କୋଇଲା ମନ୍ତ୍ରଣାଳୟ

ଆର୍ଥିକ ବର୍ଷ 2023-24 ର ପ୍ରଥମ ତ୍ରୟମାସରେ କୋଇଲାର ମୋଟ୍ ଉତ୍ପାଦନ 223.36 ମିଲିୟନ ଟନ୍ ହୋଇଛି, ଯାହା ଏପର୍ଯ୍ୟନ୍ତର ସର୍ବାଧିକ ରେକର୍ଡ଼ ଉତ୍ପାଦନ ଅଟେ


ଏପ୍ରିଲ୍-ଜୁନ୍ 2023 ସମୟରେ କୋଲ୍ ଇଣ୍ଡିଆ ଲିମିଟେଡର ଉତ୍ପାଦନ 9.85 ପ୍ରତିଶତ ବୃଦ୍ଧି ରେକର୍ଡ଼ କରାଯାଇଛି

ଜୁନ୍ 2023 ର ଶେଷ ପର୍ଯ୍ୟନ୍ତ କୋଇଲା ଭଣ୍ଡାରରେ 37.62 ପ୍ରତିଶତ ବୃଦ୍ଧି ହୋଇଛି

Posted On: 21 JUL 2023 1:35PM by PIB Bhubaneshwar

ଭାରତର କୋଇଲା କ୍ଷେତ୍ର ଆର୍ଥିକ ବର୍ଷ 2023-24 ର ପ୍ରଥମ ତ୍ରୟମାସିକରେ 223.36 ମିଲିୟନ ଟନ୍ (ଏମଟି) ର ଏପର୍ଯ୍ୟନ୍ତର ସର୍ବାଧିକ କୋଇଲା ଉତ୍ପାଦନ ରେକର୍ଡ଼ କରି ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ଏହିପରି ଆର୍ଥିକ ବର୍ଷ 2022-23 ର ଏହି ଅବଧି ତୁଳନାରେ ହୋଇଥିବା 205.76 ମେଟ୍ରିକ୍ ଟନର ଉତ୍ପାଦନ ତୁଳନାରେ 8.55 ପ୍ରତିଶତର ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। 

କୋଲ୍ ଇଣ୍ଡିଆ ଲିମିଟେଡ୍‌ (ସିଆଇଏଲ୍‌) ଏପ୍ରିଲ୍ ଓ ଜୁନ 2023 ମଧ୍ୟରେ 175.48 ମେଟ୍ରିକ୍ ଟନ୍ କୋଇଲାର ଉତ୍ପାଦନ କରିଛି, ଯାହା ଗତ ବର୍ଷର ଏହି ଅବଧିରେ ହୋଇଥିବା 159.75 ମେଟ୍ରିକ୍ ଟନର ଉତ୍ପାଦନ ତୁଳନାରେ 9.85 ପ୍ରତିଶତର ଉଲ୍ଲେଖନୀୟ ବୃଦ୍ଧି ହାରକୁ ଦର୍ଶାଇଥାଏ। କୋଇଲା ଉତ୍ପାଦନରେ ହେଉଥିବା ଏହି କ୍ରମାଗତ ବୃଦ୍ଧି ଭାରତର ଶକ୍ତି ଚାହିଦାକୁ ପୂରଣ କରିବା ଏବଂ କ୍ରମାଗତ ଆର୍ଥିକ ବିକାଶକୁ ପ୍ରୋତ୍ସାହନ ଦେବାର ପ୍ରତିବଦ୍ଧତାକୁ ଦର୍ଶାଇଥାଏ। 

ଯେତେବେଳେ କି ଏପ୍ରିଲ୍ 2023 ରୁ ମେ 2023 ମଧ୍ୟରେ କୋଇଲାର ଆମଦାନୀ ଗତ ବର୍ଷର ଏହି ଅବଧି ତୁଳନାରେ 16.76 ପ୍ରତିଶତ ବୃଦ୍ଧି ହୋଇଛି। ଏହା ଉଲ୍ଲେଖନୀୟ ବିଷୟ ଯେ ଆମଦାନୀରେ ଏହି ବୃଦ୍ଧି ମୁଖ୍ୟ ଭାବରେ କୋଇଲାର ଆମଦାନୀ ମୂଲ୍ୟ ରେ ହୋଇଥିବା ଭାରି ହ୍ରାସ କାରଣରୁ ହୋଇଛି। ଆର୍ଥିକ ବର୍ଷ 2022-23 ର ପ୍ରଥମ ତ୍ରୟ ମାସ ତୁଳନାରେ ଆର୍ଥିକ ବର୍ଷ 2023-24 ର ପ୍ରଥମ ତ୍ରୟ ମାସରେ କୋଇଲାର ଆମଦାନୀ ମୂଲ୍ୟରେ 60 ପ୍ରତିଶତରୁ ଅଧିକ ହ୍ରାସ ରେକର୍ଡ଼ କରାଯାଇଛି। 

