍ରମ କରିବାକୁ ପଡ଼ିଥାଏ, ଯୋଡ଼ିବା ପାଇଁ କାର୍ଯ୍ୟ କରିବାକୁ ପଡ଼ିଥାଏ କିନ୍ତୁ ପରେ ଏହା ଶକ୍ତି ପାଲଟି ଯାଇଥାଏ । ଆପଣମାନେ ଦେଖିଥିବେ, ଆଜି ବିଶ୍ୱରେ ଭାରତର ନାଁ ଗୁଞ୍ଜରିତ ହେଉଛି । ଆପଣମାନେ ମଧ୍ୟ ଅନୁଭବ କରୁଥିବେ ସମ୍ବାଦପତ୍ରରେ ତ’ ଆସୁଛି ଯେ ମୋଦୀଙ୍କ କାରଣରୁ ହେଉଛି, ମୋଦୀଙ୍କ କାରଣରୁ ହେଉଛି, ମୋଦୀ ସରକାରଙ୍କ କୁଟନୀତି ହେଉଛି ବହୁତ ଭଲ, ଅମୁକ ହେଉଛି, ସମୁକ ହେଉଛି, ମୋତେ ମଧ୍ୟ ଏଭଳି ଲାଗୁଛି । କିନ୍ତୁ ବାସ୍ତବରେ ଆଉ ଏକ କାରଣ ମଧ୍ୟ ହେଉଛି ଯାହା ଆଡ଼କୁ ଲୋକଙ୍କ ଧ୍ୟାନ ଯାଉ ନାହିଁ, ଆମର ଯେଉଁ ପ୍ରବାସୀ ଅଛନ୍ତି । ଭାରତରୁ ଯାଇଥିବା ବହୁତ ଲୋକ, ଯେଉଁମାନେ ସେହି ଦେଶରେ ରହୁଛନ୍ତି, ସେମାନଙ୍କ ମଧ୍ୟରେ ଯେଉଁ ସକ୍ରିୟତା ଆସିଛି, ସେମାନଙ୍କ ମଧ୍ୟରେ ଯେଉଁ ସଂଗଠିତ ଶକ୍ତି ଠିଆ ହୋଇଛି, ସେମାନଙ୍କ ସର୍ବ ସାଧାରଣ ଜୀବନରେ ଯେଉଁ ଭାଗିଦାରୀ ବୃଦ୍ଧି ପାଇଛି, ତାହା ସେହି ଦେଶର ଲୋକଙ୍କୁ ମଧ୍ୟ ଲାଗୁଛି ଯେ ବନ୍ଧୁ ଏମାନେ ହେଉଛନ୍ତି ବଡ଼ ଉପଯୋଗୀ ଲୋକ ଆଉ ସେହି କାରଣରୁ ଭାରତ ବେଶ ଉପଯୋଗୀ ହେବାରେ ଲାଗିଛି । ଅର୍ଥାତ ଜନ ଭାଗିଦାରୀର ଶକ୍ତି ଯଦି ବିଦେଶ ନୀତିରେ କାର୍ଯ୍ୟରେ ଆସୁଛି ତେବେ ଜନ ଭାଗିଦାରୀର ଶକ୍ତି ମୋ ବ୍ଲକ ମାନଙ୍କରେ ବହୁତ ବଡ଼ ସହଜରେ ଆସି ପାରିବ ସାଥୀଗଣ, ଏବଂ ଏଥିପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି କି ବଡ଼ ସହଜରେ ଆସି ପାରିବ ସାଥୀଗଣ । ଆଉ ଏଥିପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ, ଏ ଯେଉଁ ସଂକଳ୍ପ ସପ୍ତାହ ହେଉଛି ତାହାର ସର୍ବାଧିକ ଉପଯୋଗ କରନ୍ତୁ, ଖୋଲା ମନ ନେଇ ଆଲୋଚନା କରନ୍ତୁ, ଡିଜାଇନ କାର୍ଯ୍ୟକାରୀ କରନ୍ତୁ । ସେହି ପ୍ରକାରରେ ଆମର ସଂସାଧନର ଉପଯୋଗ କରନ୍ତୁ । ଆମର ଏଠାରେ କ’ଣ ହୋଇଥାଏ, ବୋଧହୁଏ ଗୋଟିଏ ବ୍ଲକରେ 8- 10 ଗାଡ଼ି ଥାଏ, ଅଧିକ ମଧ୍ୟ ନ ଥାଏ ଆଉ ମାତ୍ର କିଛି ଅଧିକାରୀଙ୍କ ପାଖରେ ଗାଡ଼ିଥାଏ, ଆଉ ଦୂର ଯାତ୍ରା କରିବାର ଦାୟିତ୍ୱ ମାତ୍ର କମ୍ ଲୋକଙ୍କ ପାଖରେ ଥାଏ, ଯେଉଁମାନଙ୍କ ପାଖରେ ସାଧନ ନଥାଏ । ମୁଁ ଗୁଜରାଟରେ ଏକ ପ୍ରୟୋଗ କରିଥିଲି ତାହା ବଡ଼ ସଫଳ ହୋଇଥିଲା । ଧରି ନିଅନ୍ତୁ ଗୋଟିଏ ବ୍ଲକରେ 100 ଟି ଗାଁ ଅଛି, ମୁଁ 10 ଅଧିକାରୀଙ୍କୁ 10- 10ଟି ଲେଖାଏଁ ଗାଁ ଦେଇଦେଲି । ଆଉ ମୁଁ କହିଲି ଆପଣ ନିଜ ଗାଡ଼ିରେ ଯିବେ ତେବେ ଏହି 5 ବିଭାଗରେ ଯେଉଁ କନିଷ୍ଠ ଅଧିକାରୀ ଅଛନ୍ତି, ସେହି 5 ଜଣଙ୍କୁ, କନିଷ୍ଠ ଅଧିକାରୀଙ୍କୁ ମଧ୍ୟ ନିଜ ଗାଡ଼ିରେ ବସାଇ ନିଅନ୍ତୁ ଆଉ ଏକ ମାସ ପର୍ଯ୍ୟନ୍ତ ଆପଣ ଏହି 10ଟି ଗାଁ କଥା ହିଁ ଚିନ୍ତା କରନ୍ତୁ । ସମସ୍ତ ବିଷୟ ଆପଣ ଆଲୋଚନା କରିବେ ଆପଣ ଯଦି କୃଷି ବିଭାଗର ଅଧିକାରୀ ହୋଇ ଥାଆନ୍ତି ତେବେ ଆପଣ ସେହି ଗାଁକୁ ଯାଇ ଶିକ୍ଷା ବିଷୟରେ ମଧ୍ୟ ଆଲୋଚନା କରିବେ, ଚାଷବାସ ବିଷୟରେ ମଧ୍ୟ ଆଲୋଚନା କରିବେ, ପାଣି ସମ୍ପର୍କରେ ଆଲୋଚନା କରିବେ, ପଶୁମାନଙ୍କ ବିଷୟରେ ମଧ୍ୟ ସମସ୍ତ କଥା ଚିନ୍ତା କରିବେ । ଦ୍ୱିତୀୟରେ ଅନ୍ୟ 10ଟି ଗାଁରେ, ତୃତୀୟରେ ଅନ୍ୟ 10ଟି ଗାଁରେ । ସେମାନେ ମାସ ସାରା ସେହି 10ଟି ଗାଁରେ ରହୁଥିଲେ ପୁଣି 1 ମାସ ପରେ ବଦଳାଇ ଦିଆ ଯାଉଥିଲେ । ଅନୁଭବ ଏହା ଆସୁଥିଲା ଯେ ସ୍ଥାଣୁତା ଶେଷ ହୋଇଗଲା, ସାମଗ୍ରିକ ପ୍ରଶାସନିକ ଅଭିବ୍ୟକ୍ତି ଆସିଲା ଆଉ ଏଯେଉଁ 10 ଅଧିକାରୀ ଥିଲେ, ଏବେ ସପ୍ତାହରେ ଗୋଟିଏ ଦିନ ବସିକରି ନିଜର ଅଭିଜ୍ଞତା ବାଂଟୁଥିଲେ ଯେ ଭାଇ ସେହି ଅଂଚଳକୁ ମୁଁ ଯାଇଥିଲି ମୋର ବିଭାଗ ହେଉଛି ଶିକ୍ଷା କିନ୍ତୁ ମୁଁ କୃଷି କ୍ଷେତ୍ରରେ ଯେଉଁ କଥା ଦେଖିଲି ପାଣି କ୍ଷେତ୍ରରେ ମୁଁ ସେତିକି ହିଁ ସଂସାଧନର ସର୍ବଶ୍ରେଷ୍ଠ ଉପଯୋଗ ହେଉଥିଲା ଆଉ ପରିଣାମ ବହୁତ ଭଲ ଆସିବାରେ ଲାଗିଲା ଆଉ ଏହି 10 ଅଧିକାରୀ ଏଭଳି ଥିଲେ ଯେଉଁମାନଙ୍କୁ ସେହି ବ୍ଲକର ସମ୍ପୂର୍ଣ୍ଣ ତଥ୍ୟ ଜ୍ଞାତ ରହୁଥିଲା । ସେ କୃଷି ବିଭାଗର ହୋଇଥିବେ କିନ୍ତୁ ତାଙ୍କୁ ଶିକ୍ଷା ବିଭାଗ ସମ୍ପର୍କରେ ଜଣାଥିବ, ସେ ଶିକ୍ଷା ବିଭାଗର ହୋଇଥିବେ କିନ୍ତୁ ତାଙ୍କୁ ସ୍ୱାସ୍ଥ୍ୟ କଥା ମଧ୍ୟ ଜଣାଥିଲା । ମୁଁ ବୁଝି ପାରୁଛି ଯେ, ଆମକୁ ନିଜର ରଣନୀତି ବଦଳାଇବା ଉଚିତ, ଯଦି ଆମ ପ୍ରଶାସନ ଆମର ରଣନୀତି ବଦଳାଉଛି ଆଉ ଆମେ ଆମର ସଂସାଧନର ଭରପୂର ଉପଯୋଗ, ଆଉ ଆଜି ଯୋଗାଯୋଗର ଶକ୍ତି ମଧ୍ୟ ରହିଛି ଏବଂ ଯୋଗାଯୋଗର ସମସ୍ୟା ମଧ୍ୟ ରହିଛି । ଜଣା ପଡ଼ୁଛି ଯେ ମୁଁ ଭିଡିଓ କନଫରେନ୍ସରେ ସୂଚନା ନେଇନେବି, ମୁଁ ମୋବାଇଲରେ ସୂଚନା ହାସଲ କରି ନେବି, କିନ୍ତୁ ପ୍ରତ୍ୟକ୍ଷ ଭାବେ ଯିବାର ଯେଉଁ ଲାଭ ହୋଇଥାଏ ନା ସାଥୀଗଣ, ଏହାର କୌଣସି ବିକଳ୍ପ ନାହିଁ । ଯାହା ଆଜି ମୁଁ ଏବେ ଆପଣମାନଙ୍କୁ କହୁଛି, ତାହା ଆପଣ ନିଜ ଗାଁରେ ରହିଥାନ୍ତେ ଆଉ ଭିଡ଼ିଓ କନଫରେନ୍ସରେ କିଛି ନୂଆ କହି ନ ଥାନ୍ତେ । ଏହା ହିଁ କହିଥାଆନ୍ତେ କିନ୍ତୁ ଏଠାକୁ ଆସିବା ପରେ ଆଖିରେ ଆଖି ମିଶାଇ ଯେଉଁ ଶକ୍ତି ଆସିଥାଏ, ତାହା ଭିଡିଓ କନଫରେନ୍ସରେ ଆସି ନ ଥାଏ । ଆଉ ଏଥିପାଇଁ ଆମର ପ୍ରତ୍ୟକ୍ଷ ଭାବେ ଯେତେ ଉତର ଦାୟିତ୍ୱ ଅଛି, ପ୍ରତ୍ୟକ୍ଷ ଭାବେ ଯାଇ କରିବାକୁ ହେବ ସେଥିରେ କେବେ ହେଲେ ମଧ୍ୟ ବୁଝାମଣା କରିବା ଉଚିତ ନୁହେଁ । ଆମେ ଯେତେବେଳେ ସେହି ସ୍ଥାନକୁ ଯାଇଥାଉ, ଆମକୁ ତାଙ୍କର ଶକ୍ତିର ପରିଚୟ ମିଳିଥାଏ ଯେଉଁ ଆକାଂକ୍ଷିତ ବ୍ଲକ ଅଛି, ଆପଣମାନଙ୍କୁ ବୋଧହୁଏ ପ୍ରଥମ ଥର ପାଇଁ ଏହି ସପ୍ତାହ ମିଳିବ, ତେବେ ଧ୍ୟାନ ଯାଇ ନ ଥିବ ଆପଣ ନିଜ ସାଥୀମାନଙ୍କର ସାମର୍ଥ୍ୟ ବିଷୟରେ ଜଣା ନ ଥିବ, କେବେ ନା କେବେ ନାମ ମଧ୍ୟ ଜଣା ନ ଥିବ । କିନ୍ତୁ ଏହି ସପ୍ତାହରେ ଯେତେବେଳେ ଆପଣମାନେ ଏକାଠି ବସିବେ, ଆପଣମାନଙ୍କୁ ତାଙ୍କ ଶକ୍ତିର