କୋଇଲା ମନ୍ତ୍ରଣାଳୟ

କୋଇଲା ମୂଲ୍ୟରେ ଯଥେଷ୍ଟ ହ୍ରାସ ଘଟିଛି ; ଜାତୀୟ କୋଇଲା ସୂଚକାଙ୍କ ୩୩.୮% ହ୍ରାସ ପାଇଛି


ପ୍ରଭାବଶାଳୀ କୋଇଲା ଷ୍ଟକ୍ ବିଭିନ୍ନ କ୍ଷେତ୍ରକୁ ପର୍ଯ୍ୟାପ୍ତ ପରିମାଣ ଯୋଗାଣକୁ ସୁନିଶ୍ଚିତ କରିଥାଏ

Posted On: 26 JUL 2023 11:20AM by PIB Bhubaneshwar

ଜାତୀୟ କୋଇଲା ସୂଚକାଙ୍କ (ଏନ୍‌ସିଆଇ)  ମେ’  ୨୦୨୩ ରେ ୧୫୭.୭ ପଏଣ୍ଟରେ ପହଂଚିଛି, ଯାହା ମେ’  ୨୦୨୨ ରେ, ୨୩୮.୩ ପଏଣ୍ଟରେ ଥିବା ବେଳେ ଏଥିରେ ୩୩.୮% ହ୍ରାସ ଘଟିଛି । ଏହା ବୃଦ୍ଧି ପାଉଥିବା ଚାହିଦାକୁ ପୂରଣ କରିବା ପାଇଁ ପ୍ରଚୁର ଉପଲବ୍ଧତା ସହିତ  ବଜାରରେ ମଜଭୁତ କୋଇଲା ଯୋଗାଣକୁ ସୂଚାଇଥାଏ ।

ସେହିଭଳି, ଅଣ - କୋକିଂ କୋଇଲା ପାଇଁ ଏନ୍‌ସିଆଇ ମେ ୨୦୨୩ ରେ ୧୪୭.୫ ପଏଣ୍ଟରେ ପହଞ୍ଚିଛି, ଯାହା ମେ’ ୨୦୨୨ ତୁଳନାରେ ୩୪.୩% ହ୍ରାସକୁ ପ୍ରତିଫଳିତ କରିଥିବାବେଳେ କୋକିଂ କୋଇଲା ସୂଚକାଙ୍କ ମେ ୨୦୨୩ ରେ ୧୮୭.୧ ପଏଣ୍ଟରେ ପହଞ୍ଚିଛି, ଯେଉଁଥିରେ ୩୨.୬% ହ୍ରାସ ଦେଖା ଦେଇଛି । ଜୁନ୍ ୨୦୨୨ ରେ ଏନ୍‌ସିଆଇର ଶିଖର ଛୁଇଁବା ଦେଖିବାକୁ ମିଳିଥିଲା,  ଯେତେବେଳେ ସୂଚକାଙ୍କ ୨୩୮.୮ ପଏଣ୍ଟରେ ପହଞ୍ଚିଲା । ଅବଶ୍ୟ, ପରବର୍ତ୍ତୀ  ମାସ ଗୁଡିକରେ  ଏଥିରେ ହ୍ରାସ ଦେଖା ଦେଇଥିଲା,  ଯାହା ଭାରତୀୟ ବଜାରରେ ପ୍ରଚୁର ମାତ୍ରାରେ କୋଇଲାର ଉପଲବ୍ଧତାକୁ ସୂଚାଉଛି ।

ଜାତୀୟ  କୋଇଲା ସୂଚକାଙ୍କ (ଏନସିଆଇ) ହେଉଛି ଏକ ମୂଲ୍ୟ ସୂଚକାଙ୍କ ଯାହା ବିଜ୍ଞପ୍ତି ମୂଲ୍ୟ, ନିଲାମ ମୂଲ୍ୟ ଏବଂ ଆମଦାନୀ ମୂଲ୍ୟ ସମେତ ସମସ୍ତ ବିକ୍ରୟ ଚ୍ୟାନେଲରୁ କୋଇଲା ମୂଲ୍ୟକୁ ଏକାଠି କରିଥାଏ । ୨୦୧୭- ୧୮ ଆର୍ଥିକ ବର୍ଷକୁ ଆଧାର କରି ସ୍ଥାପିତ ଏନ୍‌ସିଆଇ ବଜାର ଗତିଶୀଳତାର ଏକ ନିର୍ଭରଯୋଗ୍ୟ ସଙ୍କେତ ଭାବରେ କାର୍ଯ୍ୟ କରେ,  ଯାହା କୋଇଲା ମୂଲ୍ୟର ପରିବର୍ତ୍ତନ ବିଷୟରେ ମୂଲ୍ୟବାନ ସୂଚନା ପ୍ରଦାନ କରେ ।

 

ଏହା ସହିତ, କୋଇଲା ନିଲାମ ଉପରେ ପ୍ରିମିୟମ୍ ଉଦ୍ୟୋଗର ନାଡୀକୁ ସୂଚିତ କରେ ଏବଂ କୋଇଲା ନିଲାମ ପ୍ରିମିୟମର ତୀବ୍ର ହ୍ରାସ ବଜାରରେ ପର୍ଯ୍ୟାପ୍ତ କୋଇଲା ଉପଲବ୍ଧତାକୁ ନିଶ୍ଚିତ କରେ । ଭାରତର କୋଇଲା ଉଦ୍ୟୋଗ ପର୍ଯ୍ୟାପ୍ତ ପରିମାଣର କୋଇଲା ଗଚ୍ଛିତ ରହିଥିବା ନେଇ ନିଶ୍ଚିତ କରେ, କୋଇଲା କମ୍ପାନୀଗୁଡିକ ନିକଟରେ ବହୁ ପରିମାଣରେ କୋଇଲା ମହଜୁଦ ଅଛି । ଏହି ଉପଲବ୍ଧତା କୋଇଲା ଉପରେ ନିର୍ଭରଶୀଳ ବିଭିନ୍ନ କ୍ଷେତ୍ର ପାଇଁ ଏକ ସ୍ଥିର ଯୋଗାଣ ସୁନିଶ୍ଚିତ କରିଥାଏ, ଯାହା ଦେଶର ସାମଗ୍ରିକ ଶକ୍ତି ସୁରକ୍ଷା ଧେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥାଏ ।

ଏନସିଆଇରେ ତଳକୁ ଖସିବା ଯୋଗାଣ ଏବଂ ଚାହିଦାକୁ ସମାନ କରି ଏକ ଅଧିକ ସନ୍ତୁଳିତ ବଜାରକୁ ସୂଚିତ କରେ । ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧତା ସହିତ, ଦେଶ କେବଳ ବୃଦ୍ଧି ଚାହିଦା ପୂରଣ କରିବ ନାହିଁ , ବରଂ ଏହାର ଦୀର୍ଘମିଆଦୀ ଶକ୍ତି ଆବଶ୍ୟକତାକୁ ମଧ୍ୟ ସମର୍ଥନ କରି ପାରିବ, ଯାହା ଫଳରେ  ଏକ ଅଧିକ ନମନୀୟ ଏବଂ ସ୍ଥାୟୀ କୋଇଲା ଉଦ୍ୟୋଗ ନିର୍ମାଣ ହେବ ।

***

SSP



(Release ID: 1942820) Visitor Counter : 114