ପରିଣାମସ୍ବରୂପ, ସିଆଇଏଲର ଅଧିସୂଚୀତ ମୂଲ୍ୟରେ ଇ-ନିଲାମରେ ଉଲ୍ଲେଖନୀୟ ହ୍ରାସ ଦେଖା ଯାଇଛି ଯାହା ଜୁନ୍ 2022 ରେ 357 ପ୍ରତିଶତରୁ ହ୍ରାସ ହୋଇ ଜୁନ୍ 2023 ରେ 54 ପ୍ରତିଶତ ହୋଇଛି। ଏହି ହ୍ରାସର ମୁଖ୍ୟ କାରଣ ଆମଦାନୀର ମୂଲ୍ୟରେ ଦ୍ରୁତ ଗତିରେ ହ୍ରାସ ଅଟେ। କୋଇଲା ନିଲାମ ଉପରେ ପ୍ରିମିୟମ ଉଦ୍ୟୋଗର ସ୍ଥିତିକୁ ଦର୍ଶାଇଥାଏ। କୋଇଲା ନିଲାମ ପ୍ରିମିୟମରେ ଦ୍ରୁତ ଗତିରେ ହ୍ରାସ ଘରୋଇ ବଜାରରେ କୋଇଲାର ପର୍ଯ୍ୟାପ୍ତ ଉପଲବ୍ଧତାର ସୂଚନକ ଅଟେ। ଆମଦାନୀ ମୂଲ୍ୟରେ ଏହି ହ୍ରାସ କୋଇଲାର ଆମଦାନୀ ଉଦ୍ଦେଶ୍ୟକୁ ଆକାର ଦେବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। 

ଯେଉଁଠାରେ କୋଇଲାର ଉପଲବ୍ଧତାର ସମ୍ବନ୍ଧ ରହିଛି, ଦେଶରେ ଜୁନ୍ 2023 ର ଶେଷ ସମୟରେ କୋଇଲାର ପର୍ଯ୍ୟାପ୍ତ ଭଣ୍ଡାର ଉପଲବ୍ଧ ରହିଛି ଯାହା 107.15 ମେଟ୍ରିକ୍ ଟନ୍ (କୋଇଲା କମ୍ପାନୀ ନିକଟରେ 67 ମେଟ୍ରିକ୍ ଟନ୍, ଟିପିପି (ଡିସିବି) ସହିତ 33.61 ମେଟ୍ରିକ୍ ଟନ୍ ଏବଂ ଘରୋଇ ୱାଶରିଜ୍/ଗୁଡ଼୍ ସେଡ ସାଇଡିଂ/ବନ୍ଦରରେ 6.54 ମେଟ୍ରିକ୍ ଟନ୍) ରହିଛି, ଏବେ ଗତ ବର୍ଷର ଏହି ଅବଧିର ତୁଳନାରେ 37.62 ପ୍ରତିଶତର ବୃଦ୍ଧିକୁ ଦର୍ଶାଇଥାଏ। କୋଇଲାର ପର୍ଯ୍ୟାପ୍ତ ଭଣ୍ଡାରର ଉପଲବ୍ଧତା କୋଇଲା ଉପରେ ନିର୍ଭର ବିଭିନ୍ନ କ୍ଷେତ୍ର ପାଇଁ ନିରନ୍ତର ଯୋଗାଣ ସୁନିଶ୍ଚିତ କରିଥାଏ, ଯଦ୍ବାରା ଦେଶର ସମଗ୍ର ଶକ୍ତି ସୁରକ୍ଷା ରେ ଯୋଗଦାନ ମିଳିଥାଏ। 

କୋଇଲାର ଉତ୍ପାଦନରେ ଭାରତର ଏହି ଉପଲବ୍ଧି କୋଇଲା ଉଦ୍ୟୋଗର ଉଲ୍ଲେଖନୀୟ ପ୍ରଚେଷ୍ଟା ଏବଂ ଦେଶର ବଢ଼ୁଥିବା ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତିବଦ୍ଧତାକୁ ଦର୍ଶାଇଥାଏ। ରେକର୍ଡ଼ ଭାଙ୍ଗୁଥିବା ପରିସଂଖ୍ୟାନ କେବଳ ଉଦ୍ୟୋଗର ନମନୀୟତାକୁ ଦର୍ଶାଇ ନଥାଏ ବରଂ କ୍ରମାଗତ ବିକାଶ ପାଇଁ ପ୍ରୟାସ କରିବା ସହିତ ବଜାରର ସ୍ଥିତି ଅନୁକୂଳ ହେବାର ନିଜର କ୍ଷମତାକୁ ଦର୍ଶାଇଥାଏ। 

 

BS



(Release ID: 1941535) Visitor Counter : 110