ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଉତର ପ୍ରଦେଶର ସମସ୍ତ ଗ୍ରାମକୁ ଓଡିଏଫ ପ୍ଲସ ଶ୍ରେଣୀ ହାସଲ କରିଥିବାରୁ ପ୍ରଶଂସା କଲେ

ପୋଷ୍ଟ କରାଯିବା ଦିନାଙ୍କ: 29 SEP 2023 10:11AM by PIB Bhubaneswar

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଉତର ପ୍ରଦେଶର ଶହେ ପ୍ରତିଶତ ଗ୍ରାମ ଦ୍ୱାରା ଓଡିଏଫ (ଖୋଲାରେ ଶୌଚମୁକ୍ତ) ପ୍ଲସ ସ୍ଥିତି ହାସଲ କରିଥିବାରୁ ପ୍ରଶଂସା କରିଛନ୍ତି

ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥଙ୍କଏକ୍ସରେ ହୋଇଥିବା ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ବହୁତ ବହୁତ ଶୁଭେଚ୍ଛା! ବାପୁଙ୍କ ଜୟନ୍ତୀର ଠିକ ପୂର୍ବରୁ ଉତର ପ୍ରଦେଶର ଏହି ଅଭୂତପୂର୍ବ ଉପଲବ୍ଧି ସମଗ୍ର ଦେଶକୁ ପ୍ରେରଣା ଦେବ ସ୍ୱଚ୍ଛତା କ୍ଷେତ୍ରରେ ଆମର ନିରନ୍ତର ପ୍ରୟାସ ନାରୀ ଶକ୍ତିର ସମ୍ମାନ ସହିତ ଆମର ସମସ୍ତ ପରିବାରଜନଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ’’

SR


(ରିଲିଜ ଆଡି: 1962275) ପରିଦର୍ଶକ କାଉଣ୍ଟର : 136