ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜି୨୦ ବିପର୍ଯ୍ୟୟ ବିପଦ ପ୍ରଶମନ କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟ ଶାସନ ସଚିବଙ୍କ ସମ୍ବୋଧନ

Posted On: 24 JUL 2023 7:06PM by PIB Bhubaneshwar

ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ପ୍ରତିନିଧି ସୁଶ୍ରୀ ମାମି ମିଜୁଟୋରୀ ;  ଶ୍ରୀ ଅମିତାଭ କାନ୍ତ, ଭାରତର ଜି୨୦ ଶେର୍ପା; ଜି୨୦ ସଦସ୍ୟ ମାନଙ୍କ ସହିତ ଅତିଥି ଦେଶ ମାନଙ୍କର  ସହକର୍ମୀ ; ଅନ୍ତର୍ଜାତୀୟ ସଂଗଠନର ଅଧିକାରୀଗଣ; କାର୍ଯ୍ୟ ଗୋଷ୍ଠୀର ଅଧ୍ୟକ୍ଷ ଶ୍ରୀ କମଳ କିଶୋର ; ଭାରତୀୟ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ ଏବଂ ଗୃହ ମନ୍ତ୍ରଣାଳୟର ସହକର୍ମୀମାନେ, ଭଦ୍ର ମହିଳା ଏବଂ ଭଦ୍ର ବ୍ୟକ୍ତିଗଣ,

ବିପର୍ଯ୍ୟୟ ବିପଦ ପ୍ରଶମନ କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକରେ ମୁଁ ଆପଣଙ୍କ ସହିତ ଉପସ୍ଥିତ ରହି ବହୁତ ଆନନ୍ଦ ଅନୁଭବ କରୁଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଆମେ ଗାନ୍ଧିନଗର ଠାରେ ପ୍ରଥମ ଥର ପାଇଁ ଏକାଠି ହୋଇଥିଲେ । ସେବେ ଠାରୁ ସମଗ୍ର ବିଶ୍ୱରେ ଅନେକ ପ୍ରକାରର ଅଭୂତପୂର୍ବ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ପ୍ରାୟ ସମଗ୍ର ଉତ୍ତର ଗୋଲାର୍ଦ୍ଧର ସହରଗୁଡିକ ପ୍ରଚଣ୍ଡ ଉତ୍ତାପ ତରଙ୍ଗ ଭିତରେ ରହି ଆସିଛନ୍ତି । କାନାଡାରେ ଜଙ୍ଗଲ ଗୁଡିକରେ ନିଆଁ ଲାଗିବା ଏବଂ ଏଥିରୁ ସୃଷ୍ଟି ହୋଇଥିବା ଧୂଆଁ ଯୋଗୁଁ ଉତ୍ତର ଆମେରିକାର ଅନେକ ଅଞ୍ଚଳରେ ଥିବା ସହର ଗୁଡିକ ପ୍ରଭାବିତ ହୋଇଛି । ଏଇଠି ଭାରତରେ, ଆମେ ଆମର ପୂର୍ବ ଏବଂ ପଶ୍ଚିମ ଉପକୂଳରେ ପ୍ରମୁଖ ଘୂର୍ଣ୍ଣିଝଡର ପ୍ରଭାବକୁ ଦେଖିଛୁ । ୪୫ ବର୍ଷ ମଧ୍ୟରେ ଦିଲ୍ଲୀରେ ସବୁଠାରୁ ଭୟଙ୍କର ବନ୍ୟା ପରିସ୍ଥିତି ଦେଖା ଦେଇଛି ଏବଂ ଏବେ ସୁଦ୍ଧା ଆମେ ମୌସୁମୀ ଋତୁର ଅଧା ବାଟ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ପାରିନାହୁଁ!

ବନ୍ଧୁଗଣ,

ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ବିପର୍ଯ୍ୟୟ ଗୁଡିକର ପ୍ରଭାବ ଆଉ ଦୂର ଭବିଷ୍ୟତରେ ନାହିଁ । ସେସବୁ ପୂର୍ବରୁ ଏଠାରେ ଅଛନ୍ତି , ସେଗୁଡିକ ବହୁତ ବଡ. ସେଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ହୋଇ ରହିଛନ୍ତି ଏବଂ ସେଗୁଡିକ ପୃଥିବୀର ସମସ୍ତଙ୍କୁ ପ୍ରଭାବିତ କରନ୍ତି । ଆଜି ବିଶ୍ୱ ଯେଉଁ ଆହ୍ୱାନ ଗୁଡିକର ସମ୍ମୁଖୀନ ହେଉଛି, ତାହାକୁ ମୁକାବିଲା କରିବା ପାଇଁ  ଏହି କାର୍ଯ୍ୟ ଗୋଷ୍ଠୀର  ଗୁରୁତ୍ୱ ରହିଛି । ଚାରି ମାସର ଏହି ସ୍ୱଳ୍ପ ସମୟ ମଧ୍ୟରେ, କାର୍ଯ୍ୟ ଗୋଷ୍ଠୀ  ବହୁତ ଅଗ୍ରଗତି କରିଛି ଏବଂ ଭଲ ଗତି ସୃଷ୍ଟି କରିଛି । ତଥାପି, ଆମେ ଏହି କ୍ଷେତ୍ରରେ ଆହୁରି ଅଧିକ କରିବା ଆବଶ୍ୟକ । ଏହି କାର୍ଯ୍ୟ ଗୋଷ୍ଠୀର ମହତ୍ତ୍ୱାକାଂକ୍ଷା ଆମେ ସମ୍ମୁଖୀନ ହେଉଥିବା ସମସ୍ୟାର ପରିମାଣ ସହିତ ମେଳ ଖାଇବା ଆବଶ୍ୟକ । କ୍ରମିକ ପରିବର୍ତ୍ତନ ପାଇଁ ସମୟ ଅତିବାହିତ ହୋଇଛି । ନୂତନ ବିପର୍ଯ୍ୟୟ ଯୋଗୁଁ ସୃଷ୍ଟି ହେଉଥିବା ବିପଦ ଗୁଡିକୁ ରୋକିବା ଏବଂ ବିଦ୍ୟମାନ ବିପର୍ଯ୍ୟୟ ବିପଦକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ପାଇଁ ଆମକୁ ସ୍ଥାନୀୟ, ଜାତୀୟ ଏବଂ ବିଶ୍ୱସ୍ତରୀୟ ବ୍ୟବସ୍ଥାର ପରିବର୍ତ୍ତନ ଆବଶ୍ୟକ । ଏହା ଏକ ସତ୍ୟ ଯାହା ପୃଥକ ଭାବରେ ସକ୍ରିୟ ଜାତୀୟ ଏବଂ ବିଶ୍ୱସ୍ତରୀୟ ପ୍ରୟାସ ଗୁଡିକୁ ସମ୍ମିଶ୍ରିତ କରିବା ଆବଶ୍ୟକ କରିଥାଏ,  ଯାହା ଦ୍ୱାରା ସେମାନଙ୍କର ସାମୂହିକ ପ୍ରଭାବକୁ ବୃଦ୍ଧି କରା ଯାଇପାରିବ । ଆମେ ଖଣ୍ଡିତ ପ୍ରୟାସ ଗୁଡିକୁ ସହ୍ୟ କରି ପାରିବୁ ନାହିଁ ଯାହା ସଂକୀର୍ଣ୍ଣ ଅନୁଷ୍ଠାନିକ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ । ଆମକୁ ଏକ ସମସ୍ୟାର ସମାଧାନ ପନ୍ଥା ଦ୍ୱାରା ପରିଚାଳିତ କରାଯିବା ଆବଶ୍ୟକ ।

ଜାତିସଂଘର ମହାସଚିବଙ୍କ “ସମସ୍ତଙ୍କ ପାଇଁ ପ୍ରାରମ୍ଭିକ ଚେତାବନୀ” ପଦକ୍ଷେପ ଏହି ଦୃଷ୍ଟିକୋଣର ଏକ ଉଦାହରଣ । ଏହା ଧ୍ୟାନ ଦେବା ଉଚିତ୍ ଯେ , ଜି୨୦  “ପ୍ରାଥମିକ ଚେତାବନୀ ଏବଂ ପ୍ରାରମ୍ଭିକ କାର୍ଯ୍ୟ” କୁ ପାଞ୍ଚଟି ପ୍ରାଥମିକତା ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ କରିଛି ଏବଂ ଏହା ପଛରେ ଏହାର ସମ୍ପୂର୍ଣ୍ଣ ଶକ୍ତି ଲଗାଇଛି । ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଆର୍ଥିକ କ୍ଷେତ୍ରରେ, ବିପର୍ଯ୍ୟୟ ବିପଦ ହ୍ରାସର ସମସ୍ତ ଦିଗକୁ ଆର୍ଥିକ ସହାୟତା କରିବା ପାଇଁ ଆମେ ସବୁ ସ୍ତରରେ ସଂରଚନା ପ୍ରଣାଳୀ ଅନୁସରଣ କରିବା ଜରୁରୀ ଅଟେ । ଗତ କିଛି ବର୍ଷ ମଧ୍ୟରେ, ଭାରତରେ ଆମେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଆର୍ଥିକ ସହାୟତା କ୍ଷେତ୍ରରେ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଛୁ । କେବଳ ବିପର୍ଯ୍ୟୟ ମୁକାବିଲା ନୁହେଁ ବିପର୍ଯ୍ୟୟ ପ୍ରଶମନ, ପ୍ରସ୍ତୁତି ଏବଂ ପୁନରୁଦ୍ଧାର ପାଇଁ ଅର୍ଥ ପ୍ରଦାନ ନିମନ୍ତେ ଆମର ବର୍ତ୍ତମାନ ଏକ ପୂର୍ବାନୁମାନଯୋଗ୍ୟ ଯନ୍ତ୍ର ଅଛି । ବିଶ୍ୱ ସ୍ତରରେ ମଧ୍ୟ ଆମର ଅନୁରୂପ ବ୍ୟବସ୍ଥା ହୋଇପାରିବ କି? ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଉପଲବ୍ଧ ବିଭିନ୍ନ ଆର୍ଥିକ ଧାରା ମଧ୍ୟରେ ଆମକୁ ଅଧିକ ସମ୍ମିଶ୍ରଣ କରିବାକୁ ପଡିବ । ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ କ୍ଲାଇମେଟ୍ ଫାଇନାନ୍ସ ଅର୍ଥର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବା ଆବଶ୍ୟକ ।  ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଘରୋଇ ଅର୍ଥ ସଂଗ୍ରହ କରିବା ଏକ ଆହ୍ୱାନ ହୋଇ ରହି ଆସିଛି, କିନ୍ତୁ ଏହା ବିନା ଆମେ ସମସ୍ତ ବିପର୍ଯ୍ୟୟ ବିପଦ ହ୍ରାସ ଆବଶ୍ୟକତାକୁ ସମାଧାନ କରିବାରେ ଅଧିକ ଦୂରକୁ ଯାଇ ପାରିବୁ ନାହିଁ । ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଘରୋଇ ଅର୍ଥକୁ ଆକର୍ଷିତ କରିବା ପାଇଁ ସରକାର କେଉଁ ପ୍ରକାର ସକ୍ଷମ ପରିବେଶ ସୃଷ୍ଟି କରିବା ଉଚିତ୍‌? ଜି୨୦ କିପରି ଏହି କ୍ଷେତ୍ରରେ ଗତି ସୃଷ୍ଟି କରିପାରିବ ଏବଂ ଏହା  ନିଶ୍ଚିତ କରିପାରିବ ଯେ ବିପର୍ଯ୍ୟୟ ବିପଦ ହ୍ରାସ କରିବାରେ ବ୍ୟକ୍ତିଗତ ବିନିଯୋଗ କେବଳ କର୍ପୋରେଟ୍ ସାମାଜିକ ଦାୟିତ୍ୱର ଅଭିବ୍ୟକ୍ତି ନୁହେଁ ବରଂ ସଂସ୍ଥା ଗୁଡ଼ିକର ମୂଳ ବ୍ୟବସାୟର ଏକ ଅଂଶ?

ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି କ୍ଷେତ୍ରରେ, ଆମେ ପୂର୍ବରୁ ବିପଦ ପ୍ରତିରୋଧୀ ଭିତ୍ତିଭୂମି କ୍ଷେତ୍ର ପାଇଁ ସହଭାଗିତାର ଲାଭକୁ ଦେଖୁଛେ, ଯାହା ଆମେ କିଛି ବର୍ଷ ପୂର୍ବେ ଅନେକ ଜି୨୦ ରାଷ୍ଟ୍ର, ମିଳିତ ଜାତିସଂଘ ଏବଂ ଅନ୍ୟମାନଙ୍କ ସହିତ ସ୍ଥାପିତ କରିଥିଲେ । ମିଳିତ ମଞ୍ଚର କାର୍ଯ୍ୟ ସୂଚନା ଦେଉଛି ଯେ - ଛୋଟ ଦ୍ୱୀପରୁ ବିକାଶଶୀଳ ଦେଶ ସମେତ ଦେଶଗୁଡିକ କିପରି ଉନ୍ନତ ମାନର ମୂଲ୍ୟାଙ୍କନ ଏବଂ ମେଟ୍ର୍ରିକ୍ସ ବ୍ୟବହାର କରି ସେମାନଙ୍କ ମାନକକୁ ନବୀକରଣ କରିବେ ଏବଂ ଭିତ୍ତିଭୂମି ବିକାଶରେ ଅଧିକ ବିପଦ - ସୂଚକ ନିବେଶ କରିପାରିବେ ।  ଏହି ବିଚାରକୁ ଅଧିକ ବ୍ୟାପକ କରିବାକୁ ଆମେ କାର୍ଯ୍ୟ କରିବା ଜରୁରୀ! ଆମକୁ ପାଇଲଟ୍  ବାହାରେ ଚିନ୍ତା କରିବାକୁ ପଡିବ ଏବଂ ପରିମାପ ପାଇଁ ଆମର ପଦକ୍ଷେପ ଗୁଡିକୁ ଡିଜାଇନ୍ କରିବାକୁ ପଡିବ । ବିପର୍ଯ୍ୟୟ ପରେ “ଭଲ ଭାବରେ ନିର୍ମାଣ କରିବା” ଉପରେ ଗତ କିଛି ବର୍ଷ ଗୁଡିକ ମଧ୍ୟରେ ଅନେକ ବ୍ୟବହାରିକ ଅଭିଜ୍ଞତା ରହିଛି, କିନ୍ତୁ ଆମକୁ କିଛି ଭଲ ଅଭ୍ୟାସକୁ ସଂସ୍ଥାପନ କରିବାର ଉପାୟ ଖୋଜିବାକୁ ପଡିବ । “ପ୍ରତିକ୍ରିୟା ପାଇଁ ପ୍ରସ୍ତୁତି” ପରି ଆମକୁ ଆର୍ଥିକ ବ୍ୟବସ୍ଥା, ଅନୁଷ୍ଠାନିକ କୌଶଳ ଏବଂ ସାମର୍ଥ୍ୟର ଆଧାର ଉପରେ “ପୁନରୁଦ୍ଧାର ପାଇଁ ପ୍ରସ୍ତୁତି” ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ।

ବନ୍ଧୁଗଣ,

ମୁଁ ଏହା ଜାଣି ବହୁତ ଖୁସି ଯେ କାର୍ଯ୍ୟ ଗୋଷ୍ଠୀ ଦ୍ୱାରା ଅନୁସରଣ କରାଯାଇଥିବା ସମସ୍ତ ପାଞ୍ଚଟି ପ୍ରାଥମିକତା ଗୁଡିକ ମଧ୍ୟରେ, ସମସ୍ତ ବିତରଣରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ମୁଁ ଏହି ବିଜ୍ଞପ୍ତିର ଶୂନ୍ୟ ଡ୍ରାଫ୍ଟ ଦେଖିଛି ଯାହାକୁ ଆପଣ ଆଗାମୀ କିଛି ଦିନ ମଧ୍ୟରେ ଆଲୋଚନା କରିବାକୁ ଯାଉଛନ୍ତି । ଜି -୨୦ ଦେଶଗୁଡିକ ପାଇଁ ବିପର୍ଯ୍ୟୟ ବିପଦ ପ୍ରଶମନ ଉପରେ ଏହା ଏକ ସ୍ୱଚ୍ଛ ଏବଂ ରଣନୀତିକ ଏଜେଣ୍ଡା ରଖେ । ମୁଁ ଆଶା କରୁଛି ଯେ ଗତ ଚାରି ମାସ ମଧ୍ୟରେ ଏହି କାର୍ଯ୍ୟ ଗୋଷ୍ଠୀର ବିଚାର ବିମର୍ଶରେ ସମ୍ମିଳିତ, ସହମତି ଏବଂ ସହ - ନିର୍ମାଣର ଭାବନା ବ୍ୟାପ୍ତ ହୋଇଛି, ଯାହା ଆଗାମୀ ତିନି ଦିନ ଏବଂ ତା’ପରେ ବ୍ୟାପକ ହେବ ।

ଏହି ପ୍ରୟାସରେ ଆମର ଜ୍ଞାନ ସହଭାଗୀ ମାନଙ୍କ ଠାରୁ ଆମେ ପାଇଥିବା ନିରନ୍ତର ସମର୍ଥନ ପାଇଁ ଆମେ କୃତଜ୍ଞ । ଏହି ଗୋଷ୍ଠୀର କାର୍ଯ୍ୟକୁ ସମର୍ଥନ କରିବାରେ ଜାତିସଂଘର ମହାସଚିବଙ୍କ ବିଶେଷ ପ୍ରତିନିଧି ସୁଶ୍ରୀ ମାମି ମିଜୁଟୋରୀଙ୍କ ବ୍ୟକ୍ତିଗତ ଯୋଗଦାନକୁ ମୁଁ ବିଶେଷ ପ୍ରଶଂସା କରୁଛି ।

ଏହି କାର୍ଯ୍ୟ  ସମୂହର ଏଜେଣ୍ଡା ଗଠନ କରିବାରେ ଟ୍ରୋଇକାର ଯୋଗଦାନରେ ଆମେ ଅତ୍ୟନ୍ତ ସନ୍ତୁଷ୍ଟ । ଇଣ୍ଡୋନେସିଆ, ଜାପାନ ଏବଂ ମେକ୍ସିକୋ ସମେତ ପୂର୍ବରୁ ଅଧ୍ୟକ୍ଷତା କରିଥିବା ଦେଶ ମାନଙ୍କ ଦ୍ୱାରା କରା ଯାଇଥିବା ଭିତ୍ତିପ୍ରସ୍ତର ଉପରେ କାର୍ଯ୍ୟ କରିଛୁ ଏବଂ ବ୍ରାଜିଲ ଏହାକୁ ଆଗକୁ ନେବ, ସେଥିପାଇଁ ଆମେ ଆନନ୍ଦିତ । ଏହି ବୈଠକରେ ବ୍ରାଜିଲରୁ ସଚିବ ୱୋଲନିଙ୍କୁ ସ୍ୱାଗତ କରି ଆମେ ବିଶେଷ ଆନନ୍ଦିତ । ଆମେ ସଚିବ ୱୋଲନି ଏବଂ ତାଙ୍କ ଦଳକୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ଆମେ ଯେତେଯେତେ ଆଗକୁ ବଢ଼ିବା ଆମର ସେତେସେତେ ପୂର୍ଣ୍ଣ ସମର୍ଥନ ଏବଂ ଯୋଗଦାନ ରହିବ ।

ଭାରତର ଜି -୨୦ ଅଧ୍ୟକ୍ଷତାର ଗତ ଆଠ ମାସ ମଧ୍ୟରେ, ସମଗ୍ର ଦେଶ ବହୁତ ଉତ୍ସାହର ସହ ଅଂଶଗ୍ରହଣ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୫୬ ଟି ସ୍ଥାନରେ ୧୭୭ ଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଦେଶର ପ୍ରତିନିଧିମାନେ ଏହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି । ସେମାନେ ମଧ୍ୟ ଭାରତର ସାମାଜିକ, ସାଂସ୍କୃତିକ ଏବଂ ପ୍ରାକୃତିକ ବିବିଧତାର ଝଲକ ଦେଖିବାକୁ ପାଇଛନ୍ତି ।

ଜି୨୦ର ଯେଉଁ ଏଜେଣ୍ଡା ରହିଛି, ସେଥିରେ ଗୁରୁତ୍ୱପୂର୍ଣ୍ଣ ଦିଗରେ ଅନେକ ଅଗ୍ରଗତି ହୋଇଛି । ମୁଁ ନିଶ୍ଚିତ ଯେ ଦେଢ଼ ମାସ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀ ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେବ । ଏହି ଫଳାଫଳ ପାଇଁ ଆପଣ ସମସ୍ତଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ହେବ ।

ଆଗାମୀ ଦିନରେ ଆପଣଙ୍କ ବିଚାର ପାଇଁ ମୁଁ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ଯେ ବିଶ୍ୱ ପାଇଁ ବିପର୍ଯ୍ୟୟ ବିପଦ ହ୍ରାସ ଉପରେ ଜି୨୦ ଏକ ଅର୍ଥପୂର୍ଣ୍ଣ ଫଳାଫଳ ପ୍ରଦାନ କରୁ ।

***

SSP



 

 



(Release ID: 1942355) Visitor Counter : 83