ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମିଜୋରାମ ପୋଲ ଦୁର୍ଘଟଣାରେ ଜୀବନ ହାନି ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ


ପିଏମଏନଆରଏଫରୁ ପୀଡ଼ିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା

ପୋଷ୍ଟ କରାଯିବା ଦିନାଙ୍କ: 23 AUG 2023 12:45PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଜୋରାମରେ ଘଟିଥିବା ପୋଲ ଦୁର୍ଘଟଣାରେ ଲୋକଙ୍କ ଜୀବନ ହାନି ପାଇଁ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି

ପିଏମଏନଆରଏଫରୁ ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଏବଂ ଆହତଙ୍କ ଚିକିତ୍ସା ଲାଗି ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି

ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟ କରାଯାଇଛି:

ମିଜୋରାମ ଦୁର୍ଘଟଣା ପାଇଁ ଦୁଃଖିତ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ସମବେଦନା ଆହତମାନେ ଶୀଘ୍ର ସୁସ୍ଥ ହେବାକୁ କାମନା କରୁଛି ଲୋକଙ୍କ ଉଦ୍ଧାର ଅଭିଯାନ ଜାରି ରହିବା ଏବଂ ସବୁ ପ୍ରକାର ସହାୟତା ପାଇଁ  ଯଥା ସମ୍ଭବ ଚେଷ୍ଟା ଚାଲିଛି

ପ୍ରତ୍ୟେକ ମୃତକଙ୍କ ପରିବାରକୁ ପିଏମଏନଆରଏଫରୁ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ’ 

SR


(ରିଲିଜ ଆଡି: 1951351) ପରିଦର୍ଶକ କାଉଣ୍ଟର : 154