ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ସମଗ୍ର ଦେଶରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୬୪୬୭ଟି ଷ୍ଟାଣ୍ଡାର୍ଡ କ୍ଲବ୍ ପ୍ରତିଷ୍ଠା କରିଛି ଭାରତୀୟ ମାନକ ବ୍ୟୁରୋ



‘ମାନକ କକ୍ଷ’ ପାଇଁ ୧ ଲକ୍ଷ ଆର୍ଥିକ ସହାୟତା, ଲ୍ୟାବ ପାଇଁ ୫୦୦୦୦ ଟଙ୍କା

“ଷ୍ଟାଣ୍ଡାର୍ଡ କ୍ଲବ୍‌” ମାଧ୍ୟମରେ ପ୍ରତିଭାବାନ ଯୁବ ରାଷ୍ଟ୍ରଦୂତମାନଙ୍କୁ ପରିପୁଷ୍ଟ କରୁଛି ବିଆଇଏସ୍

Posted On: 19 SEP 2023 10:10AM by PIB Bhubaneshwar

ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ / ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌) ଘୋଷଣା କରିଛି ଯେ ଏହା ଦେଶର ସ୍କୁଲ ଏବଂ କଲେଜରେ ୬୪୬୭ ଷ୍ଟାଣ୍ଡାର୍ଡ କ୍ଲବ୍ ପ୍ରତିଷ୍ଠା କରିଛି । ବିଆଇଏସ୍ ଅନୁଯାୟୀ, ସମାଜର ଯୁବ ସଦସ୍ୟମାନଙ୍କୁ ଜୀବନଶୈଳୀରେ ଉନ୍ନତି ଆଣିବା ନିମନ୍ତେ ମାନଦଣ୍ଡର ମହତ୍ତ୍ୱ ବିଷୟରେ ସଚେତନ କରିବା ପାଇଁ ଏହି ଷ୍ଟାଣ୍ଡାର୍ଡ କ୍ଲବ୍ ପ୍ରତିଷ୍ଠା କରାଯାଉଛି ।

“ଛାତ୍ର ସମାଜ ଏକ ଶକ୍ତିଶାଳୀ, ଜୀବନ୍ତ ଏବଂ ଗତିଶୀଳ ଭାରତର ସ୍ଥପତି ଅଟନ୍ତି । ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌) ଏକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ସହ ସମଗ୍ର ଦେଶରେ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଷ୍ଟାଣ୍ଡାର୍ଡ କ୍ଲବ ଗଠନ ସହିତ ଭାରତର ଭବିଷ୍ୟତକୁ ଉଜ୍ଜ୍ୱଳ କରୁଛି । ଏହି ଅଭିନବ ପ୍ରୟାସର ଉଦ୍ଦେଶ୍ୟ ହେଉଛି ଯୁବ ମନରେ ଗୁଣବତ୍ତା, ମାନକ ଏବଂ ବିଜ୍ଞାନ ସୁଲଭ ସ୍ୱଭାବ ସୃଷ୍ଟି କରିବା । ଗୁଣାତ୍ମକ ଚେତନା, ମାନକୀକରଣ ନୀତି ଦ୍ୱାରା ଅର୍ଥନୈତିକ ବିକାଶ ଆଣିବାର ଏକ ପ୍ରମୁଖ ସ୍ତମ୍ଭ ଅଟେ । ଆମର ଛାତ୍ରମାନଙ୍କ ମଧ୍ୟରେ ଗୁଣବତ୍ତା, ମାନକ ଏବଂ ମାନକୀକରଣ ପ୍ରତି ଏକ ଶ୍ରଦ୍ଧା ବୃଦ୍ଧି କରି ଆମେ ଏକ ସ୍ଫୁଲିଙ୍ଗ ପ୍ରଜ୍ଜ୍ୱଳିତ କରିଥାଉ ଯାହାକି ଆମ ସମାଜକୁ ପରିବର୍ତ୍ତନ କରିବାର ଶକ୍ତି ରଖିଥାଏ ” ବୋଲି ଏକ ସରକାରୀ ବିବୃତ୍ତି ମାଧ୍ୟମରେ ବିଆଇଏସ୍ ସୂଚନା ଦେଇଛି ।

ବିଆଇଏସ୍ ଦ୍ୱାରା ଆହୁରି ମଧ୍ୟ ସୂଚନା ଦିଆଯାଇଥିଲା ଯେ ୨୦୨୧ ମସିହାରେ ଆରମ୍ଭ ହୋଇଥିବା ଷ୍ଟାଣ୍ଡାର୍ଡ କ୍ଲବ୍ ପଦକ୍ଷେପ ଏକ ମହତ୍ୱପୂର୍ଣ୍ଣ ପ୍ରଭାବ ପକାଇ ସାରିଛି, ଯାହା ଦେଶର ୬,୪୬୭ ବିଦ୍ୟାଳୟ ଏବଂ କଲେଜରେ ପ୍ରତିଷ୍ଠିତ ହୋଇଛି । 

ଏହି କ୍ଲବ୍ ଗୁଡିକରେ ବିଜ୍ଞାନ ପୃଷ୍ଠଭୂମିରୁ ୧.୭ ଲକ୍ଷରୁ ଅଧିକ ଉତ୍ସାହୀ ଛାତ୍ରମାନଙ୍କର ସଦସ୍ୟତା ରହିଛି । ନିଜ ନିଜ ବିଦ୍ୟାଳୟର ଉତ୍ସର୍ଗୀକୃତ ବିଜ୍ଞାନ ଶିକ୍ଷକମାନଙ୍କ ମାର୍ଗଦର୍ଶନରେ ବିଆଇଏସ୍ ଦ୍ୱାରା ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଥାଏ । 

ସେଥି ମଧ୍ୟରୁ ବିଦ୍ୟାଳୟରେ ୫,୫୬୨ ଷ୍ଟାଣ୍ଡାର୍ଡ କ୍ଲବ ସୃଷ୍ଟି ହୋଇଥିବାବେଳେ ବିଭିନ୍ନ କଲେଜରେ ୯୦୫ ଟି କ୍ଲବ, ଯାହା ମଧ୍ୟରୁ ଇଞ୍ଜିନିୟରିଂ କଲେଜରେ ୩୮୪ ଟି କ୍ଲବ ଅନ୍ତର୍ଭୁକ୍ତ ।

ଏହି ମାନକ କ୍ଲବ୍ ଗୁଡିକର ଛାତ୍ର ସଦସ୍ୟମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୁଅନ୍ତି, ଯେପରି:

ଷ୍ଟାଣ୍ଡାର୍ଡ ଲେଖନ ପ୍ରତିଯୋଗିତା ।

କୁଇଜ୍ ପ୍ରତିଯୋଗିତା ।

 ବିତର୍କ, ପ୍ରବନ୍ଧ ଲିଖନ ଏବଂ ପୋଷ୍ଟର ତିଆରି ।

ଲାବୋରେଟୋରୀ ଏବଂ ଇଣ୍ଡଷ୍ଟ୍ରିଆଲ୍ ୟୁନିଟ୍ ଏବଂ ଅଧିକ ଏକ୍ସପୋଜର୍ ପରିଦର୍ଶନ ।

“ଏହି କାର୍ଯ୍ୟକଳାପ ଗୁଡିକ ଯୁବ ପ୍ରତିଭାମାନଙ୍କୁ ଗୁଣବତ୍ତା ଏବଂ ମାନକୀକରଣ ଜଗତର ଅନ୍ତର୍ନିହିତ ସୂଚନା ପ୍ରଦାନ କରିବା ପାଇଁ ପରିକଳ୍ପନା କରାଯାଇଛି । ଏହି କ୍ଲବ ଗୁଡିକ ଅଧୀନରେ ବିଭିନ୍ନ ପ୍ରକାରର କାର୍ଯ୍ୟକଳାପ ଆୟୋଜିତ କରାଯାଇଛି ଏବଂ ଏହି କାର୍ଯ୍ୟକଳାପ ଗୁଡିକୁ ସଂଗଠିତ କରିବା ପାଇଁ ଆର୍ଥିକ ସହାୟତା ବିଆଇଏସ୍ ଦ୍ୱାରା ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପ୍ରଦାନ କରା ଯାଇଥାଏ । ଉପରୋକ୍ତ ବିଷୟ ଗୁଡିକ ବ୍ୟତୀତ, ଷ୍ଟାଣ୍ଡାର୍ଡ କ୍ଲବ୍ ଗୁଡିକର ମେଣ୍ଟର ମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଏବଂ ଛାତ୍ର ସଦସ୍ୟଙ୍କ ପାଇଁ ଲ୍ୟାବ ଏବଂ ଇଣ୍ଡଷ୍ଟ୍ରି ୟୁନିଟ୍ ପାଇଁ ଏକ୍ସପୋଜର ପରିଦର୍ଶନ ନିୟମିତ ଭାବରେ ବିଆଇଏସ୍ ଦ୍ୱାରା ଆୟୋଜିତ ହୋଇଥାଏ ।

