ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ସ୍ୱାଧୀନତା ଦିବସର ସମ୍ବୋଧନ ଅବସରରେ କହିଥିଲେ ଯେ ଭାରତକୁ ନୂଆ ସାମରିକ ଶକ୍ତି ମିଳିଛି ଏବଂ ଦେଶର ସୀମାଗୁଡିକ ପୂର୍ବ ଅପେକ୍ଷା ବେଶ ଅଧିକ ସୁରକ୍ଷିତ ରହିଛି ।


“ସଶସ୍ତ୍ର ବାହିନୀର ଆଧୁନିକୀକରଣ କରାଯାଉଛି; ଏହାକୁ ଆଧୁନିକ କରିବା ଏବଂ ଭବିଷ୍ୟତ ଆହ୍ୱାନଗୁଡିକର ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା ଅଟେ ।”

ପୋଷ୍ଟ କରାଯିବା ଦିନାଙ୍କ: 15 AUG 2023 2:00PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ, ୨୦୨୩କୁ ୭୭ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଦେଇଥିବା ନିଜର ସମ୍ବୋଧନରେ କହିଥିଲେ, “ଭାରତ ଗତ ବର୍ଷ ମାନଙ୍କରେ ନୂତନ ରଣନୀତିକ ଶକ୍ତି ହାସଲ କରିଛି ଏବଂ ଆଜି ଆମର ସୀମାଗୁଡିକ ପୂର୍ବାପେକ୍ଷା ଅନେକ ଅଧିକ ସୁରକ୍ଷିତ ।” ସେ ସାମ୍ପ୍ରତିକ ବୈଶ୍ୱିକ ସୁରକ୍ଷା ପରିଦୃଶ୍ୟ ମଧ୍ୟରେ ରାଷ୍ଟ୍ରୀୟ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ସରକାରଙ୍କ ଦୃଢ ସଙ୍କଳ୍ପକୁ ଦୋହରାଇ କହିଥିଲେ ଯେ ସଶସ୍ତ୍ର ବାହିନୀକୁ ଆଧୁନିକ କରିବା ଏବଂ ଏହାକୁ ଭବିଷ୍ୟତର ସମସ୍ତ ଆହ୍ୱାନର ମୁକାବିଲା ନିମନ୍ତେ ସଶକ୍ତ ଯୁଦ୍ଧ ପାଇଁ ପ୍ରସ୍ତୁତ ରଖିବା ନିମନ୍ତେ ଅନେକ ସୈନ୍ୟ ସଂସ୍କାରମୂଳକ ପଦକ୍ଷେପ ଜାରି ରହିଛି ।
ପ୍ରଧାନମନ୍ତ୍ରୀ ଏହି କଥା ଉପରେ ମଧ୍ୟ ଜୋର ଦେିଥିଲେ ଯେ ଦେଶର ଜନତା ଆଜି ନିଜକୁ ସୁରକ୍ଷିତ ମଣୁଛନ୍ତି, କାରଣ ଆତଙ୍କବାଦୀ ଆକ୍ରମଣର ସଂଖ୍ୟା ଅନେକ ମାତ୍ରାରେ ହ୍ରାସ ପାଇଛି ।    ସେ କହିଥିଲେ ଯେ ଯେତେବେଳେ ଦେଶ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ହୋଇଥାଏ ସେତେବେଳେ ବିକାଶର ନୂଆ ନୂଆ ଲକ୍ଷ୍ୟ ହାସଲ ହୋଇଥାଏ ।
ପ୍ରଧାନମନ୍ତ୍ରୀ ‘ଏକ ର‌୍ୟାଙ୍କ ଏକ ପେନସନ ଯୋଜନା’ (ଓଆରଓପି)ର ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ସୁରକ୍ଷା ବିଭାଗର ପେନସନ ଉପଭୋକ୍ତାମାନଙ୍କର ଦୀର୍ଘ ସମୟର ଦାବୀ ଥିଲା, ଯାହାକୁ ସରକାର କ୍ଷମତାକୁ ଆସିବା ମାତ୍ରେ ହିଁ କାର୍ଯ୍ୟକାରୀ କରିଥିଲେ । ସେ କହିଥିଲେ, “ଓଆରଓପି ଆମ ଦେଶର ସୈନିକମାନଙ୍କର ସମ୍ମାନର ବିଷୟ ଥିଲା । ଯେତେବେଳେ ଆମେ କ୍ଷମତାକୁ ଆସିଲୁ, ସେତେବେଳେ ଆମେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିଥିଲୁ । ଆଜି ଅବସରପ୍ରାପ୍ତ ସୈନିକ ଏବଂ ଅନେକ ପରିବାର ପର୍ଯ୍ୟନ୍ତ ୭୦,୦୦୦ କୋଟି ଟଙ୍କା ପହଂଚାଯାଇଛି ।”
ପ୍ରଧାନମନ୍ତ୍ରୀ ସୀମାରେ ମୁତୟନ ଥିବା ସଶସ୍ତ୍ର ବାହିନୀର ଯବାନମାନଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ, ଯେଉଁମାନେ ଦେଶର ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ଏହାର ହିତରେ ମଧ୍ୟ ରକ୍ଷା କରୁଥିଲେ ।

JP


(ରିଲିଜ ଆଡି: 1949254) ପରିଦର୍ଶକ କାଉଣ୍ଟର : 142