ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ କୂଟନୈତିକ ପରାମର୍ଶଦାତା
ଶ୍ରୀ ବୋନେ ପ୍ରଧାନମନ୍ତ୍ରୀଙ୍କୁ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସୂଚନା ଦେଲେ
ବାସ୍ତିଲ ଦିବସ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ ଜଣାଇଥିବାରୁ ରାଷ୍ଟ୍ରପତି ମାକ୍ରନଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ
ପ୍ୟାରିସରେ ରାଷ୍ଟ୍ରପତି ମାକ୍ରନଙ୍କ ସହ ନିଜ ବୈଠକକୁ ନେଇ ଉତ୍ସୁକ ଥିବା କହିଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
06 JUL 2023 4:20PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ କୂଟନୈତିକ ପରାମର୍ଶଦାତା ଶ୍ରୀ ଇମାନୁଏଲ ବୋନେ ଆଜି ଭେଟିଛନ୍ତି ।
ଶ୍ରୀ ବୋନେ, ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଫ୍ରାନ୍ସ ଗସ୍ତ ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ଅବଗତ କରାଇଛନ୍ତି ।
ପ୍ରଧାନମନ୍ତ୍ରୀ ଜୁଲାଇ ୧୪ରେ ବାସ୍ତିଲ ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ସାମିଲ ହେବାକୁ ନିମନ୍ତ୍ରଣ ପାଇଁ ରାଷ୍ଟ୍ରପତି ମାକ୍ରନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ନିକଟରେ ହିରୋସିମା ଠାରେ ରାଷ୍ଟ୍ରପତି ମାକ୍ରନଙ୍କ ସହ ନିଜ ବୈଠକକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେ ପ୍ୟାରିସରେ ନିଜ ଆଲୋଚନା ଜାରି ରଖିବା ପାଇଁ ଉତ୍ସୁକ ଅଛନ୍ତି । ଯାହା ଭାରତ- ଫ୍ରାନ୍ସ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବ ।
SR
(ରିଲିଜ ଆଡି: 1937901)
ପରିଦର୍ଶକ କାଉଣ୍ଟର : 159
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam