ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଲାଲକିଲ୍ଲାରୁ ୭୭ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ସମବାୟ ଦେଶର ସାମାଜିକ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ


ସମବାୟ ସମିତି ଗୁଡ଼ିକୁ ସୁଦୃଢ଼ କରିବା, ସେଗୁଡିକୁ ଆଧୁନିକୀକରଣ କରିବା ଏବଂ ଦେଶର କୋଣ ଅନୁକୋଣରେ ଗଣତନ୍ତ୍ରର ସର୍ବବୃହତ ଏକକକୁ ସୁଦୃଢ଼ କରିବା ପାଇଁ ଏକ ସ୍ୱତନ୍ତ୍ର ସମବାୟ ମନ୍ତ୍ରଣାଳୟ ଗଠନ କରାଯାଇଛି

ସମବାୟ ମନ୍ତ୍ରଣାଳୟ ଦେଶରେ ସମବାୟର ଏକ ନେଟୱାର୍କ ବିସ୍ତାର କରୁଛି, ଯାହା ସୁନିଶ୍ଚିତ କରୁଛି ଯେ ଗରିବ ଲୋକଙ୍କ ସ୍ୱର ମଧ୍ୟ ଶୁଣାଯିବ, ସେମାନଙ୍କ ଆବଶ୍ୟକତା ଗୁଡିକ ପୂରଣ ହେବ ଏବଂ ସେମାନେ ଦେଶର ବିକାଶରେ ଯୋଗଦାନ କରିପାରିବେ

प्रविष्टि तिथि: 15 AUG 2023 1:59PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଲାଲକିଲ୍ଲାରୁ ୭୭ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ସମବାୟ ସମିତି ଗୁଡିକ ଦେଶର ସାମାଜିକ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ସମବାୟ ସମିତି ଗୁଡ଼ିକୁ ସୁଦୃଢ଼ କରିବା, ସେଗୁଡିକୁ ଆଧୁନିକୀକରଣ କରିବା ଏବଂ ଦେଶର କୋଣ ଅନୁକୋଣରେ ଗଣତନ୍ତ୍ରର ସର୍ବବୃହତ୍ ଏକକକୁ ସୁଦୃଢ଼ କରିବା ପାଇଁ ଏକ ସ୍ୱତନ୍ତ୍ର ସମବାୟ ମନ୍ତ୍ରଣାଳୟ ଗଠନ କରାଯାଇଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ , ସମବାୟ ମନ୍ତ୍ରଣାଳୟ ଦେଶରେ ସମବାୟ ସମିତି ଗୁଡିକର ଏକ ନେଟୱାର୍କ ବିସ୍ତାର କରୁଛି, ଏହା ସୁନିଶ୍ଚିତ କରୁଛି ଯେ ଗରିବ ଲୋକ ମାନଙ୍କର ସ୍ୱର ମଧ୍ୟ ଶୁଣାଯିବ, ସେମାନଙ୍କ  ଆବଶ୍ୟକତା ଗୁଡିକ ପୂରଣ ହେବ ଏବଂ ସେମାନେ ଦେଶର ବିକାଶ କ୍ଷେତ୍ରରେ ଯୋଗଦାନ କରିପାରିବେ । ଭାରତ ସହକାର ସେ ସମୃଦ୍ଧି' ର ମାର୍ଗ ଚୟନ କରିଛି ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ ।

*****

SSP


(रिलीज़ आईडी: 1950273) आगंतुक पटल : 144
इस विज्ञप्ति को इन भाषाओं में पढ़ें: Tamil , Telugu , English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Kannada , Malayalam