ପୋଷ୍ଟ କରାଯିବା ଦିନାଙ୍କ:
30 SEP 2023 6:36PM by PIB Bhubaneswar
ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ଟେନିସ ମିକ୍ସଡ୍ ଡବଲ୍ସ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ରୋହନ ବୋପାନ୍ନା ଏବଂ ଋତୁଜା ଭୋସାଲେଙ୍କ ମିକ୍ସଡ୍ ଡବଲ୍ସ ଯୋଡ଼ିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ରୋହନ ବୋପାନ୍ନା ଏବଂ ୠତୁଜା ଭୋସଲେ ବହୁତ ଚମତ୍କାର ଖେଳିଲେ । ଟେନିସ ମିକ୍ସଡ୍ ଡବଲ୍ସରେ ସେମାନେ ଭାରତ ପାଇଁ ସମ୍ମାନଜନକ ସ୍ୱର୍ଣ୍ଣ ଜିତିଛନ୍ତି । ସେମାନେ ଉଲ୍ଲେଖନୀୟ ଦଳଗତ ଭାବନା ଏବଂ ସମନ୍ୱୟ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ଭବିଷ୍ୟତର ପ୍ରୟାସ ପାଇଁ ଶୁଭକାମନା ।’
SR