ପରିଚୟ ମିଳିବ, ତାଙ୍କ ବିଶେଷତ୍ୱ ସମ୍ପର୍କରେ ପରିଚୟ ମିଳିବ ଆଉ ତାହା ହିଁ ଆମ ଦଳଗତ ଉତ୍ସାହ ପାଇଁ ବହୁତ ଅନିର୍ବାଜ୍ୟ ହୋଇଥାଏ । ଆଉ ଯେତେବେଳେ ଏକ ଦଳ ଗଠିତ ହୋଇ ଯାଇଥାଏ, ତେବେ ନିଜକୁ ନିଜେ ଇଚ୍ଛିତ ପରିଣାମ ମିଳିଥାଏ । ଆଉ ଏଥିପାଇଁ ସାଥୀଗଣ, ମୋର ଆପଣ ସମସ୍ତଙ୍କୁ ଅନୁରୋଧ ଯେ ଆମେ 3 ମାସ ଭିତରେ ଧରି ନିଅନ୍ତୁ ଆପଣ ଏକ 30 ମାନଦଣ୍ଡରେ ପଛରେ ଅଛନ୍ତି, 5ଟି ମାନଦଣ୍ଡ ଏପରି ସ୍ଥିର କରି ନିଅନ୍ତୁ, ଯେଉଁଥିରେ ଆମକୁ ସମ୍ପୂର୍ଣ୍ଣ ଭାବେ ହାରାହାରି ରାଜ୍ୟ ତୁଳନାରେ ବାହାରକୁ ଆସିବାର ଅଛି, କରି ନିଅନ୍ତୁ । ସେତେବେଳେ ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବ ଆଉ ବନ୍ଧୁ 5ଟି ତ ହୋଇଗଲା, ତେଣୁ ଏବେ 10ଟି ହୋଇ ପାରିବ । ଆଉ ଏଥିପାଇଁ ଆମେ ସ୍କୁଲରେ ମଧ୍ୟ ପଢ଼ୁଥିଲେ, ସେତେବେଳେ ଶିକ୍ଷକ କ’ଣ ପଢ଼ାଉଥିଲେ, ଯେତେବେଳେ ପରୀକ୍ଷାରେ ବସୁଛନ୍ତି ନା, ସେତେବେଳେ ଯାହା ସହଜ ଉତର ଅଛି, ତା’କୁ ପ୍ରଥମେ ଲେଖ, ଏପରି ଶିଖାଉଥିଲେ ତ’ । ତେଣୁ ସେହି ଶିକ୍ଷକ ଯାହା ଶିଖାଇଥିଲେ, ତାହା ଏବେ କାମରେ ଆସୁଛି, ଆପଣ ମଧ୍ୟ ଆପଣଙ୍କ ସେଠାରେ ଯାହା ସରଳ କଥା ଅଛି, ତାହାର ସର୍ବପ୍ରଥମେ ସମାଧାନ କରନ୍ତୁ, ସେଥିରୁ ବାହାରକୁ ବାହାରି ଆସନ୍ତୁ, ତେଣୁ ଯଦି 40ଟି କଥା ଅଛି, ତେବେ 35ଟି ଉପରେ ପ୍ରଥମେ ଆସି ଯାଆନ୍ତୁ । ଧୀରେ- ଧୀରେ କରି ଗୋଟିଏ ପରେ ଗୋଟିଏ ସମସ୍ୟାରୁ ବାହାରି ଯିବେ ଆଉ ଦେଖୁ- ଦେଖୁ ଆପଣଙ୍କ ଆକାଂକ୍ଷୀ ବ୍ଲକରୁ ଆକାଂକ୍ଷିତ ଆଗକୁ ବଢ଼ି ଆକାଂକ୍ଷୀ ବ୍ଲକ ହୋଇଯିବ । ତାହା ନିଜକୁ ନିଜ ମଧ୍ୟରେ ଏକ ପ୍ରେରଣା ପାଲଟିଯିବ । ଆଉ ମୁଁ ସ୍ୱୀକାର କରୁଛି ଯେ ଆମର 112ଜିଲ୍ଲା ଯାହା କାଲି ପର୍ଯ୍ୟନ୍ତ ଆକାଂକ୍ଷୀ ଜିଲ୍ଲା ଥିଲା, ଆଜି ଆକାଂକ୍ଷିତ ଜିଲ୍ଲା ହୋଇ ଯାଇଛି । ଦେଖୁ ଦେଖୁ 1 ବର୍ଷ ମଧ୍ୟରେ ଯେଉଁ 5 ଶହ ବ୍ଲକ ଅଛି, ସେଥିମଧ୍ୟରୁ 100ଟି ଆକାଂକ୍ଷିତ ବ୍ଲକ ପାଲଟିଯିବ । ସାରା ରାଜ୍ୟ ପାଇଁ ଆକାଂକ୍ଷିତ ବ୍ଲକ ହୋଇଯିବ ଆଉ ଏହି କାର୍ଯ୍ୟକୁ ପୂରଣ କରନ୍ତୁ । ସାଥୀଗଣ, ମୋତେ ଭଲ ଲାଗିଲା ଏହି କାର୍ଯ୍ୟକ୍ରମରେ ଆପଣ ସମସ୍ତଙ୍କ ସହିତ କଥା ହେବାର ସୁଯୋଗ ମିଳିଲା, ଯେଉଁମାନେ ମୋତେ ଅନ୍ ଲାଇନରେ ଶୁଣୁଛନ୍ତି ସେମାନଙ୍କୁ ମଧ୍ୟ ମୁଁ ଅନେକ ଅନେକ ଶୁଭକାମନା ଜଣାଉଛି । ଆମେ ମିଶନ ମୋଡରେ ଚାଲିବା ଆଉ ମୁଁ ବିଭିନ୍ନ ବିଭାଗର ଲୋକମାନଙ୍କୁ ମଧ୍ୟ କହୁଛି ଆପଣମାନେ ସାରା ଦେଶର 100ଟି ବ୍ଲକକୁ ଚିହ୍ନଟ କରନ୍ତୁ ଆଉ ସେଗୁଡ଼ିକୁ ମଧ୍ୟ ସମୟସୀମା ମଧ୍ୟରେ ଜାତୀୟ ହାରାହାରି ମଧ୍ୟକୁ ନେଇ ଆସନ୍ତୁ । ଆଉ ପ୍ରତ୍ୟେକ ବିଭାଗ ଏଭଳି ଭାବେ କାର୍ଯ୍ୟ କରନ୍ତୁ, ମୁଁ ଭାବୁଛି ତୃଣମୂଳ ସ୍ତରରେ କେବେ କାହାକୁ ଛାଡ଼ନ୍ତୁ ନାହିଁ। ସମସ୍ତ କାମ 1-2 ବର୍ଷ ମଧ୍ୟରେ ପୂରଣ ହୋଇଯିବ । ବନ୍ଧୁଗଣ, ମୁଁ ଏବେଠାରୁ ଆପଣମାନଙ୍କୁ କହୁଛି ଆମେ ପୁଣି ଅକ୍ଟୋବର- ନଭେମ୍ବରରେ ମିଶିବା, ପ୍ରତ୍ୟକ୍ଷ ଭାବରେ ଏକାଠି ହେବା ଆଉ ଆମେ ସମସ୍ତେ ଏହାର ଯାହା ହିସାବ- କିତାବ କରିଥିବା, ମୁଁ ସେ ସମୟରେ ଏଠାରେ ଦର୍ଶକମାନଙ୍କ ମଧ୍ୟରେ ବସି ଆପଣମାନଙ୍କ ଠାରୁ 10 ଜଣ ଲୋକଙ୍କର ସଫଳତାର କଥା ଶୁଣିବାକୁ ଚାହିଁବି ଆଉ ପୁଣି ମୋତେ ଯାହା କହିବାକୁ ହେବ, ତାହା ଆସନ୍ତା ବର୍ଷ 2024 ଅକ୍ଟୋବର ଅବା ନଭେମ୍ବରରେ ଆପଣଙ୍କ ସହିତ କଥା ହେବି । ସେପର୍ଯ୍ୟନ୍ତ ମୁଁ ଆପଣମାନଙ୍କ କାମ ପାଇଁ ଆପଣମାନଙ୍କ ଠାରୁ ଅଧିକ ସମୟ ନେବାକୁ ଚାହୁଁନାହିଁ । କାରଣ ଆପଣମାନଙ୍କୁ ଆପଣଙ୍କ ବ୍ଲକକୁ ଶୀଘ୍ର- ଶୀଘ୍ର ଆଗକୁ ବଢ଼ାଇବାର ଅଛି, ତେଣୁ ମୋତେ ଏବେ ଆପଣମାନଙ୍କର ସମୟ ନେବା ଉଚିତ ନୁହେଁ । ବହୁତ- ବହୁତ ଶୁଭକାମନା,
ବହୁତ- ବହୁତ ଧନ୍ୟବାଦ ।
*****
AH
(Release ID: 1963124)
Visitor Counter : 105