ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅଗଷ୍ଟ ୨୭ରେ ବି-୨୦ ସମ୍ମିଳନୀ ଇଣ୍ଡିଆ-୨୦୨୩କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ସମ୍ମିଳନୀର ବିଷୟବସ୍ତୁ ରହିଛି ଆରଏଆଇଏସଇ- ରେସପନ୍ସିବଲ(ଦାୟିତ୍ୱ), ଆସିଲରେଟେଡ୍ (ତ୍ୱରିତ), ଇନୋଭେଟିଭ୍ (ଅଭିନବ), ସସଟେନେବଲ (ସ୍ଥାୟୀ) ଏବଂ ଇକ୍ୟୁଇଟେବଲ ବିଜନେସ୍ (ବ୍ୟବସାୟରେ ସମାନତା)

Posted On: 26 AUG 2023 8:49PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟ ୨୭ ମଧ୍ୟାହ୍ନ ୧୨ଟାରେ ନୂଆଦିଲ୍ଲୀରେ ବି-୨୦ ସମ୍ମିଳନୀ ଇଣ୍ଡିଆ-୨୦୨୩କୁ ସମ୍ବୋଧିତ କରିବେ

ବି-୨୦ ସମ୍ମିଳନୀ ଇଣ୍ଡିଆ ସାରା ବିଶ୍ୱରୁ ନୀତି ନିର୍ମାତା, ବିଜନେସ୍ ଲିଡର୍ ଏବଂ ବିଶେଷଜ୍ଞମାନଙ୍କୁ ବି-୨୦ ଇଣ୍ଡିଆ କମୁନିକ୍ୟୁ ଉପରେ ବିଚାର-ବିମର୍ଷ ଏବଂ ଚର୍ଚ୍ଚା କରିବା ଲାଗି ଏକାଠି କରିବ ବି-୨୦ ଇଣ୍ଡିଆ କମୁନିକ୍ୟୁରେ ଜି-୨୦ରେ ୫୪ ସୁପାରିସ୍ ଏବଂ ୧୭୨ ନୀତି ଦାଖଲ କାର୍ଯ୍ୟକ୍ରମ ରହିଛି

ବିଜନେସ୍ ୨୦ (ବି-୨୦) ହେଉଛି ବୈଶ୍ୱିକ ବ୍ୟାପାର ସମୁଦାୟ ସହ ଅଧିକାରିକ ଜି-୨୦ ସଂଳାପ ମଞ୍ଚ ୨୦୧୦ରେ ସ୍ଥାପିତ ବି-୨୦ ହେଉଛି ଜି-୨୦ରେ ସବୁଠାରୁ ପ୍ରମୁଖ ସହଭାଗିତା ସମୂହଙ୍କ ମଧ୍ୟରୁ ଅନ୍ୟତମ, ଯେଉଁଥିରେ କମ୍ପାନୀ ଏବଂ ବ୍ୟବସାୟିକ ସଙ୍ଗଠନ ଭାଗୀଦାର ଅଛନ୍ତି ବି-୨୦ ଆର୍ଥିକ ପ୍ରଗତି ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଠୋସ୍ କାର୍ଯ୍ୟକାରୀ ଯୋଗ୍ୟ ନୀତି ସୁପାରିସ୍ କରିବା ପାଇଁ କାର୍ଯ୍ୟ କରିଥାଏ

ଅଗଷ୍ଟ ୨୫ରୁ ୨୭ ଯାଏ ଦିନ ଧରି ଏହି ସମ୍ମିଳନୀ ଆୟୋଜିତ ହେବ ଏହାର ବିଷୟବସ୍ତୁ ରହିଛି, ଆରଏଆଇଏସଇ- ରେସପନ୍ସିବଲ(ଦାୟିତ୍ୱ), ଆସିଲରେଟେଡ୍ (ତ୍ୱରିତ), ଇନୋଭେଟିଭ୍ (ଅଭିନବ), ସସଟେନେବଲ (ସ୍ଥାୟୀ) ଏବଂ ଇକ୍ୟୁଇଟେବଲ ବିଜନେସ୍ (ବ୍ୟବସାୟରେ ସମାନତା) ଏଥିରେ ପ୍ରାୟ ୫୫ ଦେଶରୁ ,୫୦୦ରୁ ଅଧିକ ପ୍ରତିନିଧି ଭାବେ ନେବେ

SR



(Release ID: 1952607) Visitor Counter : 99