ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ
କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ଟମାଟୋର ପାଇକାରୀ ମୂଲ୍ୟରେ ହ୍ରାସ
ଆଜି ଠାରୁ 80 ଟଙ୍କାରେ ଟମାଟୋ ବିକିବେ ସରକାର
प्रविष्टि तिथि:
16 JUL 2023 11:10AM by PIB Bhubaneswar
ଦେଶରେ ଅନେକ ସ୍ଥାନରେ ଟମାଟୋର ମୂଲ୍ୟ ଅସ୍ବାଭାବିକ ଭାବରେ ଅଧିକ ଥିଲା । କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ କାରଣରୁ ଟମାଟୋର ପାଇକାରୀ ମୂଲ୍ୟ ହ୍ରାସ ହୋଇଛି। ଟମାଟୋର ପାଇକାରୀ ମୂଲ୍ୟ କିଲୋ ପିଛା 90 ଟଙ୍କା କରାଯିବ ।
ସାରା ଦେଶରେ 500 ରୁ ଅଧିକ ସ୍ଥାନରେ ସ୍ଥିତିର ପୁନଃ ଆକଳନ କରିବା ପରେ ଆଜି ରବିବାର 16 ଜୁଲାଇ 2023 ରେ ଏହାକୁ କିଲୋ ପିଛା 80 ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି। ଭାରତୀୟ ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ ସଂଘ (ନାଫେଡ୍) ଏବଂ ରାଷ୍ଟ୍ରୀୟ ଖାଉଟି ସହକାରୀ ସଂଘ (ଏନସିସିଏଫ୍) ମାଧ୍ୟମରେ ଦିଲ୍ଲୀ, ନଏଡା, ଲକ୍ଷ୍ମୌ, କାନପୁର, ବାରଣାସୀ, ମୁଜାଫରପୁର ଏବଂ ଆରାର ବିଭିନ୍ନ ସ୍ଥାନରେ ଆଜି ଠାରୁ ବିକ୍ରି ଆରମ୍ଭ କରାଯାଇଛି। ବର୍ତ୍ତମାନ ବଜାର ମୂଲ୍ୟ ଆଧାରରେ କାଲି ଠାରୁ ଏହି ବିକ୍ରିର ସଂପ୍ରସାରଣ ଆହୁରି ଅଧିକ ସହରକୁ କରାଯିବ।
ଭାରତ ସରକାର ଗ୍ରାହକମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛନ୍ତି ।
BS
(रिलीज़ आईडी: 1940025)
आगंतुक पटल : 194