“ବ୍ୟବହାରିକ ଶିକ୍ଷାର ମହତ୍ତ୍ୱକୁ ଚିହ୍ନଟ କରି ବିଆଇଏସ୍ ଏହାର ଆର୍ôଥକ ସହାୟତାକୁ ଆହୁରି ବୃଦ୍ଧି କରିଛି । ଷ୍ଟାଣ୍ଡାର୍ଡ କ୍ଲବ ସହିତ ଉଚ୍ଚ ଏବଂ ଉଚ୍ଚ ମାଧ୍ୟମିକ ଯୋଗ୍ୟ ସରକାରୀ ବିଦ୍ୟାଳୟଗୁଡ଼ିକ ସେମାନଙ୍କ ବିଜ୍ଞାନ ଲ୍ୟାବର ନବୀକରଣ ପାଇଁ ଅତ୍ୟାଧୁନିକ ଲ୍ୟାବ୍ ଯନ୍ତ୍ରପାତି ଆକାରରେ ଏକ ଥରରେ ସର୍ବାଧିକ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲାବୋରେଟୋରୀ ଅନୁଦାନ ପାଇବାକୁ ହକଦାର । 

“ଅଧିକନ୍ତୁ, ଶିକ୍ଷଣ ପରିବେଶ ଉଭୟ ସୁଖଦ ଏବଂ ଆକର୍ଷଣୀୟ ବୋଲି ନିଶ୍ଚିତ କରିବାକୁ, ଯେଉଁ ସରକାରୀ ଅନୁଷ୍ଠାନରେ ଷ୍ଟାଣ୍ଡାର୍ଡ କ୍ଲବ ଗଠନ ହୋଇଛି ସେଠାରେ 'ମାନକ କକ୍ଷ' ପ୍ରତିଷ୍ଠା କରିବା ପାଇଁ ବିଆଇଏସ୍ ୧,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରୁଛି । 

ଏହି ପଦକ୍ଷେପ ଅନୁଯାୟୀ ସ୍ମାର୍ଟ ଟିଭି, ଅଡିଓ ଭିଡିଓ ସିଷ୍ଟମ, ସଠିକ୍ ଆଲୋକୀକରଣ, କାନ୍ଥକୁ ସଜାଇବା ଇତ୍ୟାଦି ମୌଳିକ ସୁବିଧା ଯୋଗାଇ ବିଦ୍ୟାଳୟର ଗୋଟିଏ କୋଠରୀକୁ ନବୀକରଣ କରାଯିବ ବୋଲି ବୟାନରେ କୁହାଯାଇଛି । 

ଏହା ମଧ୍ୟ କୁହାଯାଇଛି ଯେ, “ଗୁଣବତ୍ତା ପ୍ରତି ଅଦମ୍ୟ ପ୍ରତିବଦ୍ଧତା ସହିତ, ବିଆଇଏସ୍ ନିଜର ଯୁବକମାନଙ୍କ ମନକୁ ପରିପୁଷ୍ଟ କରି ଭାରତର ଭବିଷ୍ୟତ ଗଠନ କରିବାରେ ଲାଗିଛି । ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ କେବଳ ଗୁଣବତ୍ତା ଏବଂ ମାନକୀକରଣକୁ ପ୍ରୋତ୍ସାହିତ କରେ ନାହିଁ ବରଂ ଯୁବ ପିଢି଼କୁ ଦାୟିତ୍ୱବାନ କରିଥାଏ ଏବଂ ଗୁଣାତ୍ମକ ସଚେତନ ନାଗରିକ ହେବାକୁ ଶକ୍ତି ପ୍ରଦାନ କରେ । ”

****

SSP

 



(Release ID: 1958772) Visitor Counter : 126