ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଡାଇରେକ୍ଟର ଜେନେରାଲ୍ ଡ. ଟେଡ୍ରୋସ୍ ଆଧାନୋମ୍ ଘେବ୍ରେୟେସସ୍ ଙ୍କୁ ଭାରତରେ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ
ଗୁଜୁରାଟର ଗାନ୍ଧିନଗରରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ ଔଷଧ ଉପରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଗ୍ଲୋବାଲ ସମ୍ମିଳନୀରେ ଭାଗ ନେବେ ଡ.ଟେଡ୍ରୋସ୍
प्रविष्टि तिथि:
16 AUG 2023 2:39PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାଇରେକ୍ଟର ଜେନେରାଲ୍ ଡକ୍ଟର ଟେଡ୍ରୋସ ଆଧାନୋମ୍ ଘେବ୍ରେୟେସସ୍ ଙ୍କୁ ଭାରତକୁ ସ୍ୱାଗତ କରିଛନ୍ତି। ଡକ୍ଟର ଟେଡ୍ରୋସଙ୍କ ପାଇଁ ଶ୍ରୀ ମୋଦୀ 'ତୁଲସୀ ଭାଇ' ନାମ ବ୍ୟବହାର କରିଥିଲେ, ଯାହା ପ୍ରଧାନମନ୍ତ୍ରୀ ତାଙ୍କର ଶେଷ ଗସ୍ତରେ ଡାଇରେକ୍ଟର ଜେନେରାଲଙ୍କୁ ଦେଇଥିଲେ।
ଅଗଷ୍ଟ 17-18, 2023 ରେ ଗୁଜୁରାଟର ଗାନ୍ଧିନଗରରେ ଆୟୋଜିତ ହେବାକୁ ଥିବା ପାରମ୍ପାରିକ ଔଷଧ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗ୍ଲୋବାଲ୍ ସମ୍ମିଳନୀରେ ଡକ୍ଟର ଟେଡ୍ରୋସ୍ ଅଂଶଗ୍ରହଣ କରିବେ।
ଆୟୁଷ ମନ୍ତ୍ରଣାଳୟର ଟ୍ବିଟର ଥ୍ରେଡର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘ମୋର ଉତ୍ତମ ବନ୍ଧୁ ତୁଳସୀ ଭାଇ ନବରାତ୍ରୀ ପାଇଁ ପ୍ରସ୍ତୁତ ଅଛନ୍ତି! ଭାରତକୁ ସ୍ବାଗତ, @ ଡ. ଟେଡ୍ରୋସ୍!’’
BS
(रिलीज़ आईडी: 1949390)
आगंतुक पटल : 161
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam