ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ
ବ୍ରିକ୍ସ ଉଦ୍ୟୋଗ ମନ୍ତ୍ରୀମାନଙ୍କର 7ମ ବୈଠକରେ ଭାଗ ନେଇଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ୍
ଭାରତ ଷ୍ଟାର୍ଟଅପ୍ସ, ନିବେଶକ, ଇନକ୍ୟୁବେଟର ଏବଂ ଉଚ୍ଚାଭିଳାଷୀ ଉଦ୍ୟୋଗୀଙ୍କ ମଧ୍ୟରେ ସହଯୋଗ ବୃଦ୍ଧି କରିବା ପାଇଁ 2023 ରେ ବ୍ରିକ୍ସ ଷ୍ଟାର୍ଟଅପ୍ ଫୋରମର ଶୁଭାରମ୍ଭ କରିବ : ଶ୍ରୀ ପିୟୁଷ ଗୋୟଲ୍
ଶ୍ରୀ ପିୟୁଷ ଗୋୟଲ ବିଶ୍ବର ଜଣେ ଦାୟୀତ୍ବସମ୍ପନ୍ନ ନାଗରିକ ଭାବରେ ‘ବସୁଧୈବ କୁଟୁମ୍ବକମ୍’ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି
ବ୍ରିକ୍ସ ଉଦ୍ୟୋଗ ମନ୍ତ୍ରୀମାନେ ବ୍ରିକ୍ସ ଦେଶରେ ଡିଜିଟାଲକରଣ, ଉଦ୍ୟୋଗିକରଣ, ନୂତନତା, ସମାବେଶ ଏବଂ ନିବେଶର ଆବଶ୍ୟକତା ଉପରେ ପୁଣି ଥରେ ଗୁରୁତ୍ବ ପ୍ରଦାନ କରିଛନ୍ତି
Posted On:
08 AUG 2023 12:19PM by PIB Bhubaneshwar
କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ, ବସ୍ତ୍ର ଓ ଖାଉଟି ବ୍ୟାପାର ତଥା ଖାଦ୍ୟ ଏବଂ ସାର୍ବଜନିକ ବିତରଣ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ୍ ଗତ କାଲି ‘‘ବ୍ରିକ୍ସ ଉଦ୍ୟୋଗ ମନ୍ତ୍ରୀମାନଙ୍କର ସପ୍ତମ ବୈଠକ’’ ରେ ଭାଗ ନେଇଛନ୍ତି। ଏହି ବୈଠକ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ ଭର୍ଚୁଆଲ୍ ଭାବରେ ଆୟୋଜନ କରାଯାଇଥିଲା। ଶ୍ରୀ ଗୋୟଲ୍ ଘୋଷଣା କରି କହିଛନ୍ତି ଯେ ଭାରତ ଷ୍ଟାର୍ଟଅପ୍, ନିବେଶକ, ଇନ୍କ୍ୟୁବେଟର ଏବଂ ଆକାଂକ୍ଷୀ ଉଦ୍ୟୋଗୀଙ୍କ ମଧ୍ୟରେ ସହଯୋଗକୁ ସୁବିଧାଜନକ କରିବା ଓ ସର୍ବୋତ୍ତମ ପ୍ରଣାଳୀର ଆଦାନ ପ୍ରଦାନ କରିବା ଲକ୍ଷ୍ୟ ସହିତ 2023 ରେ ବ୍ରିକ୍ସ ଷ୍ଟାର୍ଟଅପ୍ ଫୋରମର ଶୁଭାରମ୍ଭ କରିବ।
ଭାରତରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରି ଶ୍ରୀ ପିୟୁଷ ଗୋୟଲ୍ ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପର ବିସ୍ତାର ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ଯେଉଁ କାରଣରୁ ଦେଶରେ ପ୍ରାୟ 1,00,000 ଷ୍ଟାର୍ଟଅପର ନିର୍ମାଣ ହୋଇଛି। ମନ୍ତ୍ରୀ ‘‘ଉତ୍ପାଦନ ପ୍ରଣାଳୀକୁ ପରିବର୍ତ୍ତନ କରିବା’’ ଏବଂ ଭାରତ ଦ୍ବାରା ଅନ୍ୟ ବ୍ରିକ୍ସ ସଦସ୍ୟ ତଥା ବ୍ୟାପକ ଆନ୍ତର୍ଜାତୀୟ ସମୁଦାୟକୁ ଦିଆ ଯାଉଥିବା ସମର୍ଥନ ଉପରେ ଧ୍ୟାନ କେନ୍ଦ୍ରିତ କରିଛି।
ଶ୍ରୀ ପିୟୁଷ ଗୋୟଲ୍ ‘‘ବସୁଧୈବ କୁଟୁମ୍ବକମ୍’’ (ସମଗ୍ର ବିଶ୍ବ ଗୋଟିଏ ପରିବାର) ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛି, ଯାହା ଏକ ଦାୟୀତ୍ବସମ୍ପର୍ଣ୍ଣ ବିଶ୍ବ ନାଗରିକ ହେବା ତଥା ଅଧିକ ସମାବେଶୀ, ସହିଷ୍ଣୁ ଏବଂ ପରସ୍ପର ସହିତ ସାମିଲ୍ ବିଶ୍ବ ଦିଗରେ କାମ କରିବାର ଭାରତର ପ୍ରତିବଦ୍ଧତାକୁ ଗୁରୁତ୍ବ ପ୍ରଦାନ କରିଛି।
ଅନ୍ୟ ବ୍ରିକ୍ସ ଦେଶ (ବ୍ରାଜିଲ୍, ରୁଷ, ଚିନ୍ ଓ ଦକ୍ଷିଣ ଆଫ୍ରିକା) ର ଉଦ୍ୟୋଗ ମନ୍ତ୍ରୀ ମଧ୍ୟ ବୈଠକରେ ଭାଗ ନେଇଛନ୍ତି ଓ ସଂଯୁକ୍ତ ଘୋଷଣାକୁ ଗ୍ରହଣ କରିଛନ୍ତି।
ମନ୍ତ୍ରୀମାନେ ବ୍ରିକ୍ସ ଦେଶର ମଧ୍ୟରେ ଡିଜିଟାଲକରଣ, ଉଦ୍ୟୋଗୀକରଣ, ନୂତନତା, ସମାବେଶ ଓ ନିବେଶର ଆବଶ୍ୟକତା ଉପରେ ପୁଣି ଥରେ ଗୁରୁତ୍ବ ପ୍ରଦାନ କରିଛନ୍ତି। ସେ ସମସ୍ତ ଆର୍ଥିକ କ୍ଷେତ୍ରରେ ଡିଜିଟାଲ୍ ପରିବର୍ତ୍ତନକୁ ପ୍ରୋତ୍ସାହନ ଦେବା ପାଇଁ ଉଦ୍ୟୋଗ 4.0 ଏବଂ ଅନ୍ୟ ନୂତନ ପ୍ରଯୁକ୍ତିର ବଢ଼ୁଥିବା ଗୁରୁତ୍ବର ଚିହ୍ନଟ କରିଛ୍ତି। ଘୋଷଣା ମାଧ୍ୟମରେ ବ୍ରିକ୍ସ ସଦସ୍ୟମାନେ ମାନବ ସମ୍ବଳ ବିକାଶ ତଥା ଦକ୍ଷତାକୁ ଉନ୍ନତ କରିବା ତଥା ପୁନଃଦକ୍ଷତା ପ୍ରଦାନ କରିବା ସହିତ ସମ୍ପର୍କିତ କାର୍ଯ୍ୟକ୍ରମ ଉପରେ ସହଯୋଗର ଅବସରକୁ ଖୋଜିବାର ଆବଶ୍ୟକତାକୁ ସ୍ବୀକାର କରିଛନ୍ତି।
ମନ୍ତ୍ରୀମାନେ ସଂଯୁକ୍ତ ଭାବରେ ଏକ ଉନ୍ମୁକ୍ତ, ନିଷ୍ପକ୍ଷ, ଜୀବନ୍ତ, ସହନଶୀଳ ଏବଂ ଅଣଭେଦଭାବପୂର୍ଣ୍ଣ ବାତାବରଣ ସୃଷ୍ଟି କରି ଉଦ୍ୟୋଗ ସହଯୋଗକୁ ଆହୁରି ମଜବୁତ କରିବା ତଥା ଉଦ୍ୟୋଗର ଅର୍ଥବ୍ୟବସ୍ଥାକୁ ପୂର୍ବ ସ୍ଥିତିକୁ ଆଣିବାରେ ଓ ବିକାଶକୁ ଦ୍ରୁତ କରିବାର ଏହାର ପ୍ରତିବଦ୍ଧତାକୁ ଦୋହରାଇଛି।
ମନ୍ତ୍ରୀମାନେ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ର ପ୍ରମୁଖ ଭୂମିକା ଏବଂ ବିଶ୍ବ ଉଦ୍ୟୋଗ ଶୃଙ୍ଖଳା, ଯୋଗାଣ ଶୃଙ୍ଖଳା ଏବଂ ମୂଲ୍ୟ ଶୃଙ୍ଖଳାରେ ଏହାର ସମନ୍ବିତକରଣ ଏବଂ ବିବିଧକରଣର ମହତ୍ତ୍ବକୁ ରେଖାଙ୍କିତ କରିଛନ୍ତି। ମନ୍ତ୍ରୀମାନେ ମହିଳା, ଯୁବକ ଏବଂ ବଞ୍ଚିତ ବର୍ଗକୁ ସ୍ବାମିତ୍ବ/ ପ୍ରବନ୍ଧିତ ପରିଯୋଜନାର ସମନ୍ବିତ ବିକାଶ ପାଇଁ ବ୍ରିକସ ଦେଶକୁ ବଜାରରେ ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତାକୁ ମଧ୍ୟ ଗୁରୁତ୍ବ ପ୍ରଦାନ କରିଛନ୍ତି।
BS
(Release ID: 1946779)
Visitor Counter : 108