ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଶ୍ରୀ ମନୀଷ ଦେଶାଇ
ପୋଷ୍ଟ କରାଯିବା ଦିନାଙ୍କ:
01 SEP 2023 5:33PM by PIB Bhubaneswar
ଶ୍ରୀ ମନୀଷ ଦେଶାଇ ଆଜି ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତକାଲି ଏହି ପଦବୀରୁ ଶ୍ରୀ ରାଜେଶ ମାଲହୋତ୍ରାଙ୍କ ଅବସର ପରେ ଶ୍ରୀ ଦେଶାଇ ଦାୟିତ୍ୱ ନେଇଛନ୍ତି।

ଶ୍ରୀ ମନୀଷ ଦେଶାଇ ହେଉଛନ୍ତି ୧୯୮୯ ବ୍ୟାଚ୍ର ଭାରତୀୟ ସୂଚନା ସେବା ଅଧିକାରୀ । ଏହା ପୂର୍ବରୁ ଶ୍ରୀ ଦେଶାଇ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ପ୍ରମୁଖ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିସାରିଛନ୍ତି। ସେ ସରକାରୀ ବିଜ୍ଞାପନ ଏବଂ ଯୋଗାଯୋଗ କାର୍ଯ୍ୟକଳାପର ତଦାରଖ କରୁଥିଲେ ।
ତିନି ଦଶନ୍ଧି ଧରି ତାଙ୍କର ଜାଜ୍ଜୁଲ୍ୟମାନ କ୍ୟାରିୟରରେ ଶ୍ରୀ ଦେଶାଇ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଚଳଚ୍ଚିତ୍ର ଡିଭିଜନର ମହାନିର୍ଦ୍ଦେଶକ, ଭାରତୀୟ ଜନସଞ୍ଚାର ସଂସ୍ଥାନର ଅତିରିକ୍ତ ମହାନିର୍ଦ୍ଦେଶକ (ପ୍ରଶାସନ ଓ ପ୍ରଶିକ୍ଷଣ), କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ଅନେକ ପଦପଦବୀରେ କାର୍ଯ୍ୟ କରିଛନ୍ତି । ଚଳଚ୍ଚିତ୍ର ଡିଭିଜନରେ ଥିବା ସମୟରେ ସେ ମୁମ୍ବାଇରେ ଭାରତୀୟ ସିନେମାର ଜାତୀୟ ସଂଗ୍ରହାଳୟ ପ୍ରତିଷ୍ଠା ସହିତ ଜଡିତ ଥିଲେ ।
ସେ ପିଆଇବି ମୁମ୍ବାଇରେ ଏକ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ କରିବା ସହିତ ଗୋଆରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ସମେତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ଗଣମାଧ୍ୟମ କାର୍ଯ୍ୟକଳାପକୁ ପରିଚାଳନା କରିଛନ୍ତି।
**********
P.S.
(ରିଲିଜ ଆଡି: 1954166)
ପରିଦର୍ଶକ କାଉଣ୍ଟର : 139
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada