ଉପରାଷ୍ଟ୍ରପତିଙ୍କ ସଚିବାଳୟ

ଏକକ ନାଗରିକ ସଂହିତା (ୟୁନିଫର୍ମ ସିଭିଲ କୋଡ୍‌)ର କାର୍ଯ୍ୟକାରିତାରେ ଆଉ ଅଧିକ ବିଳମ୍ବ ହେଲେ ଆମ ମୂଲ୍ୟବୋଧ କ୍ଷତିଗ୍ରସ୍ତ ହେବ: ଉପରାଷ୍ଟ୍ରପତି


“ଆମ ଦେଶର ସାର୍ବଭୌମତ୍ୱ ଓ ପ୍ରତିଷ୍ଠାକୁ ନ୍ୟୁନ କରିବାକୁ କୌଣସି ବାହ୍ୟଶକ୍ତିଙ୍କୁ ସୁଯୋଗ ଦିଆଯିବ ନାହିଁ”

ଭାରତ ବିରୋଧୀ କାହାଣୀ କହୁଥିବା ଓ ସ୍ୱର ଉଠାଉଥିବା ତତ୍ତ୍ୱଙ୍କୁ ଠିକଣା ଜବାବ ଦେବାକୁ ସମୟ ଆସିଯାଇଛି -ଉପରାଷ୍ଟ୍ରପତି

ଭାରତୀୟଭାବେ ନିଜକୁ ଗୌରବାନ୍ବିତ ମନେ କରିବା ସହିତ ଦେଶର ଐତିହାସିକ ଉପଲବ୍ଧି ନିମନ୍ତେ ଗର୍ବ କରିବାକୁ ବିଦ୍ୟାର୍ଥୀମାନଙ୍କୁ ଉପରାଷ୍ଟ୍ରପତିଙ୍କ ଆହ୍ୱାନ

ଭାରତକୁ ଦୁର୍ନୀତିମୁକ୍ତ ଓ ସହନଶୀଳ ସମାଜରେ ପରିଣତ କରିବାକୁ ଛାତ୍ରମାନଙ୍କୁ ଆହ୍ୱାନ ଜଣାଇଲେ ଉପରାଷ୍ଟ୍ରପତି

ଆଇଆଇଟି ଗୁଆହାଟିର ୨୫ତମ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ଯୋଗଦାନ, କାମାକ୍ଷା ମନ୍ଦିରରେ କଲେ ପ୍ରାର୍ଥନା

Posted On: 04 JUL 2023 4:53PM by PIB Bhubaneshwar

ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ କହିଛନ୍ତି ଯେ ଏକକ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍‌(ୟୁସିସି)ଭାରତ ଓ ତାହାର ଜାତୀୟତାବାଦକୁ ଅଧିକ ସୁଦୃଢ କରି ଏକତା ସୂତ୍ରରେ ବାନ୍ଧିବ । ୟୁସିସି ଲାଗୁ କରିବାରେ ଅଧିକ ବିଳମ୍ବ ହେଲେ ଏହା ଆମ ମୂଲ୍ୟବୋଧକୁ କ୍ଷତିଗ୍ରସ୍ତ କରିବ । ଆଜି ଆସାମର ଗୁଆହାଟୀ ଆଇଆଇଟିର ୨୫ତମ ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେଇ ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ କହିଛନ୍ତି ଯେ ଦେଶ ଶାସନରେ ରାଷ୍ଟ୍ରଶାସନ ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ( ଡିପିଏସ୍‌ପି)ର ମୌଳିକ ଭୂମିକା ରହିଛି । ତଦନୁସାରେ ଆଇନ/ନିୟମ ପ୍ରଣୟନ କରିବା ରାଷ୍ଟ୍ରର କର୍ତ୍ତବ୍ୟ । ଏହି ଡିପିଏସ୍‌ପି ଅଧୀନରେ ପଞ୍ଚାୟତ, ସମବାୟ, ଶିକ୍ଷାଧିକାର ଭଳି କେତେକ ନୀତି ଆଇନର ରୂପ ନେଇଛି । ତେଣୁ ଏବେ ସମ୍ବିଧାନର ଧାରା-୪୪ର କାର୍ଯ୍ୟକାରିତା ପାଇଁ ବର୍ତ୍ତମାନ ସମୟ ଆସିଯାଇଛି ।

