ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

प्रविष्टि तिथि: 09 SEP 2023 7:56PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 2023 ରେ ନୂଆଦିଲ୍ଲୀ ଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଜାପାନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଫୁମିଓ କିଶିଦାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ ।

ଏହି ବୈଠକରେ ନେତାମାନେ ନିଜ ନିଜ ଜି-୨୦ ଏବଂ ଜି-୭ ସଭାପତିତ୍ବ ପାଇଁ ପ୍ରାଥମିକତା ଉପରେ ବିଶେଷ କରି ଦକ୍ଷିଣ ବିଶ୍ବର ଚିନ୍ତା ଏବଂ ଆକାଂକ୍ଷାକୁ ସାମ୍ନାକୁ ଆଣିବାରେ ଗଠନମୂଳକ ଆଲୋଚନାକୁ ସ୍ୱୀକାର କରିଥିଲେ

ଭିତ୍ତିଭୂମି ବିକାଶ, ବୈଷୟିକ ସହଯୋଗ, ପୁଞ୍ଜିନିବେଶ ଏବଂ ଶକ୍ତି ସମେତ ଭାରତ-ଜାପାନ ଦ୍ୱିପାକ୍ଷିକ ଭାଗିଦାରୀର ବିଭିନ୍ନ ଦିଗ ଉପରେ ଉଭୟ ନେତା ଆଲୋଚନା କରିଥିଲେ।

ଉଭୟ ନେତା ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

HS


(रिलीज़ आईडी: 1955924) आगंतुक पटल : 228
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam