ସହଯୋଗ ମନ୍ତ୍ରଣାଳୟ

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଅଗଷ୍ଟ ୬ ତାରିଖ, ରବିବାର ଦିନ ପୁଣେ ଠାରେ କେନ୍ଦ୍ରୀୟ ସମବାୟ ସମିତି ରେଜିଷ୍ଟ୍ରାର (ସିଆରସିଏସ୍‌) କାର୍ଯ୍ୟାଳୟର ଡିଜିଟାଲ ପୋର୍ଟାଲର ଶୁଭାରମ୍ଭ କରିବେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ "ସହକାର ସେ ସମୃଦ୍ଧି" ଦୃଷ୍ଟିକୋଣ ଉପରେ ଦୃଢ଼ ବିଶ୍ୱାସ ପ୍ରଦର୍ଶନ କରି ସମବାୟ ମନ୍ତ୍ରଣାଳୟ ଦେଶରେ ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି

ଏହି ପରିପ୍ରେକ୍ଷୀରେ, ସମବାୟ କ୍ଷେତ୍ରରେ ବ୍ୟବସାୟକୁ ସୁଗମ କରିବା ପାଇଁ କେନ୍ଦ୍ରୀୟ ସମବାୟ ସମିତି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ କମ୍ପ୍ୟୁଟରୀକରଣ କରାଯାଉଛି

କେନ୍ଦ୍ରୀୟ ରେଜିଷ୍ଟ୍ରାର କାର୍ଯ୍ୟାଳୟର କମ୍ପ୍ୟୁଟରୀକରଣ କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ ହେଉଛି ସମ୍ପୂର୍ଣ୍ଣ କାଗଜବିହୀନ ଆବେଦନ, ବହୁ ରାଜ୍ୟ ସମବାୟ ସମିତି ନିୟମ (ଏମ୍‌ଏସ୍‌ସିଏସ୍ ଆକ୍ଟ) ଏବଂ ନିୟମାବଳୀର ସ୍ୱୟଂଚାଳିତ ଅନୁପାଳନ, ବ୍ୟବସାୟ କରିବାରେ ସହଜତା ବୃଦ୍ଧି, ଡିଜିଟାଲ୍ ଯୋଗାଯୋଗ ଏବଂ ସ୍ୱଚ୍ଛ ପ୍ରକ୍ରିୟାକରଣ

ଏହି କମ୍ପ୍ୟୁଟରୀକରଣ ପ୍ରକଳ୍ପ ନୂତନ ଏମଏସ୍‌ସିଏସ୍ ଗୁଡିକର ପଞ୍ଜିକରଣରେ ସହାୟକ ହେବ ଏବଂ ସେମାନଙ୍କର କାର୍ଯ୍ୟକୁ ସହଜ କରିବ

Posted On: 05 AUG 2023 12:26PM by PIB Bhubaneshwar

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଅଗଷ୍ଟ ୬ ତାରିଖ, ରବିବାର ଦିନ ପୁଣେ ଠାରେ କେନ୍ଦ୍ରୀୟ ସମବାୟ ସମିତି (ସିଆରସିଏସ୍‌) କାର୍ଯ୍ୟାଳୟର ଡିଜିଟାଲ ପୋର୍ଟାଲର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ "ସହକାର ସେ ସମୃଦ୍ଧି" ଦୃଷ୍ଟିକୋଣ ଉପରେ ଦୃଢ଼ ବିଶ୍ୱାସ ପ୍ରଦର୍ଶନ କରି ସମବାୟ ମନ୍ତ୍ରଣାଳୟ ଦେଶରେ ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି । ଏହି ଦିଗରେ ସମବାୟ କ୍ଷେତ୍ରରେ ବ୍ୟବସାୟକୁ ସୁଗମ କରିବା ପାଇଁ କେନ୍ଦ୍ରୀୟ ସମବାୟ ସମିତି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ କମ୍ପ୍ୟୁଟରୀକରଣ କରାଯାଉଛି ।

କେନ୍ଦ୍ରୀୟ ରେଜିଷ୍ଟ୍ରାର କାର୍ଯ୍ୟାଳୟର କମ୍ପ୍ୟୁଟରୀକରଣର ମୁଖ୍ୟ ଉଦ୍ଦେଶ୍ୟ ଗୁଡ଼ିକ ହେଉଛି :

୧. ସମ୍ପୂର୍ଣ୍ଣ କାଗଜବିହୀନ ପ୍ରୟୋଗ ଏବଂ ପ୍ରକ୍ରିୟାକରଣ

୨. ବହୁ ରାଜ୍ୟ ସମବାୟ ସମିତି ନିୟମ (ଏମ୍‌ଏସ୍‌ସିଏସ୍ ଆକ୍ଟ) ଏବଂ ସଫ୍ଟୱେର୍ ମାଧ୍ୟମରେ ନିୟମାବଳୀର ସ୍ୱୟଂଚାଳିତ ଅନୁପାଳନ

୩. ବ୍ୟବସାୟ କରିବାରେ ସହଜତା ବୃଦ୍ଧି

୪. ଡିଜିଟାଲ ଯୋଗାଯୋଗ

୫. ସ୍ୱଚ୍ଛ ପ୍ରକ୍ରିୟାକରଣ

୬. ଉନ୍ନତ ବିଶ୍ଳେଷଣ ଏବଂ ଏମଆଇଏସ (ପରିଚାଳନା ସୂଚନା ପ୍ରଣାଳୀ)

ନିମ୍ନଲିଖିତ ମଡ୍ୟୁଲ୍ ଗୁଡ଼ିକ କେନ୍ଦ୍ରୀୟ ରେଜିଷ୍ଟ୍ରାର ପୋର୍ଟାଲରେ ଅନ୍ତର୍ଭୁକ୍ତ ହେବ :

 

୧. ପଞ୍ଜୀକରଣ

୨. ଉପବିଧି (ବାଇ ଲ’)ର ସଂଶୋଧନ

୩. ବାର୍ଷିକ ରିଟର୍ଣ୍ଣ ଫାଇଲିଂ

୪. ଅପିଲ୍‌

୫. ଅଡିଟ୍‌

୬. ନିରୀକ୍ଷଣ

୭. ତଦନ୍ତ

୮. ମଧ୍ୟସ୍ଥତା

୯. ୱାଇଣ୍ଡିଂ ଅପ୍ ଏବଂ ଲିକ୍ୟୁଡେସନ୍ (ସମାପନ ଏବଂ ପରିସମାପନ)

୧୦. ଲୋକପାଳ / ଓମ୍ବୁଡ୍‌ସ୍ୟାନ୍‌

୧୧. ନିର୍ବାଚନ

ନୂଆ ପୋର୍ଟାଲରେ ଏମଏସ୍‌ସିଏସ୍ ଆଇନ, ୨୦୦୨ ଏବଂ ଏହାର ନିୟମରେ ନିକଟରେ ପାରିତ ହୋଇଥିବା ସଂଶୋଧନକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ । ଏହି ପୋର୍ଟାଲରେ ଇଲେକ୍ଟ୍ରୋନିକ୍ କାର୍ଯ୍ୟ ପ୍ରବାହ ମାଧ୍ୟମରେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆବେଦନ / ସେବା ଅନୁରୋଧ ଗୁଡିକର ପ୍ରକ୍ରିୟାକରଣ କରାଯିବ । ଏଥିରେ ଓଟିପି ଆଧାରିତ ଉପଭୋକ୍ତା ପଞ୍ଜୀକରଣ, ଏମଏସ୍‌ସିଏସ୍ ଆଇନ ଏବଂ ନିୟମପାଳନ ପାଇଁ ବୈଧତା ଯାଞ୍ଚ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି, ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦାନ ଏବଂ ଇଲେକ୍ଟ୍ରୋନିକ୍ ଯୋଗାଯୋଗର ବ୍ୟବସ୍ଥା ରହିବ । କମ୍ପ୍ୟୁଟରୀକରଣର ଏହି ପ୍ରକଳ୍ପ, ନୂତନ ଏମ୍‌ଏସ୍‌ସିଏସ୍ ଗୁଡିକର ପଞ୍ଜୀକରଣରେ ସହାୟକ ହେବ ଏବଂ ସେମାନଙ୍କ କାର‌୍ୟ୍ୟକୁ ସହଜ କରିବ ।

ଦେଶରେ ୧୫୫୦ରୁ ଅଧିକ ବହୁ ରାଜ୍ୟ ସମବାୟ ସମିତି (ଏମ୍‌ଏସ୍‌ସିଏସ୍ ) ପଞ୍ଜୀକୃତ ହୋଇଛି । ମଲ୍ଟି ଷ୍ଟେଟ୍ କୋଅପରେଟିଭ୍ ସୋସାଇଟି (ଏମ୍‌ଏସ୍‌ସିଏସ୍ ) ଆଇନ, ୨୦୦୨ ପରିଚାଳନା ପାଇଁ କେନ୍ଦ୍ରୀୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ଦାୟୀ । ବହୁ ରାଜ୍ୟ ସମବାୟ ସମିତିର ସମସ୍ତ କାର୍ଯ୍ୟକଳାପକୁ ସହଜ କରିବା ଏବଂ ନୂତନ ବହୁ ରାଜ୍ୟ ସମବାୟ ସମିତି ପଞ୍ଜୀକରଣ ସମେତ ଏକ ଡିଜିଟାଲ ପାରିବେଶିକ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ କେନ୍ଦ୍ରୀୟ ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ କମ୍ପ୍ୟୁଟରୀକରଣ କରାଯାଉଛି ।

ନବନିର୍ମିତ କେନ୍ଦ୍ରୀୟ ରେଜିଷ୍ଟ୍ରାର କାର‌୍ୟ୍ୟାଳୟ ପୋର୍ଟାଲ ଡ୍ୟାସବୋର୍ଡ ନିର୍ମାଣରେ ଯୁବଗୋଷ୍ଠୀର ଅଂଶଗ୍ରହଣ ଓ ସେମାନଙ୍କର ଚିନ୍ତାଧାରାକୁ ଆମନ୍ତ୍ରଣ କରିବା ପାଇଁ ଏକ 'ହାକାଥନ୍‌' ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇଥିଲା । ଏହା ସହିତ, ନୂତନ କେନ୍ଦ୍ରୀୟ ରେଜିଷ୍ଟ୍ରାର କାର୍ଯ୍ୟାଳୟ ପୋର୍ଟାଲ ପାଇଁ ସମସ୍ତ ଜାତୀୟ ସମବାୟ ସମିତି ଗୁଡିକରୁ ଏବଂ ବହୁ ରାଜ୍ୟ ସମବାୟ ସମିତିରୁ ପରାମର୍ଶ ଓ ମତାମତ ଆହ୍ୱାନ କରା ଯାଇଥିଲା ।

****

SSP



(Release ID: 1946042) Visitor Counter : 100