ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ
azadi ka amrit mahotsav

ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସର ପ୍ରଥମ ୧୨ ଦିନରେ ସାରା ଦେଶରେ ଜନ ଆନ୍ଦୋଳନ ଡାସବୋର୍ଡରେ ୬ କୋଟିରୁ ଅଧିକ କାର୍ଯ୍ୟକ୍ରମ ପଞ୍ଜୀକୃତ


'ସ୍ବତନ୍ତ୍ର ସ୍ତନ୍ୟପାନ ଓ ପରିପୂରକ ଖାଦ୍ୟ' ଶୀର୍ଷକରେ ୧ କୋଟିରୁ ଅଧିକ କାର୍ଯ୍ୟକ୍ରମ ରିପୋର୍ଟ ହୋଇଛି

ବିଭିନ୍ନ ଅଂଶୀଦାର ମାନେ ତୃଣମୂଳ ସ୍ତରର ପୋଷଣ ଫଳାଫଳରେ ଉନ୍ନତି ଆଣିବା ଏବଂ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି

प्रविष्टि तिथि: 16 SEP 2023 3:02PM by PIB Bhubaneshwar

ମାର୍ଚ୍ଚ ୨୦୧୮ରେ ପୋଷଣ ଅଭିଯାନ ଆରମ୍ଭ ହେବା ପରଠାରୁ ଦେଶ ପ୍ରଥମ ଥର ପାଇଁ ପୋଷଣ କୁ କେନ୍ଦ୍ର କରି ଦେଶବ୍ୟାପୀ ଜନ ଆନ୍ଦୋଳନ ଆରମ୍ଭ କରିଛି । ପୋଷଣ ଅଭିଯାନ ଅଧୀନରେ ଏହି ବାର୍ଷିକ ଜନ ଆନ୍ଦୋଳନଗୁଡିକ ବିଶେଷକରି ତୃଣମୂଳ ସ୍ତରପର୍ଯ୍ୟନ୍ତ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟ ସେବନ ସମ୍ବନ୍ଧରେ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ ସତର୍କତାର ସହ ପ୍ରସ୍ତୁତ କରାଯାଏ । ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’, କିଶୋରୀ ବାଳିକା ଏବଂ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଲକ୍ଷ୍ୟରେ ରଖି ଏହା ପ୍ରସ୍ତୁତ କରାଯାଇଛି ।

ଜନ ଆନ୍ଦୋଳନ ପ୍ରତିବର୍ଷ ଦୁଇଥର ପାଳନ କରାଯାଏ, ସେପ୍ଟେମ୍ବରରେ ପୋଷଣ ମାସ ସମୟରେ ଏବଂ ମାର୍ଚ୍ଚ-ଏପ୍ରିଲରେ ପୋଷଣ ପକ୍ଷ ସମୟରେ । ବର୍ତ୍ତମାନ ସୁଦ୍ଧା, ୧୦ଟି ଜନ ଆନ୍ଦୋଳନ ସଫଳତାର ସହ ପାଳନ କରାଯାଇଛି (ପ୍ରତ୍ୟେକ ମାସ ଏବଂ ପକ୍ଷ ପାଇଁ ୫ଟି କରି), ଯେଉଁଥିରେ ୬୦ କୋଟିରୁ ଅଧିକ ସଚେତନତା କାର୍ଯ୍ୟକ୍ରମ ଦରଜ କରାଯାଇଛି। ଏହା ୨୦୧୮ ପରଠାରୁ ସମଗ୍ର ଦେଶରେ ବଢୁଥିବା ଏବଂ ନିରନ୍ତର ଅଂଶଗ୍ରହଣକୁ ଦର୍ଶାଉଛି ।

ବର୍ତମାନ ଦେଶ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଆୟୋଜିତ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରୁଛି । ଏହି କାର୍ଯ୍ୟକ୍ରମ ବିଭିନ୍ନ ପ୍ରମୁଖ ମନ୍ତ୍ରଣାଳୟ ଏବଂ ବିଭାଗଗୁଡିକ ସହିତ ସର୍ବାଧିକ ପହଂଚିବା ପାଇଁ ସହଯୋଗର ଶକ୍ତି ପ୍ରଦର୍ଶନ କରୁଛି । ଚଳିତ ଉତ୍ସବର ପ୍ରଥମ ୧୨ ଦିନ ରେ ସାରା ଦେଶରେ ଜନ ଆନ୍ଦୋଳନ ଡାସବୋର୍ଡରେ ୬ କୋଟିରୁ ଅଧିକ କାର୍ଯ୍ୟକ୍ରମ ପଞ୍ଜୀକୃତ ହୋଇଛି ।

ଏକ ମାସ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଂଶୀଦାର ମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ତୃଣମୂଳ ସ୍ତରର ପୋଷଣ ଫଳାଫଳରେ ଉନ୍ନତି ଆଣିବା ଏବଂ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରୁଛନ୍ତି । ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପଞ୍ଚାୟତିରାଜ ଭଳି ମନ୍ତ୍ରଣାଳୟ ନେତୃତ୍ୱ ନେଉଥିବା ବେଳେ କେବଳ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ରାଷ୍ଟ୍ରିୟ ପୋଷଣ ମାସ ୨୦୨୩ ଅଧୀନରେ ୬ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଦରଜ କରାଯାଇଛି ।

ଭାରତର ସମସ୍ତ ଅଞ୍ଚଳରେ ବିଭିନ୍ନ ବିଷୟବସ୍ତୁ ଅଧୀନରେ ଅନେକ କାର୍ଯ୍ୟକ୍ରମ ପରିଚାଳିତ ହେଉଛି । କିଛି ଉଦାହରଣ ନିମ୍ନଲିଖିତ ପ୍ରଦାନ କରାଗଲା :

  • 'ସ୍ବତନ୍ତ୍ର ସ୍ତନ୍ୟପାନ ଓ ପରିପୂରକ ଖାଦ୍ୟ' ଶୀର୍ଷକରେ ୧ କୋଟିରୁ ଅଧିକ କାର୍ଯ୍ୟକଳାପ ରିପୋର୍ଟ କରାଯାଇଛି ।
  • ଅରୁଣାଚଳ ପ୍ରଦେଶରେ ପୋଖରୀ, କୂଅ ଏବଂ ପାଣି ଟାଙ୍କି ଭଳି ଗୋଷ୍ଠୀ ଜଳାଶୟଗୁଡ଼ିକର ବର୍ଷା ଜଳ ସଂରକ୍ଷଣ, ସଫେଇ ଏବଂ ପରିଷ୍କୃତ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ 'ମିଶନ ଲାଇଫ୍‍’ ମାଧ୍ୟମରେ ପୋଷଣରେ ଉନ୍ନତି' ଶୀର୍ଷକ ଅଧୀନରେ ଅନେକ କାର୍ଯ୍ୟକ୍ରମ କରାଯାଇଥିଲା।
  • ବିହାରରେ ପୋଷଣ ମାସ ପାଳନ ପାଇଁ ସମାଜ କଲ୍ୟାଣ ଓ ନ୍ୟାୟ ମନ୍ତ୍ରୀ ଙ୍କ ଦ୍ୱାରା ଏଲଇଡି ଆଲୋକିତ 'ପୋଷଣ ରଥ' ର ଶୁଭାରମ୍ଭ କରାଯାଇଥିଲା ।
  • ଲେହର ବାସଗୋ ଗ୍ରାମରେ ସରପଞ୍ଚ, ସ୍ୱାସ୍ଥ୍ୟ କର୍ମୀ, ଅଭିଭାବକ ଓ ପିଲାଙ୍କ ଉପସ୍ଥିତିରେ ବହୁ ଉତ୍ସାହର ସହ ପୋଷଣ ମେଳା ଅନୁଷ୍ଠିତ ହୋଇଥିଲା।
  • କର୍ଣ୍ଣାଟକ କୋଲାର, ହାସନ ଏବଂ ଚିକମାଗାଲୁର ଭଳି ବିଭିନ୍ନ ଜିଲ୍ଲାରେ ଶିଶୁଙ୍କ ଜନ୍ମଦିନ , ଅନ୍ନପ୍ରସନ୍ନ ସମାରୋହ ଏବଂ ପୋଷଣ ମେଳା ଭଳି ଅନେକ କାର୍ଯ୍ୟକଳାପ ସହିତ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୩ ପାଳନ କରିଛି ।
  • ଖାଦ୍ୟ ବିବିଧତା ଏବଂ ମିଲେଟ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଗୋଆ, ଗୁଜରାଟ, ଅରୁଣାଚଳ ପ୍ରଦେଶ ଏବଂ ଆସାମ ସମେତ ଅନେକ ରାଜ୍ୟ ବ୍ଲକ କାର୍ଯ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରରେ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଆୟୋଜନ କରିଥିଲେ।
  • ମିଜୋରାମର ବିଭିନ୍ନ ସ୍ଥାନରେ ଖାଦ୍ୟ ସମ୍ବଳ ମ୍ୟାପିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
  • ପୋଷଣ ବି ପାଠ ଭି (ପିବିପିବି) କାର୍ଯ୍ୟକ୍ରମ ଅଧୀନରେ ଅଭିଭାବକ ଓ ସମ୍ପ୍ରଦାୟଙ୍କୁ ସାମିଲ କରି ପ୍ରାରମ୍ଭିକ ଶିଶୁଯତ୍ନ ଓ ଶିକ୍ଷା (ଇସିସିଇ) ଉପରେ ପ୍ରଶିକ୍ଷଣ ଓ ସଚେତନତା ଅଧିବେଶନ ଜୋରସୋରରେ ଚାଲିଛି।
  • ଦେଶର ବିଭିନ୍ନ ପ୍ରାନ୍ତରୁ ଅଭିବୃଦ୍ଧି ଆକଳନ (ସ୍ୱସ୍ଥ ବାଳକ ସ୍ପର୍ଦ୍ଧା) ଭଳି ସମାନ ପଦକ୍ଷେପ ଦେଖିବାକୁ ମିଳିଛି ।

ରକ୍ତହୀନତା ଭଳି ପୁଷ୍ଟିହୀନତା ଆହ୍ୱାନର ମୁକାବିଲା ପାଇଁ ସ୍ୱତନ୍ତ୍ର ସ୍ତନ୍ୟପାନ ଏବଂ ପରିପୂରକ ଖାଦ୍ୟ, ସ୍ୱସ୍ଥ ବାଳକ ସ୍ପର୍ଦ୍ଧା / ଅଭିବୃଦ୍ଧି ଆକଳନ ଏବଂ ମିଲେଟ୍ / ସ୍ଥାନୀୟ ଖାଦ୍ୟ / ପାରମ୍ପରିକ ଖାଦ୍ୟ ଉପରେ ଆଦିବାସୀ ସମ୍ପ୍ରଦାୟର ସଚେତନତା ଆଦି ପ୍ରମୁଖ ବିଷୟବସ୍ତୁ ଉପରେ ଏହି ଅଭିଯାନ ଗୁରୁତ୍ୱ ଦେଉଛି ।

ନିର୍ଦ୍ଦିଷ୍ଟ ସଚେତନତା କାର୍ଯ୍ୟକଳାପ ଦୃଷ୍ଟିରୁ, ସ୍ୱସ୍ଥ ବାଳକ ସ୍ପର୍ଦ୍ଧା /ଅଭିବୃଦ୍ଧି ଆକଳନ ଅଭିଯାନ ସର୍ବାଧିକ ୧୫ ଲକ୍ଷ କାର୍ଯ୍ୟକ୍ରମ ରେକର୍ଡ କରିଛି, ଏହା ପରେ ଗ୍ରାମ ସୀମା ମଧ୍ୟରେ ଅଭିବୃଦ୍ଧି ନିରୀକ୍ଷଣ ଏବଂ "ଖାଦ୍ୟ ସମ୍ବଳ ମ୍ୟାପିଂ" ଉପରେ ସଚେତନତା କାର୍ଯ୍ୟକଳାପ ରେକର୍ଡ କରାଯାଇଛି, ଯାହା ପାଖାପାଖି ୧୪ ଲକ୍ଷ କାର୍ଯ୍ୟକ୍ରମ ଅଟେ । ଏହାବ୍ୟତୀତ ଆଦିବାସୀ ଜିଲ୍ଲାମାନଙ୍କରେ ଶିଶୁ, କିଶୋରୀ ଓ ମହିଳାଙ୍କ ପାଇଁ ରକ୍ତହୀନତା ଶିବିରରେ ୧୨ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ରେକର୍ଡ କରାଯାଇଛି, ଯେଉଁଥିରେ ୧୧ ଲକ୍ଷ ଗୃହ ପରିଦର୍ଶନ ଇସିସିଇ, ବିଶେଷ କରି ଅଭିଭାବକମାନଙ୍କୁ ନିୟୋଜିତ କରିଛି।

ସାମୂହିକ ଭାବରେ, ପ୍ରତ୍ୟେକ ଜନ ଆନ୍ଦୋଳନ ଏବଂ ଏହାର ଅନନ୍ୟ ଅଂଶୀଦାର ସମ୍ବେଦନଶୀଳ କାର୍ଯ୍ୟକଳାପ ମାଧ୍ୟମରେ, ପୋଷଣକୁ ଜନ ଭାଗିଦାରୀର ଏକ ଅଂଶ କରିବା ପାଇଁ ନିରନ୍ତର ଅଗ୍ରଗତି ହେଉଛି ।

HS


(रिलीज़ आईडी: 1958128) आगंतुक पटल : 144
इस विज्ञप्ति को इन भाषाओं में पढ़ें: Kannada , Tamil , Marathi , Manipuri , English , Urdu , Nepali , हिन्दी , Assamese