 ଭାରତର ଭାବମୂର୍ତ୍ତିକୁ କ୍ଷୂଣ୍ଣ କରିବା ଭଳି ଅପଚେଷ୍ଟା ଓ ବାରମ୍ବାର ଦେଶ ବିରୋଧୀ କାହାଣୀର ଅବତାରଣାକୁ ସେ ନିନ୍ଦା କରିବା ସହ ଏଭଳି କାର୍ଯ୍ୟରେ ଲିପ୍ତ ତତଙ୍କୁ ସତର୍କ କରାଇ ଦେଇଛନ୍ତି । ସେ କହିଛନ୍ତି ଯେ ଏବେ ଭାରତ ବିରୋଧୀ କାହାଣୀ କହୁଥିବା ତତ୍ୱମାନଙ୍କୁ ଠିକଣା ଜବାବ ଦେବାର ସମୟ ଆସିଛି । 

ଉପରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ,’ ଆମ ଦେଶର ସାର୍ବଭୌମତ୍ୱ ଓ ପ୍ରତିଷ୍ଠାକୁ ଦୁର୍ବଳ କରିବା ପାଇଁ କୌଣସି ବିଦେଶୀ ଶକ୍ତିକୁ ସୁଯୋଗ ଦିଆଯିବ ନାହିଁ । ସେ ଭାରତର ଗଣତନ୍ତ୍ରକୁ ପ୍ରାଚୀନତମ, ବୃହତ୍ତମ, ସବୁଠୁ ସଫଳ ଓ ଜୀବନ୍ତ ଗଣତନ୍ତ୍ର ଭାବେ ବର୍ଣ୍ଣନା କରି ଏହା ବୈଶ୍ୱିକ ଶାନ୍ତି ଓ ସଦ୍‌ଭାବନାକୁ ସୁଦୃଢ କରୁଛି ବୋଲି କହିଛନ୍ତି । ଆମର ସାମ୍ବିଧାନିକ ପ୍ରତିଷ୍ଠାନ ସମୂହ ଉତ୍କୃଷ୍ଟ ତଥା ତଥା ପ୍ରସ୍ଫୁଟିତ ଗଣତନ୍ତ୍ରକୁ ଆଘାତ କରିବା ଭଳି କୌଣସି କାମକୁ ଆମେ ବରଦାସ୍ତ କରିିବୁ ନାହିଁ ।”

ସେ ଏହା କହିଛନ୍ତି ଯେ ଏବେ ଦେଶରେ ଦୁର୍ନୀତିକୁ ପ୍ରଶୟ ଦିଆଯାଉନାହିଁ । ଦୁର୍ନୀତିଗସ୍ତଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ସରକାର ଅବଲମ୍ବନ କରୁଛନ୍ତି । ଏବେ ଦୁର୍ନୀତିମୁକ୍ତ ଭାରତ ଗଠନ ପାଇଁ ସମସ୍ତେ ଆଗେଇ ଆସିବା ସହିତ ଦୁର୍ନୀତିମୁକ୍ତ ସମାଜଗଠନ ପାଇଁ କାମ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ସେ କହିଛନ୍ତି ଯେ “ଦୁର୍ନୀତି ଗଣତନ୍ତ୍ର ବିରୋଧୀ । ଏହା କୁଶାସନ ଏବଂ ଆମ ଅଭିବୃଦ୍ଧିର ପରିପନ୍ଥୀ । ଏକ ଦୁର୍ନୀତି ମୁକ୍ତ ସମାଜ ଅଭିବୃଦ୍ଧିର ନିରାପଦ ପଥ ।” କିଛି ଲୋକ ଦୁର୍ନୀତି ଅଭିଯୋଗରେ ଧରାପଡିବା ପରେ ଆଇନଗତ ପ୍ରତିକାର ନ କରି ରାସ୍ତାକୁ ଓହ୍ଳାଇ ଯେଉଁ ବିକ୍ଷୋଭ ଓ ପ୍ରତିବାଦ କରୁଛନ୍ତି ଉପରାଷ୍ଟ୍ରପତି ତାହାକୁ ନାପସନ୍ଦ କରିଛନ୍ତି । 

