ରାଷ୍ଟ୍ରପତିଙ୍କ ସଚିବାଳୟ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଆୟୁଷ୍ମାନ ଭବ କାର୍ଯ୍ୟକ୍ରମ ଉଦଘାଟିତ
ପୋଷ୍ଟ କରାଯିବା ଦିନାଙ୍କ:
13 SEP 2023 1:59PM by PIB Bhubaneswar
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୧୩-୦୯-୨୦୨୩) ଗାନ୍ଧୀ ନଗର ସ୍ଥିତ ରାଜଭବନରୁ ଆଭାସୀ ମାଧ୍ୟମରେ ଆୟୁଷ୍ମାନ ଭବ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ‘ଆୟୁଷ୍ମାନ ଭବ’ ଅଭିଯାନର ଲକ୍ଷ୍ୟ ହେଛଛି କୌଣସି ବ୍ୟକ୍ତି ବା ଗ୍ରାମ ପଛରେ ପଡ଼ିବା ଅନୁଚିତ। ତା’ହେଲେ ଯାଇ ଆମ ଦେଶରେ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ସଫଳ ହୋଇପାରିବ। ଯଦି ପ୍ରତ୍ୟେକ ବ୍ୟକ୍ତି ଓ ପରିବାର ସୁସ୍ଥ ରହନ୍ତି, ତେବେ ଯାଇ ଏକ ସୁସ୍ଥ ଭାରତ ଗଠନ ସଂକଳ୍ପ ପୂରଣ ହେବ ବୋଲି ସେ କହିଛନ୍ତି। ଏହି ଲକ୍ଷ୍ୟ ହାସଲ ଦିଗରେ ଏକ ବହୁ ମନ୍ତ୍ରୀମଣ୍ଡଳସ୍ତରୀୟ ପଦ୍ଧତି ଗ୍ରହଣ କରାଯାଇ ଥିବାରୁ ସେ ଖୁସୀ ବ୍ୟକ୍ତ କରିଥିଲେ। ଏଭଳି ବିରାଟ ଲକ୍ଷ୍ୟ ହାସଲ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ।
ସମସ୍ତ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ପ୍ରଦାନ, ଗ୍ରାମବାସୀଙ୍କୁ ସ୍ବାସ୍ଥ୍ୟ ସମ୍ପର୍କରେ ଅବଗତ କରିବା ପାଇଁ ଆୟୁଷ୍ମାନ ସଭା, ସ୍ବାସ୍ଥ୍ୟ ରକ୍ଷା ଓ ପୌଷ୍ଟିକତା, ଆୟୁଷ୍ମାନ ମେଳାର ଆୟୋଜନ ଏବଂ ସପ୍ତାହକୁ ଥରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ବିଶେଷଜ୍ଞ ଡାକ୍ତରଙ୍କ ପରିଦର୍ଶନ ଆୟୋଜନ ଭଳି ଆୟୁଷ୍ମାନ ଆପକେ ଦ୍ବାର ୩.୦ର ପଦକ୍ଷେପ ବେଶ୍ ପ୍ରଶଂସା ଯୋଗ୍ୟ ବୋଲି ଶ୍ରୀମତୀ ମୁର୍ମୁ କହିଥିଲେ।
ରାଷ୍ଟ୍ରପତି କହିଥିଲେ ଯେ ଭାରତ ନୂଆ ନୂଆ ପ୍ରଯୁକ୍ତି ଓ କାର୍ଯ୍ୟ ପଦ୍ଧତି ଜରିଆରେ ବିପୁଳ ଉତ୍ସାହର ସହ ଅନେକ କ୍ଷେତ୍ରରେ ଏଠାରେ ଆଗେଇ ଚାଲିଛି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ସେପ୍ଟେମ୍ବର ୨୦୨୧ରେ ଆରମ୍ଭ କରାଯାଇଥିବାରୁ ସେ ଖୁସୀ ବ୍ୟକ୍ତ କରିଥିଲେ। ଅନ୍ୟାନ୍ୟ କ୍ଷେତ୍ର ଭଳି ଭାରତ ସ୍ବାସ୍ଥ୍ୟ ଯତ୍ନ କ୍ଷେତ୍ରରେ ମଧ୍ୟ ଡିଜିଟାଲ ପଦ୍ଧତି ଅନ୍ତର୍ଭୁକ୍ତ କରି ଏକ ଦୃଷ୍ଟାନ୍ତ ରଖିବ ବୋଲି ସେ ବିଶ୍ବାସ ପ୍ରକଟ କରିଥିଲେ।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦେଶର ପ୍ରତି ଗ୍ରାମ ଓ ସହରରେ ପର୍ଯ୍ୟାପ୍ତ ସେବା ପହଞ୍ଚାଇବା ନିମନ୍ତେ ‘ଆୟୁଷ୍ମାନ ଭବ’ ଅଭିଯାନ ଭଳି ପଦକ୍ଷେପ ଦେଶବ୍ୟାପୀ ଯୋଜନା କରାଯାଇଛି। ଏହି ଅଭିଯାନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨, ୨୦୨୩ ‘ସେବା ପକ୍ଷ’ରେ ତ୍ବରାନ୍ବିତ କରାଯିବ।
*********
SM/MB
(ରିଲିଜ ଆଡି: 1957169)
ପରିଦର୍ଶକ କାଉଣ୍ଟର : 186
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam