ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଆୟୁଷ୍ମାନ ଭବ ଅଭିଯାନ
ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବାପାଇଁ ଆୟୁଷ୍ମାନ ଭବ ଅଭିଯାନକୁ ସମ୍ପୂର୍ଣ୍ଣ ଲାଗୁ କରିବା ପ୍ରକ୍ରିୟା ଦେଶରେ ସେପ୍ଟେମ୍ବର ୧୭, ୨୦୨୩ରୁ ଆରମ୍ଭ ହୋଇଛି
ଗତ ତିନିଦିନ ମଧ୍ୟରେ ଦେଶବ୍ୟାପୀ ୩୦,୦୦୦ ଆୟୁଷ୍ମାନ ମେଳା ଆୟୋଜିତ
ଆୟୁଷ୍ମାନ ଭବ ଅଭିଯାନରେ ଗତ ତିନିଦିନ ମଧ୍ୟରେ ୨.୬ଲକ୍ଷ ରୋଗୀ ପଞ୍ଜୀକୃତ
ଗତ ତିନିଦିନ ମଧ୍ୟରେ ଜାରି ହୋଇଛି ଆଠଲକ୍ଷ ଆୟୁଷ୍ମାନ କାର୍ଡ
ଗତ ତିନିଦିନ ମଧ୍ୟରେ ୨.୫ଲକ୍ଷ ଆଭା ଆଇଡି ତିଆରି
ଗତ ତିନି ଦିନ ମଧ୍ୟରେ ୧୦ଲକ୍ଷରୁ ଅଧିକ ଜନସାଧାରଣ ପାଇଛନ୍ତି ଔଷଧ
ପୋଷ୍ଟ କରାଯିବା ଦିନାଙ୍କ:
20 SEP 2023 5:19PM by PIB Bhubaneswar
ସେବା ପକ୍ଷର ଅଂଶବିଶେଷଭାବେ ଆୟୁଷ୍ମାନ ଭବ ଅଭିଯାନ ଅଧୀନରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବାର ପୂର୍ଣ୍ଣତା ନିମନ୍ତେ ଦେଶବ୍ୟାପୀ ଅଭିଯାନ ୧୭ ସେପ୍ଟେମ୍ବର ଠାରୁ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସେପ୍ଟେମ୍ବର ୧୩, ୨୦୨୩ଦିନ ‘ଆୟୁଷ୍ମାନ ଭବ’ ଅଭିଯାନ ଶୁଭାରମ୍ଭ କରିଥିଲେ । ଦେଶରେ ସାମଗ୍ରୀକ ସ୍ୱାସ୍ଥ୍ୟସେବା ଉପଲବ୍ଧତା ହେଉଛି ଏହି ଅଭିଯାନରର ମୂଳ ଲକ୍ଷ୍ୟ । ଭୌଗୋଳିକ ପରିସୀମା ନିର୍ବିଶେଷରେ କାହାରିକୁ ନ ଛାଡି ପ୍ରତ୍ୟେକ ଗ୍ରାମ ଓ ସହରକୁ ବିସ୍ତୃତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ହେଉଛି ସେବା ପକ୍ଷର ମୂଳଲକ୍ଷ୍ୟ ।

ଆୟୁଷ୍ମାନ ଭବ ଅଭିଯାନର ଅଂଶ ସ୍ୱରୂପ ୧୭ ସେପ୍ଟେମ୍ବର, ୨୦୨୩ ପରଠାରୁ ୩୦,୦୦୦ ଆୟୁଷ୍ମାନ ମେଳା ଆୟୋଜିତ ହେବା ସହ ସେପ୍ଟେମ୍ବର ୧୯, ୨୦୨୩ ସୁଦ୍ଧା ୨.୫ ଲକ୍ଷ ରୋଗୀଙ୍କ ସମାଗମ ହୋଇଥିଲା। ୧୭ସେପ୍ଟେମ୍ବର, ୨୦୨୩ ଠାରୁ ଏହା ହେଉଛି ଆୟୁଷ୍ମାନ ମେଳାର ହିତାଧିକାରୀଙ୍କ ବିସ୍ତୃତ ତାଲିକା ।
ଆୟୁଷ୍ମାନ ଭବ ଅଧୀନରେ ଆୟୁଷ୍ମାନ ମେଳାର ସଫଳତା ସମ୍ପର୍କରେ ନିମ୍ନରେ ଦର୍ଶାଯାଇଛି ।

ଆୟୁଷ୍ମାନ ଭବ ଅଭିଯାନର ଅଂଶସ୍ୱରୂପ ଗତ ତିନିଦିନ ମଧ୍ୟରେ କେବଳ ୨. ୫ ଲକ୍ଷ ଏବିଏଚଏ ଆଇ.ଡି କାର୍ଡ ସୃଷ୍ଟି ହୋଇଥିବାବେଳେ, ୧୦ଲକ୍ଷରୁ ଅଧିକ ବ୍ୟକ୍ତି ମାଗଣା ଔଷଧ ଓ ନିଦାନ ସେବା ପାଇପାରିଛନ୍ତି । ଆୟୁଷ୍ମାନ କାର୍ଡ ବଂଟନ, ଆଭା ଆଇଡି ତିଆରି, ପ୍ରମୁଖ ସ୍ୱାସ୍ଥ୍ୟ ଯୋଜନା ସମ୍ପର୍କରେ ସଚେତନତା ଓ ରୋଗ ଅବସ୍ଥା ଯଥା ଅଣ ସଂକ୍ରମକ ରୋଗ,ରାଜଯକ୍ଷ୍ମା, (ନିକ୍ଷୟ ମିତ୍ର), ରକ୍ତ ଶିକୁଳି ରୋଗ, ରକ୍ତଦାନ ଓ ଅଙ୍ଗଦାନ ଭଳି ଅଭିଯାନ ସେବାପକ୍ଷ ପାଳନର ମୂଳଲକ୍ଷ୍ୟ
ସେବା ପକ୍ଷରୁ ପ୍ରଦାନ କରାଯାଉଥିବା ସେବା ସମ୍ପର୍କରେ ନାଗରିକଗଣ ସେମାନଙ୍କ ନିକଟବର୍ତୀ ସ୍ୱାସ୍ଥ୍ୟା ଓ ସୁଧାର କେନ୍ଦ୍ର ଯାଇ ବୁଝି ପାରିବେ ।
*****
SM/SLP
(ରିଲିଜ ଆଡି: 1959684)
ପରିଦର୍ଶକ କାଉଣ୍ଟର : 97