ଭାରତୀୟ ହେବାର ଗୌରବ ଅନୁଭବ କରିବା ସହିତ ଛାତ୍ରଛାତ୍ରୀମାନେ ଏହାର ଐତିହାସିକ ଉପଲବ୍ଧିକୁ ନେଇ ଗର୍ବ କରିବାକୁ ଉପରାଷ୍ଟ୍ରପତି କହିଛନ୍ତି । ଛାତ୍ର ସମାଜ ମାନେ ଅର୍ଥନୀତିକୁ ଜାତୀୟତାବାଦ ଓ ଦେଶ ପ୍ରତି ଅଙ୍ଗୀକୃତ ହେବା ସହିତ ରାଷ୍ଟ୍ର ଓ ଜାତୀୟତାକୁ ନ୍ୟୁନ କରି ବ୍ୟକ୍ତିଗତ ଆର୍ଥିକ ଲାଭରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ବାବା ସାହେବ ଆମ୍ବେଦକରଙ୍କ ବାଣୀ ଉଦ୍ଧାର କରି ସେ ବିଦ୍ୟାର୍ଥୀମାନଙ୍କୁ କହିଛନ୍ତି ଯେ “ତୁମେମାନେ ପ୍ରଥମେ ଓ ଶେଷରେ ମଧ୍ୟ ଭାରତୀୟ ହିଁ ହେବା ଉଚିତ । ଭାରତୀୟ ହେବା ଛଡା ଅନ୍ୟ ଗତି ନାହିଁ।”

ସମାବର୍ତ୍ତନ ଭାଷଣରେ ଉପରାଷ୍ଟ୍ରପତି ଶ୍ରୀ ଧନକର ଆହୁରି କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ସହନଶୀଳ ହେବା ଆବଶ୍ୟକ । ସେମାନେ ଅନ୍ୟମାନଙ୍କର ଦୃଷ୍ଟିକୋଣକୁ ଅଧିକ ବିଚାର କରି ଦେଖିବା ଉଚିିତ । ଅନେକ ସମୟରେ ଅନ୍ୟମାନଙ୍କ ଦୃଷ୍ଟିକୋଣ ହିଁ ନିର୍ଭୁଲ ହୋଇଥାଏ ବୋଲି ସେ କହିଛନ୍ତି । 

ଏହା ପୂର୍ବରୁ ଉପରାଷ୍ଟ୍ରପତି ଶ୍ରୀ ଧନକର ଡକ୍ଟର ଶ୍ରୀମତୀ ସୁଦେଶ ଧନକରଙ୍କୁ ସହିତ ଗୁଆହାଟୀର ପ୍ରଖ୍ୟାତ କାମାଖ୍ୟା ମନ୍ଦିରକୁ ଯାଇ ମା’ କାମାଖ୍ୟା ଦେବୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ । । ପରେ ସେ ଆଇଆଇଟି ଗୁଆହାଟିର ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ । 

ଆସାମର ରାଜ୍ୟପାଳ ଶ୍ରୀ ଗୁଲାବ ଚାନ୍ଦ କଟାରିଆ, ଆସାମର ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା, ଗୁଆହାଟି ଆଇଆଇଟିର ପରିଚାଳନା ମଣ୍ଡଳର ସଦସ୍ୟଗଣ, ଏହି ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ରାଜୀବ ମୋଦୀ, ବରିଷ୍ଠ ପ୍ରଫେସର ପରମେଶ୍ୱର ଆୟାର ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । 

 ଉପରାଷ୍ଟ୍ରପତଙ୍କ ସମୂର୍ଣ୍ଣ ଭାଷଣ ଶୁଣିବାକୁ କ୍ଲିକ କରନ୍ତୁ....

https://www.pib.gov.in/PressReleasePage.aspx?PRID=1937287)

*******

TKM/SLP



(Release ID: 1937382) Visitor Counter : 130