ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତରପ୍ରଦେଶର ଝାନ୍ସିରେ ଜଳ ସଂରକ୍ଷଣ ଏବଂ ଭୂତଳ ଜଳସ୍ତର ବୃଦ୍ଧି ଲାଗି ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 06 SEP 2023 10:34AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଝାନ୍ସିରେ ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ସ୍ତର ବଢ଼ାଇବା ଲାଗି ଜନଭାଗିଦାରୀ ଦ୍ୱାରା କରାଯାଉଥିବା ପ୍ରୟାସକୁ ପ୍ରଶଂସା କରିଛନ୍ତି ଏହି ମହାନ କାମରେ ଜଡ଼ିତ ସମସ୍ତଙ୍କୁ ଶ୍ରୀ ମୋଦୀ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି

ଶୁଖିଯାଉଥିବା ନଦୀଗୁଡ଼ିକର ପୁନରୁଦ୍ଧାର ଏବଂ ନିର୍ବାଚନୀମଣ୍ଡଳରେ ବିଭିନ୍ନ ଅମୃତ ସରୋବର ନିର୍ମାଣ ବିଷୟରେ ଝାନ୍ସି ସାଂସଦ କରିଥିବା ଏକାଧିକ ଏକ୍ସ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟରେ କହିଛନ୍ତି:

ଉତ୍ତରପ୍ରଦେଶର ଝାନ୍ସିରେ ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ସ୍ତର ବୃଦ୍ଧି ପାଇଁ ଜନଭାଗିଦାରୀ ଦ୍ୱାରା କରାଯାଉଥିôବା ପ୍ରୟାସର ଫଳ ଅତ୍ୟନ୍ତ ଉତ୍ସାହଜନକ ଏବଂ ଏହା ସମଗ୍ର ଦେଶ ପାଇଁ ଏକ ଉଦାହରଣ ଏହି ମହାନ କାର୍ଯ୍ୟ ସହ ଜଡ଼ିତ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ

SR


(रिलीज़ आईडी: 1955037) आगंतुक पटल : 147
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam