ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଆଗାମୀ 2023-24 ଖରିଫ୍ ଫସଲ ବିପଣନ ଋତୁରେ 521.27 ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ କ୍ରୟ ଲକ୍ଷ୍ୟ


ଓଡ଼ିଶାରୁ 44.28 ଲକ୍ଷ ମେଟ୍ରିକ ଟନ୍ ଚାଉଳ କ୍ରୟ କରାଯିବ

ଚାଉଳର ଆନୁମାନିକ କ୍ରୟ କ୍ଷେତ୍ରରେ ଓଡ଼ିଶା ସମେତ ସାତଟି ରାଜ୍ୟ ଅଗ୍ରଣୀ ତାଲିକାରେ

Posted On: 23 AUG 2023 10:37AM by PIB Bhubaneshwar

ଖାଦ୍ୟ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ସଚିବ 21.08.2023 ରେ ବିଭିନ୍ନ ରାଜ୍ୟର ଖାଦ୍ୟ ସଚିବ ଏବଂ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି, ଯେଉଁଥିରେ ଆଗାମୀ ଖରିଫ ବିପଣନ ଋତୁ (କେଏମଏସ୍) 2023-24 ରେ ଖରିଫ ଫସଲ କ୍ରୟ ବିଷୟରେ ଆଲୋଚନା କରାଯାଇଛି

ଆଗାମୀ ଖରିଫ୍ ବିପଣନ ଋତୁ (କେଏମଏସ୍) 2023-24 ସମୟରେ 521.27 ଲକ୍ଷ ମେଟ୍ରିକ୍ ଟନ୍ ଚାଉଳର କ୍ରୟର ଲକ୍ଷ୍ୟ ରଖାଯାଇଛି ।  ଗତ ବର୍ଷର ଅନୁମାନ 518 ଲକ୍ଷ ମେଟ୍ରିକ ଟନ୍ ଥିଲାବେଳେ ଗତ ଖରିଫ୍ ବିପଣନ ଋତୁ 2022-23 ସମୟରେ ବାସ୍ତବରେ 496 ଲକ୍ଷ ମେଟ୍ରିକ୍ ଟନ୍ କ୍ରୟ କରାଯାଇଥିଲା ଖଣିଫ ବିପଣନ ଋତୁ 2023-24 ସମୟରେ ଚାଉଳର ଆନୁମାନିକ କ୍ରୟ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ତାଲିକାରେ ପଞ୍ଜାବ (122 ଲକ୍ଷ ମେଟ୍ରିକ୍ ଟନ୍), ଛତିଶଗଡ଼ (61 ଲକ୍ଷ ମେଟ୍ରିକ୍ ଟନ୍), ତେଲଙ୍ଗାନା (50 ଲକ୍ଷ ମେଟ୍ରିକ୍ ଟନ୍), ଓଡ଼ିଶା (44.28 ଲକ୍ଷ ମେଟ୍ରିକ୍ ଟନ୍), ଉତ୍ତର ପ୍ରଦେଶ (44 ଲକ୍ଷ ମେଟ୍ରିକ୍ ଟନ୍), ହରିୟାଣା (40 ଲକ୍ଷ ମେଟ୍ରିକ୍ ଟନ୍), ମଧ୍ୟ ପ୍ରଦେଶ (34 ଲକ୍ଷ ମେଟ୍ରିକ୍ ଟନ୍), ବିହାର (30 ଲକ୍ଷ ମେଟ୍ରିକ୍ ଟନ୍), ଆନ୍ଧ୍ର ପ୍ରଦେଶ (25 ଲକ୍ଷ ମେଟ୍ରିକ୍ ଟନ୍), ପଶ୍ଚିମ ବଙ୍ଗ (24 ଲକ୍ଷ ମେଟ୍ରିକ୍ ଟନ୍) ତାମିଲନାଡ଼ୁ (15 ଲକ୍ଷ ମେଟ୍ରିକ୍ ଟନ୍) ରହିଛନ୍ତି ।  

ରାଜ୍ୟ ଦ୍ବାରା ଖରିଫ୍ ବିପଣନ ଋତୁ 2023-24 ସମୟରେ 33.09 ଲକ୍ଷ ମେଟ୍ରିକ୍ ଟନ୍ ଶ୍ରୀଅନ୍ନ/ ବାଜରା (ଶ୍ରୀ ଅନ୍ନ) କ୍ରୟର ଅନୁମାନ କରାଯାଇଥିଲା ଯେତେବେଳେ କି ଖରିଫ୍ ବିପଣନ ଋତୁ 2022-23 (ଖରିଫ୍ ରବି) ସମୟରେ 7.37 ଲକ୍ଷ ମେଟ୍ରିକ୍ ଟନର ବାସ୍ତବିକ କ୍ରୟ କରାଯାଇଛି ଏହି ଖରିଫ ବିପଣନ ଋତୁ 2023-24 ରୁ ଆରମ୍ଭ ହୋଇ ତିନି ବର୍ଷ ପର୍ଯ୍ୟନ୍ତ ରାଗିର ସର୍ବନିମ୍ନ ସମର୍ଥନ ମୂଲ୍ୟରେ ରାଜ୍ୟ ଦ୍ବାରା 6 ଟି ଛୋଟ ଦାନା ଯୁକ୍ତ ମୋଟା ଶସ୍ୟ ବା ଶ୍ରୀଅନ୍ନ କ୍ରୟ ମଧ୍ୟ ଆରମ୍ଭ କରାଯାଇଛି ଶ୍ରୀଅନ୍ନର କ୍ରୟ ଖର୍ଚ୍ଚକୁ ବଢ଼ାଇବା ପାଇଁ ସରକାର ଶ୍ରୀଅନ୍ନ ବିତରଣ ଅବଧିକୁ ସଂଶୋଧିତ କରିଛନ୍ତି, ଶ୍ରୀଅନ୍ନ କୁ ଏକ ରାଜ୍ୟରୁ ଅନ୍ୟ ଏକ ରାଜ୍ୟରେ ପହଞ୍ଚାଇବା ପାଇଁ ପରିବହନକୁ ସାମିଲ୍ କରାଯାଇଛି, ଉନ୍ନତ ସବସିଡିର ବ୍ୟବସ୍ଥା, 2 ପ୍ରତିଶତ ହାରରେ ପ୍ରଶାସିନକ ଶୁଳ୍କ ଏବଂ ଛଅଟି ଛୋଟ ଦାନାଯୁକ୍ତ ମୋଟା ଶସ୍ୟ ବା ଶ୍ରୀଅନ୍ନ କ୍ରୟର ସୁବିଧା ପାଇଁ ଗାଇଡଲାଇନ୍ ରେ ମଧ୍ୟ ସଂଶୋଧନ କରାଯାଇଛି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଦେଶକୁ କେବଳ ଆନ୍ତର୍ଜାତୀୟ ଶ୍ରୀଅନ୍ନ ବର୍ଷ 2023 କାରଣରୁ ନୁହେଁ ବରଂ ଫସଲର ବିବିଧିକରଣ ଏବଂ ଆହାର ପାଟର୍ଣ୍ଣ ରେ ପୋଷଣକୁ ବଢ଼ାଇବା ପାଇଁ ମଧ୍ୟ ଶ୍ରୀଅନ୍ନର କ୍ରୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପରାମର୍ଶ ଦିଆ ଯାଇଥିଲା

ବୈଠକ ସମୟରେ ଝୋଟ ବ୍ୟାଗର ଆବଶ୍ୟକତା, ନିର୍ଦ୍ଦିଷ୍ଟ ଡିପୋ ରୁ ଉଚିତ୍ ମୂଲ୍ୟରେ ଦୋକାନ ପର୍ଯ୍ୟନ୍ତ ଖାଦ୍ୟାନ୍ନକୁ ପହଞ୍ଚାଇବା ପାଇଁ ମାର୍ଗ ଅନୁକୂଳନ, କ୍ରୟ କେନ୍ଦ୍ରରେ ମୌଳିକ ଢାଞ୍ଚାରେ ଉନ୍ନତି, ଗହମର ଷ୍ଟକ ସୀମା ପୋର୍ଟାଲର ରକ୍ଷଣାବେକ୍ଷଣ ଆଦି ସହିତ ସମ୍ବନ୍ଧିତ ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଛି

ବୈଠକରେ ଆନ୍ଧ୍ର ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାନା, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ରାଜସ୍ଥାନ, କେରଳ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ତାମିଲନାଡ଼ୁ, ତେଲଙ୍ଗାନା, ତ୍ରିପୁରା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ପଶ୍ଚିମ ବଙ୍ଗର ମୁଖ୍ୟ ସଚିବ/ ସଚିବ (ଖାଦ୍ୟ) ଏବଂ ପ୍ରତିନିଧିମାନେ ଭାଗ ନେଇଥିଲେ ବୈଠକରେ ଏଫସିଆଇ ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଏବଂ ଏଫସିଆଇ, ଖାଦ୍ୟ ସାଧାରଣ ବଣ୍ଟନ ବିଭାଗ, ଭାରତୀୟ ଜଳବାୟୁ ବିଜ୍ଞାନ ବିଭାଗ ଏବଂ କୃଷି ଏବଂ କୃଷକ କଲ୍ୟାଣ ବିଭାଗର ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ

BS



(Release ID: 1951448) Visitor Counter : 156