ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ରୋଞ୍ଜ ପଦକ ଜିତିଥିବା କିରଣ ବଳିୟାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 30 SEP 2023 2:57PM by PIB Bhubaneswar

ଏସୀୟ କ୍ରୀଡ଼ାରେ ଶଟ୍ ପୁଟ୍ ପ୍ରତିଯୋଗିତାରେ ବ୍ରୋଞ୍ଜ ଜିତିଥିବା କିରଣ ବଳିୟାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଭାରତୀୟ ଆଥଲେଟମାନେ ଏସୀୟ କ୍ରୀଡ଼ା ୨୦୨୨ରେ ଚମକିବା ଜାରି ରଖିଛନ୍ତି ।

 

ଶଟ୍ ପୁଟ୍ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ଏବଂ ବ୍ରୋଞ୍ଜ ପଦକ ଜିତିବା ପାଇଁ କିରଣ ବଳିୟାନଙ୍କୁ ବହୁତ ଅଭିନନ୍ଦନ । ତାଙ୍କର ଏହି ସଫଳତା ସମଗ୍ର ଦେଶକୁ ଖୁସି କରିଦେଇଛି ।’

 

SR


(ରିଲିଜ ଆଡି: 1962576) ପରିଦର୍ଶକ କାଉଣ୍ଟର : 146