ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
ଶ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିୟା ଖଜୁରାହୋ ଠାରେ ହେଲି ଶିଖର ସମ୍ମିଳନୀ ୨୦୨୩ ଏବଂ ଉଡାନ ୫.୨ର ଉଦଘାଟନ କରିଛନ୍ତି
ଉଡାନ ୫.୨ ବର୍ଗ ୧ଏ (<୯ ସିଟ୍) ଏବଂ ବର୍ଗ ୧ (<୨୦ ସିଟ୍) ପରି ଛୋଟ ବିମାନ ମାଧ୍ୟମରେ ଦୁର୍ଗମ ଅଞ୍ଚଳ ପର୍ଯ୍ୟନ୍ତ ସଂଯୋଗକୁ ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେଇଥାଏ
प्रविष्टि तिथि:
25 JUL 2023 4:15PM by PIB Bhubaneshwar
ବେସାମରିକ ବିମାନ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିୟା ଆଜି ମଧ୍ୟ ପ୍ରଦେଶର ଖଜୁରାହୋ ଠାରେ ହେଲି ଶିଖର ସମ୍ମିଳନୀ ୨୦୨୩ର ଉଦଘାଟନ କରିଛନ୍ତି । ଶ୍ରୀ ସିନ୍ଧିୟା କାର୍ଯ୍ୟକ୍ରମ ଅବସରରେ ଆରସିଏମ ଉଡାନ ୫.୨ ଏବଂ ହେଲି ସେବା ଆପ୍ ମଧ୍ୟ ଲଞ୍ଚ କରିଛନ୍ତି ।

ଏହି ପଞ୍ଚମ ହେଲିକପ୍ଟ ଏବଂ ଲଘୁ ବିମାନ ଶିଖର ସମ୍ମିଳନୀ (ହେଲି ଶିଖର ସମ୍ମିଳନୀ ୨୦୨୩)ର ଆୟୋଜନ ବେସାମରିକ ବିମାନ ମନ୍ତ୍ରଣାଳୟ ଦ୍ୱାରା ମଧ୍ୟ ପ୍ରଦେଶ ସରକାର, ପବନ ହଂସ ଲିମିଟେଡ ଏବଂ ଫେଡେରେସନ ଅଫ୍ ଇଣ୍ଡିଆନ ଚାମ୍ପର୍ସ ଅଫ କମର୍ସ ଏଫଆଇସିସିଆଇ (ଫିକ୍କୀ)ର ସହଯୋଗରେ ସଂଯୁକ୍ତ ଭାବରେ କରାଯାଇଛି । କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘ଶେଷ ମାଇଲରେ ପହଂଚିବା: ହେଲିକପ୍ଟର ଏବଂ ଛୋଟ ବିମାନ ମାଧ୍ୟମରେ ଅଞ୍ଚଳିକ ସଂଯୋଗ’। ଏହି କାର୍ଯ୍ୟକ୍ରମ ଅବସରରେ ଏକ ଉଦଘାଟନ ଅଧିବେଶନ ଏବଂ ଏହାପରେ ଏକ ବୈଷୟିକ ଅଧିବେଶନର ଆୟୋଜନ କରାଯାଇଛି । ଏହି ଶିଖର ସମ୍ମିଳନୀର ମୁଖ୍ୟ ଉଦେଶ୍ୟଗୁଡ଼ିକ ହେଉଛି:-
- ଭାରତୀୟ ହେଲିକପ୍ଟର ଏବଂ କ୍ଷୁଦ୍ର ବିମାନ ଉଦ୍ୟୋଗର ବିକାଶ ଗାଥା ଉପରେ ଆଲୋଚନା କରିବା ପାଇଁ ଉଦ୍ୟୋଗର ସମସ୍ତ ହିତାଧିକାରୀ ଏବଂ ନୀତି ନିର୍ମାତାମାନଙ୍କ ପାଇଁ ଏକ ସାଧାରଣ ପ୍ଲାଟଫର୍ମ ଯୋଗାଇବା ।
- ସୁଦୂର ତଥା ପାହାଡ଼ିଆ ଅଞ୍ଚଳରେ ଉଡାନ ଯୋଜନାର ପରିସର ବୃଦ୍ଧି କରିବା ଏବଂ ଦେଶର ସହରାଞ୍ଚଳ ସଂଯୋଗକୁ ଗ୍ରାମାଞ୍ଚଳକୁ ବିସ୍ତାର କରିବା ।
- ହେଲିକପ୍ଟର ଏବଂ ଛୋଟ ବିମାନ ମାଧ୍ୟମରେ ବିଦ୍ୟମାନ ତଥା ସମ୍ଭାବ୍ୟ ପର୍ଯ୍ୟଟନ ହଟସ୍ପଟ୍ ଗୁଡ଼ିକରେ ନିରନ୍ତର ସେବା ଯୋଗାଇ ସଂଯୋଗକୁ ପ୍ରୋତ୍ସାହିତ କରିବା ।
ଦେଶର ଦୁର୍ଗମ ଅଞ୍ଚଳ ତଥା ଆଞ୍ଚଳିକ ଅଞ୍ଚଳରେ ସଂଯୋଗକୁ ସୁଦୃଢ଼ କରିବା ଏବଂ ୧ଏ (<୯ ସିଟ୍) ଏବଂ ବର୍ଗ ୧ (<୨୦ ସିଟ୍) ପରି ଛୋଟ ବିମାନ ମାଧ୍ୟମରେ ଶେଷ ମାଇଲ ସଂଯୋଗକୁ ସୁନିଶ୍ଚି କରିବା ପାଇଁ ଉଡାନ ୫.୨ ଲଞ୍ଚ କରାଯାଇଛି ।
ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା କହିଛନ୍ତି, “ଗତ ନଅ ବର୍ଷ ମଧ୍ୟରେ ଦେଶରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ର ଗଣତାନ୍ତ୍ରିକ ହୋଇଛି । ବିମାନ ବନ୍ଦର ସଂଖ୍ୟା ସହିତ ବିମାନ ସଂଖ୍ୟା ଏବଂ ବଜାର ଆକାର ମଧ୍ୟ ବ୍ୟାପକ ଭାବେ ବିସ୍ତାର ହୋଇଛି । ଏବଂ ଏହି ବିସ୍ତାରରେ ମେଟ୍ରୋ ବିମାନ ବନ୍ଦର ଏବଂ ବଡ଼ ବିମାନ ସେବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଛୋଟ ସହରର ବିମାନବନ୍ଦର, ଛୋଟ ବିମାନ ଏବଂ ହେଲିକପ୍ଟର ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ ।”


ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା କହିଛନ୍ତି, “ଆଜି ଆମେ ହେଲିକପ୍ଟର ପାଇଁ ଉଡାନ ୫.୨ ଲଞ୍ଚ କରିଛୁ ଏବଂ ଉଡା କ୍ୟାପ ହ୍ରାସ କରିଛୁ । ଏହା ସହିତ, ଆମେ ହେଲି ସେବାର ଏକକ ୱିଣ୍ଡୋ ସେବା ପ୍ଲାଟଫର୍ମ ମଧ୍ୟ ଆରମ୍ଭ କରିଛୁ । ଏହା ମାଧ୍ୟମରେ ଆପଣ ମୋବାଇଲ ଏଟିସିରୁ ସମସ୍ତ ଅନୁମୋଦନ ପାଇବାକୁ ସକ୍ଷମ ହେବେ ।”
ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା କହିଛନ୍ତି, “ଆଜି ଆମେ ଛୋଟ ବିମାନ ପାଇଁ ଉଡାନ ୫.୨ ମଧ୍ୟ ଆରମ୍ଭ କରିଛୁ । ସେହିପରି ଉଡାନ ୫.୨ର ୨୨ଟି ରୁଟ୍କୁ ଆଜି ଆମେ ପୁରସ୍କାର ପ୍ରଦାନ କରିଛୁ, ଯାହା ଏହି କଥାକୁ ରେଖାଙ୍କିତ କରୁଛି ଯେ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ନାଗରିକମାନଙ୍କ ପାଇଁ ବିମାନ ଯାତ୍ରା ସୁବିଧା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଉପଲବ୍ଧ କରାଯାଉଛି ।”
ଶ୍ରୀ ସିନ୍ଧିୟା ଏହି କାର୍ଯ୍ୟକ୍ରମ ଅବସରରେ ହେଲି ସେବା ମୋବାଇଲ ଆପ୍ଲିକେସନ ମଧ୍ୟ ଆରମ୍ଭ କରିଥିଲେ। ହେଲି ସେବା ପୋର୍ଟାଲ ଇଣ୍ଡିଆ ଅନ୍ତର୍ଗତ ବିମାନ ଚଳାଚଳ ମନ୍ତ୍ରଣାଳୟର ଏକ ପଦକ୍ଷେପ ଅଟେ । ଏହା ଅଧିନରେ ହେଲିକପ୍ଟର ଅପରେଟର ଏବଂ ଜିଲ୍ଲା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ପରିବେଶ ପ୍ରସ୍ତୁତ କରିବା ପାଇଁ ଏକ ସାଧାରଣ ପ୍ଲାଟଫର୍ମ ପ୍ରତିଷ୍ଠା କରାଯାଇଛି । ଏହା ମୋବାଇଲ ଆପ୍ଲିକେସନ ବ୍ୟବହାରକାରୀ ଅଭିଜ୍ଞତା ବିଷୟବସ୍ତୁ ଅପଲୋଡ ଏବଂ ଉପଯୋଗ କରିବା ଦୃଷ୍ଟିରୁ ଏହାକୁ ଅଧିକ ସୁବିଧାଜନକ କରିବ ।
ଭାରତରେ ହେଲିକପ୍ଟର ଏବଂ କ୍ଷୁଦ୍ର ବିମାନ କ୍ଷେତ୍ରକୁ ଆଗକୁ ବଢ଼ାଇବା ପାଇଁ ପବନ ହଂସ ଏବଂ ଜେଟ୍ ସର୍ଭ ମଧ୍ୟ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି ।
NS/MB
(रिलीज़ आईडी: 1942831)
आगंतुक पटल : 187