ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
2 କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ; ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ୍ ଉଡ଼ାଇବାର ଶକ୍ତି ପ୍ରଦାନ କରାଯିବ : ପ୍ରଧାନମନ୍ତ୍ରୀ
प्रविष्टि तिथि:
15 AUG 2023 12:42PM by PIB Bhubaneshwar
ଲାଲ୍ କିଲାର ପ୍ରଚୀରରୁ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 77ତମ ସ୍ବାଧୀନତା ଦିବସ ଅବସରରେ ଆଜି କହିଛନ୍ତି ଯେ ସରକାର ଗ୍ରାମରେ 2 କୋଟି ‘ଲକ୍ଷପତି ଦିଦି’ କରିବାର ଲକ୍ଷ୍ୟ ନେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସହିତ କାମ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି 10 କୋଟି ମହିଳାମାନେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହିତ ସାମିଲ୍ ରହିଛନ୍ତି। ‘‘ଗାଁ ରେ ଆଜି ସଭିଙ୍କୁ ବ୍ୟାଙ୍କରେ ଦିଦି, ଅଙ୍ଗନବାଡ଼ିରେ ଦିଦି ଏବଂ ଔଷଧ ଉପଲବ୍ଧ କରାଇବା ପାଇଁ ଦିଦି ମିଳିପାରିବେ।’’
ପ୍ରଧାନମନ୍ତ୍ରୀ କୃଷି ପ୍ରଯୁକ୍ତି ବିଷୟରେ କହିଛନ୍ତି ଏବଂ ଗ୍ରାମୀଣ ବିକାଶରେ ବିଜ୍ଞାନ ଓ ପ୍ରଯୁକ୍ତିର କ୍ଷମତାର ଲାଭ ଉଠଇବା ପାଇଁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 15,000 ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଡ୍ରୋନ୍ ଚଲାଇବା ଏବଂ ଏହାର ମରାମତି ପାଇଁ ଋଣ ଓ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ‘ଡ୍ରୋନର ଉଡ଼ାନ୍’ ର ଶକ୍ତି ପ୍ରଦାନ କରାଯିବ।
BS
(रिलीज़ आईडी: 1949167)
आगंतुक पटल : 145
इस विज्ञप्ति को इन भाषाओं में पढ़ें:
Nepali
,
हिन्दी
,
Punjabi
,
Gujarati
,
Kannada
,
Malayalam
,
Marathi
,
Assamese
,
Bengali
,
English
,
Urdu
,
Manipuri
,
Tamil
,
Telugu