ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସୁଲଭ ମୂଲ୍ୟରେ ଔଷଧ ଉପଲବ୍ଧ କରାଇବା ପାଇଁ ୨୫୦୦୦ ଜନ ଔଷଧି କେନ୍ଦ୍ର ଖୋଲିବେ ସରକାର
ଜନ ଔଷଧି କେନ୍ଦ୍ର ଗୁଡ଼ିକ ୨୦,୦୦୦ କୋଟି ଟଙ୍କା ସଞ୍ଚୟ କରି ଦେଶର ମଧ୍ୟବିତ୍ତବର୍ଗଙ୍କୁ ନୂତନ ଶକ୍ତି ପ୍ରଦାନ କରିଛନ୍ତି
ଜନ ଔଷଧି କେନ୍ଦ୍ର ସଂଖ୍ୟା ୨୫ ହଜାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି
प्रविष्टि तिथि:
15 AUG 2023 1:58PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ଠାରେ ତାଙ୍କର ସ୍ୱାଧୀନତା ଦିବସ ଅଭିଭାଷଣରେ କହିଥିଲେ ଯେ :ଜନ ଔଷଧି କେନ୍ଦ୍ର' ର ସଂଖ୍ୟା ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି ।
ସେ କହିଥିଲେ ଯେ ଜନ ଔଷଧି କେନ୍ଦ୍ର ମଧ୍ୟବିତ୍ତ ବର୍ଗର ଲୋକ ମାନଙ୍କୁ ଏକ ନୂତନ ଶକ୍ତି ପ୍ରଦାନ କରିଛି । ଯଦି କେହି ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି ତେବେ ତାଙ୍କର ମାସିକ ୩୦୦୦ ଟଙ୍କାର ବିଲ୍ ସଂଚିତ ହୋଇଥାଏ ।
ଜନ ଔଷଧି କେନ୍ଦ୍ର ଜରିଆରେ ଯେଉଁ ଔଷଧର ମୂଲ୍ୟ ୧୦୦ ଟଙ୍କା, ଆମେ ତାହାକୁ ୧୦ରୁ ୧୫ ଟଙ୍କାରେ ଯୋଗାଇ ଦେଉଛୁ ।
ପାରମ୍ପରିକ କାରିଗରୀ ଦକ୍ଷତା ଥିବା ଲୋକ ମାନଙ୍କ ପାଇଁ ଆସନ୍ତା ମାସରେ ୧୩,୦୦୦ ରୁ ୧୫,୦୦୦ କୋଟି ଟଙ୍କାର ବ୍ୟୟବରାଦ ସହ କେନ୍ଦ୍ର ସରକାର ବିଶ୍ୱକର୍ମା ଯୋଜନା ଆରମ୍ଭ କରିବେ । 'ଜନ ଔଷଧି କେନ୍ଦ୍ର' ର ସଂଖ୍ୟା ୧୦,୦୦୦ ରୁ ୨୫,୦୦୦କୁ ବୃଦ୍ଧି କରିବାକୁ ସରକାର କାର୍ଯ୍ୟ କରୁଛନ୍ତି ।
SSP
(रिलीज़ आईडी: 1950281)
आगंतुक पटल : 198
इस विज्ञप्ति को इन भाषाओं में पढ़ें:
Malayalam
,
English
,
Khasi
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada