ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ୱ ସଂସ୍କୃତ ଦିବସ ଉପଲକ୍ଷେ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ


ଏହି ଦିବସକୁ ପାଳନ ପୂର୍ବକ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ସଂସ୍କୃତରେ ଗୋଟିଏ ବାକ୍ୟ ସେୟାର କରିବା ପାଇଁ ଅପିଲ କଲେ

Posted On: 31 AUG 2023 10:06AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସଂସ୍କୃତ ଦିବସ ଅବସରରେ ଶୁଭକାମନା ଜଣାଇଛନ୍ତି ସଂସ୍କୃତ ପ୍ରତି ବିଶେଷ ଆଗ୍ରହ ରଖୁଥିବା ସମସ୍ତ ଲୋକଙ୍କୁ ମଧ୍ୟ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି ଏହାକୁ ପାଳନ କରିବା ପାଇଁ, ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ସଂସ୍କୃତରେ ଗୋଟିଏ ବାକ୍ୟ ସେୟାର କରିବା ନିମନ୍ତେ ଅପିଲ କରିଛନ୍ତି

ଏକାଧିକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ବିଶ୍ୱ ସଂସ୍କୃତ ଦିବସ ଅବସରରେ ମୋର ଶୁଭକାମନା ମୁଁ ସେହି ଲୋକମାନଙ୍କୁ ପ୍ରଶଂସା କରୁଛି, ଯେଉଁମାନେ ସଂସ୍କୃତ ପ୍ରତି ବିଶେଷ ଆଗ୍ରହ ରଖୁଛନ୍ତି ସଂସ୍କୃତ ପ୍ରତି ଭାରତର ବହୁତ ସ୍ୱତନ୍ତ୍ର ସମ୍ପର୍କ ରହିଛି ଏହି ମହାନ ଭାଷାକୁ ନେଇ ଉତ୍ସବ ପାଳନ ପୂର୍ବକ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସଂସ୍କୃତରେ ଗୋଟିଏ ବାକ୍ୟ ସେୟାର କରିବା ପାଇଁ ଆହ୍ୱାନ ଦେଉଛି ନିମ୍ନରେ ଏକ ପୋଷ୍ଟ ଜରିଆରେ ମୁଁ ଏକ ବାକ୍ୟ ମଧ୍ୟ ସେୟାର କରିବି ‘#ସେଲିବ୍ରେଟିଂସାଂସ୍କ୍ରିଟ ଉପଯୋଗ କରିବା ପାଇଁ ଭୁଲନ୍ତୁ ନାହିଁ ’’

SR


(Release ID: 1953788)