ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

କେନ୍ଦ୍ର ସରକାର ବଫର ଷ୍ଟକରୁ ଛାଡ଼ିଲେ ୩ ଲକ୍ଷ ମେଟ୍ରିକ ଟନ ପିଆଜ


ପିଆଜ ଦର ବୃଦ୍ଧି ରୋକିବା ନିମନ୍ତେ ଭାରତ ସରକାର ବଫର ଷ୍ଟକ ରଖୁଛନ୍ତି

Posted On: 11 AUG 2023 12:33PM by PIB Bhubaneshwar

ଖାଉଟି ବ୍ୟାପାର ବିଭାଗ ପିଆଜର ବଫର ଷ୍ଟକରୁ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ ବଜାରକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭାଗୀୟ ସଚିବ ଶ୍ରୀ ରୋହିତ କୁମାର ସିଂହ ଗତକାଲି (୧୦-୦୮-୨୦୨୩) ଦିନ ନାଫେଡ ଓ ଏନସିସିଏଫର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଏକ ବୈଠକ କରିବା ପରେ ଏଥି ନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥଲା। ରାଜ୍ୟ ଓ ଆଞ୍ଚଳିକ ବଜାର ଯେଉଁଠାରେ ପିଆଜର ଦର ସର୍ବଭାରତୀୟ ହାରାହାରି ଦର ଠାରୁ ଅଧିକ ଓ ପୂର୍ବ ମାସ ଓ ବର୍ଷ ତୁଳନାରେ ଅଧିକ ଓ ସୀମାରେଖା ବାହାରେ ରହିଥିବ ସେଠାରେ ଏହି ଅତିରିକ୍ତ ଷ୍ଟକ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି। ଇ-ନିଲାମ ଓ ପାଇକାରୀ ବିକ୍ରୟ ଇ-କମର୍ସ ମଞ୍ଚ ଜରିଆରେ ମଧ୍ୟ କରାଯିବା ପାଇଁ ବାଟ ଖୋଜା ଯାଉଛି। ଖାଉଟିମାନଙ୍କୁ ଯେପରି ସୁଲଭ ଦରରେ ପିଆଜ ଉପଲବ୍ଧ ହେବ ସେହି ଅନୁସାରେ ଏହାର ପରିମାଣ ନିର୍ଦ୍ଧାରିତ କରାଯାଇ ଛଡ଼ାଯାଉଛି। ବଜାରକୁ ଛଡ଼ାଯିବା ସହ ରାଜ୍ୟଗୁଡ଼ିକୁ ଖୁଚୁରା ଦୋକାନରେ ପିଆଜର ବିକ୍ରି ପାଇଁ ସେମାନଙ୍କ ଖାଉଟି ସମବାୟ ସମିତି ଓ ନିଗମ ଜରିଆରେ ମଧ୍ୟ ପିଆଜ ପଠାଇବାକୁ ସ୍ଥିର ହୋଇଛି।

ଚଳିତ ବର୍ଷ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ ଅତିରିକ୍ତ ଭାବେ ରଖିବା ପାଇଁ ସଂଗ୍ରହ କରାଯାଇଥିଲା ଓ ପରିସ୍ଥିତି ସେପରି ଉପୁଜିଲେ ଏହାର ପରିମାଣ ମଧ୍ୟ ବୃଦ୍ଧି କରାଯାଇ ପାରିବ। ଦୁଇଟି କେନ୍ଦ୍ରୀୟ ନୋଡାଲ ସଂସ୍ଥା ଯଥା ନାଫେଡ ଏବଂ ଏନସିସିଏଫ ପ୍ରତ୍ୟେକ ଜୁନ୍ ଓ ଜୁଲାଇ ରବି ପିଆଜ ଋତୁରେ ୧.୫ ଲକ୍ଷ ଟନ୍ ଲେଖାଏଁ ପିଆଜ ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶରୁ ସଂଗ୍ରହ କରିଥଲେ। ଏକ ଆଗୁଆ ପଦକ୍ଷେପ ସ୍ବରୂପ ଭାବା ଆଣିବିକ ଗବେଷଣା କେନ୍ଦ୍ର (ବିଏଆରସି) ସହଯୋଗରେ ଚଳିତ ବର୍ଷ ପିଆଜଗୁଡ଼ିକୁ ବିକିରଣ ମୁକ୍ତ କରିବାକୁ ପଦକ୍ଷେପ ନିଆଯାଇଥିଲା। ଭଣ୍ଡାରଣ ଜନିତ କ୍ଷତିକୁ କମ୍ କରିବା ଉଦ୍ଦେଶ୍ୟରେ ପ୍ରାୟ ଏକ ହଜାର ମେଟ୍ରିକ ଟନ୍ ପିଆଜ ବିକିରଣ ମୁକ୍ତ କରାଯିବା ପରେ ନିୟନ୍ତ୍ରିତ ବାୟୁମଣ୍ଡଳର ଭଣ୍ଡାର ଘରେ ସାଇତା ହୋଇଛି।

ଦରଦାମ ସ୍ଥିରତା ପାଣ୍ଠି ଅଧୀନରେ ସରକାର ଅତିରିକ୍ତ ପିଆଜ ମହଜୁଦ ରଖି ପିଆଜ ଦର ବୃଦ୍ଧି ସମସ୍ୟାର ମୁକାବିଲା କରୁଛନ୍ତି। ରବି ଅମଳରୁ ସଂଗ୍ରହ କରି ବାର୍ଷିକ ବଫର ଷ୍ଟକରୁ ପିଆଜ ଅମଳ ନ ଥିବା ଋତୁରେ ପ୍ରମୁଖ ପିଆଜ ଖାଉଟି କେନ୍ଦ୍ରଗୁଡ଼ିକୁ ପଠା ଯାଇଥାଏ। ଗତ ଚାରି ବର୍ଷ ମଧ୍ୟରେ ଏହି ବଫର ଷ୍ଟକ ପରିମାଣ ତିନିଗୁଣ ବୃଦ୍ଧି ପାଇଛି। ୨୦୨୦-୨୧ରେ ଏହା ଏକ ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ, ୨୦୨୩-୨୪ ଏହା ତିନି ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ଏହି ପିଆଜର ବଫର ଷ୍ଟକ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇବା ସୁନିଶ୍ଚିତ କରିବା ସହ, ଦରରେ ମଧ୍ୟ ସ୍ଥିରତା ରକ୍ଷା କରିଛି।

***********

SM/MB



(Release ID: 1947916) Visitor Counter : 98