ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଫ୍ରାନ୍ସ ନେସନାଲ ଆସେମ୍ବ୍ଲି ସଭାପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
प्रविष्टि तिथि:
14 JUL 2023 9:22PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୪ ଜୁଲାଇ ୨୦୨୩ରେ ଫ୍ରାନ୍ସ ନେସନାଲ ଆସେମ୍ବ୍ଲିର ସଭାପତି ତଥା ଆସେମ୍ବଲିର ବରିଷ୍ଠ ନେତା ମାନ୍ୟବର ଶ୍ରୀମତୀ ୟାଲ ବ୍ରାଉନ୍-ପିଭେଟ୍ଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟ ପ୍ୟାରିସର ହୋଟେଲ ଲାସେରେ ମଧ୍ୟାହ୍ନ ଭୋଜନ ଅବସରରେ ସାକ୍ଷାତ କରିଥିଲେ ।
ଉଭୟ ନେତା ଗଣତନ୍ତ୍ର, ସ୍ୱାଧୀନତା, ସମାନତା ଏବଂ ଭାତୃତ୍ୱର ସହଭାଗୀ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ । ସେମାନେ ଦୁଇ ସଂସଦ ମଧ୍ୟରେ ସହଯୋଗକୁ ଆହୁରି ବୃଦ୍ଧି କରିବାର ଉପାୟ ଉପରେ ଆଲୋଚନା କରିଥିଲେ ।
ଭାରତର ବିସ୍ତୃତ ର୍ନିବାଚନ ପ୍ରକ୍ରିୟାକୁ ଫ୍ରାନ୍ସ ପକ୍ଷରୁ ପ୍ରଶଂସା କରାଯାଇଥିଲା । ବାଣିଜ୍ୟ ଏବଂ ଅର୍ଥନୀତି, ପରିବେଶ, ପ୍ରଯୁକ୍ତିବିଦ୍ୟା ଏବଂ ସଂସ୍କୃତି ସହିତ ରଣନୀତିକ ଭାଗିଦାରୀର ବିଭିନ୍ନ ବିଷୟ ଉପରେ ଆଲୋଚନା ମଧ୍ୟ କରାଯାଇଥିଲା । ସେମାନେ ଆଞ୍ଚଳିକ ଏବଂ ବିଶ୍ୱ ସ୍ତରୀୟ ପ୍ରସଙ୍ଗରେ ମଧ୍ୟ ମତ ବିନିମୟ କରିଥିଲେ ।
HS
(रिलीज़ आईडी: 1939651)
आगंतुक पटल : 137
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam